ETV Bharat / sukhibhava

ଶରୀରରେ ହେଉଥିବା ସମସ୍ତ ବଥ କ୍ୟାନ୍ସର ହୋଇଥାଏ କି ? ଏହା କହିଲେ ହେଲଥ ଏକ୍ସପର୍ଟ - ସମସ୍ତ ବଥ କ୍ୟାନ୍ସର ହୋଇଥାଏ କି

ଶରୀରରେ ହେଉଥିବା ସମସ୍ତ ବଥ କ୍ୟାନ୍ସର ହୋଇଥାଏ କି ? ଜାଣନ୍ତୁ କିଭଳି ଚିହ୍ନିବେ କ୍ୟାନ୍ସର ବଥ ।

How cancer starts
How cancer starts
author img

By

Published : Jul 8, 2023, 10:58 PM IST

ହାଇଦ୍ରାବାଦ: ବାର୍ଦ୍ଧକ୍ୟ ସହିତ ଶରୀରରେ ଛୋଟ ଛୋଟ ଲମ୍ପ ବା ବଥ ହୋଇଥାଏ। ଅନେକ ଲୋକ ଏହି ବଥକୁ ଦେଖି ଭୟଭୀତ ହୁଅନ୍ତି ଏବଂ ନିଜଠାରୁ ଅନୁମାନ କରନ୍ତି ଯେ ଏହା ଆଗକୁ ଯାଇ କର୍କଟ ହୋଇପାରେ। ପ୍ରତ୍ୟେକଙ୍କ ମନରେ ଆଶଙ୍କା ସୃଷ୍ଟି କରେ ଯେ, ଏହା ସତରେ କ୍ୟାନ୍ସର ହୋଇଯିବ କି? ତେବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଶରୀରେ ହେଉଥିବା ସମସ୍ତ ବଥ କ୍ୟାନ୍ସର ନୁହେଁ। କର୍କଟ ଏକ ବିପଦଜ୍ଜନକ ରୋଗ ଅଟେ। ଯଦି ଏହା ଠିକ ସମୟରେ ଚିହ୍ନଟ ହୋଇନଥାଏ, ତେବେ ଏହା ଏକ ଗୁରୁତର ରୋଗର ରୂପ ନେଇପାରେ । କର୍କଟ ଏପରି ଏକ ରୋଗ ଯେ ଏହା ମଧ୍ୟ ଜଣେ ବ୍ୟକ୍ତିର ମୃତ୍ୟୁର କାରଣ ହୋଇପାରେ।

କଣ ପ୍ରତ୍ୟେକ ଲମ୍ପ କ୍ୟାନ୍ସର କି?: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, "50 ରୁ 60 ପ୍ରତିଶତ ଲମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା କର୍କଟରେ ପରିଣତ ହୋଇପାରିବ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ଶରୀରରେ ଲମ୍ପ ବା ବଥ ରହିବା ଉଚିତ। ଏପରି ପରିସ୍ଥିତିରେ, ଏହାକୁ ହାଲୁକା ଭାବେ ନନେଇ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।"

ଏହା ମଧ୍ୟ ପଢନ୍ତୁ: Cancer : ଚତୁର୍ଥ ଷ୍ଟେଜରେ ମଧ୍ୟ ହରାଇପାରିବେ କ୍ୟାନ୍ସର, ଏହା କହିଲେ ଏକ୍ସପର୍ଟ

କ୍ୟାନ୍ସର ହେବାକୁ ଥିବା ଲମ୍ପ ବା ବଥକୁ କିଭଳି ଚିହ୍ନିବେ?:

ସ୍ତନରେ ବଥ: ସ୍ତନ କର୍କଟରେ ଟ୍ୟୁମର ପ୍ରଥମେ ଲମ୍ପ ଆକାରରେ ଦେଖାଯାଏ। ବିଶେଷକରି ଯୁବତୀମାନଙ୍କର ପ୍ରାୟତଃ ଲମ୍ପ ହୋଇଯାଇଥାଏ। ଯାହା ନରମ ଲାଗିଥାଏ, ଏହି ଲମ୍ପ ଗୁଡିକ କର୍କଟ ନୁହେଁ। କିନ୍ତୁ ଯଦି ସ୍ତନରେ ଗୋଟିଏ ଲମ୍ପ ରହିଛି ଏବଂ ତାହା ଯନ୍ତ୍ରଣା ଦେଉଛି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଏଭଳି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଗାଧୋଇବା ପୂର୍ବରୁ ମହିଳାମାନଙ୍କୁ ଯାଞ୍ଚ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଯଦି ଯନ୍ତ୍ରଣା ହେଉଥିବ ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି।

ଥାଇରଏଡ କ୍ୟାନ୍ସରର ଲମ୍ପ: ଥାଇରଏଡ କାରଣରୁ କୌଣସି ବ୍ୟକ୍ତିର ଶରୀରରେ ଲମ୍ପ ସୃଷ୍ଟି ହୁଏ। ପୁରୁଷଙ୍କ ଅପେକ୍ଷା ମହିଳାମାନେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ। ଥାଇରଏଡ କାରଣରୁ ରୋଗୀର ଗଳାରେ ଏକ ଲମ୍ପ ହୋଇପାରେ। ଗଳାରେ ଥିବା ପ୍ରତ୍ୟେକ ଲମ୍ପ କର୍କଟ ହୋଇପାରେ ନାହିଁ। ଏହା ଏକ ସିଷ୍ଟ କିମ୍ବା କେବଳ ମାଂସ ଖଣ୍ଡ ହୋଇପାରେ। ତେଣୁ, ଯେତେବେଳେ ରୋଗୀଙ୍କୁ ଥାଇରଏଡ ରୋଗ ନିର୍ଣ୍ଣୟ କରାଯାଏ, ସେତେବେଳେ ସେମାନେ ଅଲଟ୍ରାସାଉଣ୍ଡ କରିବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.