ETV Bharat / sukhibhava

କ୍ୟାଡବରୀ ଚକୋଲେଟ୍‌କୁ ନେଇ ବ୍ରିଟେନରେ ଭୟ, ଲିଷ୍ଟେରିଓସିସ୍ ବ୍ୟାପିବା ଆଶଙ୍କା - କ୍ୟାଡବରୀ ଚକୋଲେଟ୍‌ ଖାଇଲେ କେଉଁ ରୋଗ ହୋଇଥାଏ

ବ୍ରିଟେନ୍ ବଜାରରେ ଉପଲବ୍ଧ କ୍ୟାଡବରୀ ଚକୋଲେଟ୍‌(Cadbury Chocolate)କୁ ନେଇ ଛାନିଆ । ଏଥିରେ ବ୍ୟାକ୍ଟେରିଆ ସଂକ୍ରମଣ ଜନିତ ରୋଗ ହେବାର ରହିଛି ଆଶଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 5, 2023, 4:31 PM IST

ଲଣ୍ଡନ: ବ୍ରିଟେନ୍ ବଜାରରୁ ହଟୁଛି କ୍ୟାଡବରୀ ଚକୋଲେଟ୍(Cadbury Chocolate) । ଲିଷ୍ଟେରିଆ ବ୍ୟାକ୍ଟେରିଆ ଭୟରେ ଚକୋଲେଟ୍ ସେବନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସେଠାକାର ସରକାର । ବ୍ରିଟେନର ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ ଅନୁସାରେ, ଯେଉଁ ବ୍ୟବସାୟ ସଂସ୍ଥା କ୍ଯାଡବରୀ ଚକୋଲେଟ୍ କ୍ରୟ କରିଛନ୍ତି, ସେମାନେ ତୁରନ୍ତ ଏହାକୁ ଫେରସ୍ତ କରାଇନେବାକୁ ନିର୍ଦ୍ଦେଶ ଦିଆଯଇଛି । ଚକୋଲେଟ୍ ମାଧ୍ୟମରେ ବ୍ୟାକ୍ଟେରିଆ(ଜୀବାଣୁ) ଜନିତ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ରୋଗ ନିୟନ୍ତ୍ରଣ କେନ୍ଦ୍ର(ସିଡିସି) ଅନୁଯାୟୀ, ଲିଷ୍ଟେରିଆ ହେଉଛି ଏକ କବକ ଯାହା ଖାଦ୍ୟ ମାଧ୍ୟମରେ ସଂକ୍ରମିତ କରିଥାଏ । ଏହି ସଂକ୍ରମଣକୁ ଲିଷ୍ଟେରିଓସିସ୍ କୁହାଯାଏ । ଲିଷ୍ଟେରିଆ ମୋନୋସାଇଟୋଜେନସ୍ ଦ୍ବାରା ଦୂଷିତ ଖାଦ୍ୟ ମାଧ୍ୟମରେ ଏହି ରୋଗ ସଂକ୍ରମିତ କରିଥାଏ । ଗର୍ଭବତୀ, ଶିଶୁ ଏବଂ 65 ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି କବକ ସଂକ୍ରମଣ କରିବାର ଆଶଙ୍କା ଅଧିକ ଥାଏ । ତେଣୁ ଏହି ବର୍ଗର ଲୋକଙ୍କ ପାଇଁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:- କବକ ସଂକ୍ରମଣକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଏହିପରି ରୁହନ୍ତୁ ସତର୍କ

ବ୍ରିଟେନର ଖାଦ୍ୟ ମାନକ ଏଜେନ୍ସି (Food Safety Agency) ଗ୍ରାହକମାନଙ୍କୁ ସେମାନଙ୍କ ୱେବ୍‌ସାଇଟରେ ଉତ୍ପାଦଗୁଡିକର ମିଆଦ ପୂର୍ଣ୍ଣ ତାରିଖ(expiry date) ଯାଞ୍ଚ କରିବାକୁ ଅନୁରୋଧ କରୁଛି । ରିପୋର୍ଟ ଅନୁସାରେ କ୍ରଞ୍ଚି, ଡେମ୍, ଫ୍ଲେକ୍, ଡେରିମିଲ୍କ ବଟନ୍ସ ଏବଂ ଡେରି ମିଲ୍କ ଚଙ୍କ୍ସ 75g ଚକୋଲେଟ୍ ଡେଜାର୍ଟ୍ସ ପ୍ରଡକ୍ଟଠାରୁ ଦୂରେଇ ରହିବାକୁ ସତର୍କ କରାଯାଇଛି । କ୍ରଞ୍ଚି ଏବଂ ଫ୍ଲେକ୍ ଡେଜାର୍ଟ୍ସକୁ ମେ' 17 ଏବଂ ଅନ୍ୟ ବାକି ପ୍ରଡକ୍ଟକୁ 18 ମେ' ସୁଦ୍ଧା ବ୍ୟବହାର କରିଦେବାକୁ ପରାମର୍ଶ ଦିଆଯାଇଛି ।

ଲିଷ୍ଟେରିଓସିସ୍ ଲକ୍ଷଣ

ଲିଷ୍ଟେରୋସିସ୍ ରୋଗର ଲକ୍ଷଣ ଫ୍ଲୁ ସହିତ ସମାନ । ସିଡିସି ଅନୁଯାୟୀ ଏହି ରୋଗ ହେଲେ ଜ୍ୱର, ମାଂସପେଶୀ ଯନ୍ତ୍ରଣା କିମ୍ବା ଶରୀର ଯନ୍ତ୍ରଣା, ଥଣ୍ଡା, ଡାଇରିଆ ଏବଂ ଅସୁସ୍ଥତା ଲାଗିଥାଏ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସଂକ୍ରମିତ ବ୍ୟକ୍ତି ଏବଂ ଶରୀରର ଅଙ୍ଗ ଉପରେ ନିର୍ଭର କରି ଲିଷ୍ଟେରିଆ ସଂକ୍ରମଣର ଲକ୍ଷଣ ଭିନ୍ନଭିନ୍ନ ହୋଇଥାଏ । କ୍ୱଚିତ୍ କ୍ଷେତ୍ରରେ, ସଂକ୍ରମଣ ଅଧିକ ଭୟଙ୍କର ହୋଇପାରେ, ଯାହା ମେନିଞ୍ଜାଇଟିସ୍ ଭଳି ଗୁରୁତର ଜଟିଳତା ସୃଷ୍ଟି କରିଥାଏ । ଯଦି ଜଣେ ଗର୍ଭବତୀ ଲିଷ୍ଟେରୋସିସ୍ ସଂକ୍ରମିତ ହୁଅନ୍ତି ତେବେ ଜଟିଳତା ବଢିପାରେ । ତେଣୁ ଏସୁବ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.