ETV Bharat / sukhibhava

ଭାରତୀୟ ଯୁବପିଢିଙ୍କର ମସ୍ତିଷ୍କାଘାତ ଗତ 10 ବର୍ଷରେ ଦୁଇଗୁଣା ବଢିଛି: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭାରତ ଯୁବପିଢିଙ୍କ ମଧ୍ୟରେ ବଢୁଛି ମସ୍ତିଷ୍କ ଆଘାତ ସମସ୍ୟା । ଗତ ଦଶନ୍ଧି ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Brain stroke
Brain stroke
author img

By

Published : Mar 24, 2023, 3:37 PM IST

ନୂଆଦିଲ୍ଲୀ: ଭାରତରେ ଯୁବପିଢିଙ୍କ ମଧ୍ୟରେ ବଢୁଛି ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟା । ବିଗତ 10 ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ବିଗୁଣିତ ହୋଇଛି । ସିଏସ୍ଆର୍ ଦ୍ୱାରା ଆୟୋଜିତ ହୋଇଥିବା 'ଇଲ୍‌ନେସ୍ ଟୁ ୱେଲନେସ୍' ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗ ଦେଇଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ଏନେଇ ସ୍ପଷ୍ଟ କରିଛନ୍ତି । ଦେଶରେ ଯୁବପିଢିଙ୍କ ମଧ୍ୟରେ ମସ୍ତିଷ୍କାଘାତ ବୃଦ୍ଧି ପାଉଛି ବୋଲି ସେମାନେ ଚେତାଇ ଦେଇଛନ୍ତି ।

ଏହି ଅଧିବେଶନରେ ଅଧ୍ୟକ୍ଷତା କରି ଦିଲ୍ଲୀର ଏନ୍‌ସିଟି ସରକାରଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ବିହେଭିୟର୍ ଆଣ୍ଡ୍ ଆଲାଏଡ୍ ସାଇନ୍ସ(ଆଇଏଚବିଏସ୍)ର ନିର୍ଦ୍ଦେଶକ ରାଜେନ୍ଦ୍ର କେ ଧାମିଜା କହିଛନ୍ତି ଯେ, ଦେଶରେ ବ୍ରେନ ଷ୍ଟ୍ରୋକ୍ ମାମଲା ବୃଦ୍ଧି ପାଇଛି । ଏହି ସଂଖ୍ୟା ଯୁବକମାନଙ୍କ ମଧ୍ୟରେ ଦ୍ୱିଗୁଣିତ ହୋଇଛି । ବିକଶିତ ଦେଶମାନଙ୍କରେ ଏହା ହ୍ରାସ ପାଇଥିବାବେଳେ ଭାରତୀୟମାନଙ୍କ ମଧ୍ୟରେ ମସ୍ତିଷ୍କ ଆଘାତର ଏହି ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଷେଧକ ଯତ୍ନ ନେବା ନିହାତି ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପିଲେପ୍ସି(ଅପସ୍ମାର) ହେଉଛି ମସ୍ତିଷ୍କ ସମ୍ବନ୍ଧୀୟ ଅନ୍ୟ ଏକ ରୋଗ, ଯାହା ଭାରତରେ ଏକ କୋଟିରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ । ଏହି ରୋଗକୁ ସାମାଜରେ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ଆମ ଦେଶରେ ଆକ୍ରାନ୍ତ ସଂଖ୍ୟା ଅଧିକ ହୋଇପାରେ । ଏବେ ବି କିଛି ଲୋକ ସେମାନଙ୍କ ପରିବାରରେ ଯଦି କୌଣସି ବ୍ଯକ୍ତି ଅପସ୍ମାରରେ ପୀଡିତ ହୋଇଥାନ୍ତି, ଏହାକୁ ଲୁଚାନ୍ତି । ତେଣୁ ସମ୍ପ୍ରଦାୟ ସ୍ତରରେ ଏହି ସବୁ ବିଚାର ଧାରାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ରାଜେନ୍ଦ୍ର କହିଛନ୍ତି ।

ସେହିପରି ମାନସିକ ରୋଗର ବରିଷ୍ଠ ପ୍ରଫେସର ତଥା NIMHANS(ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ)ର ନିର୍ଦ୍ଦେଶକ ବି.ଏନ ଗଙ୍ଗାଧର କହିଛନ୍ତି, "ଆଜି ଆମେ ଆମର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁସ୍ଥତା କେନ୍ଦ୍ର ବୋଲି କହୁଛୁ, ଯାହା ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆମର ବରିଷ୍ଠ ନାଗରିକମାନେ ବୃଦ୍ଧାବସ୍ଥାରେ କିପରି ସୁସ୍ଥ ରହିବେ ସେଥିପାଇଁ ପଦକ୍ଷେପ ନେଉଛୁ ।

ବୟସ ବୃଦ୍ଧି ସହିତ ମଣିଷର ମସ୍ତିଷ୍କ ଚାପଗ୍ରସ୍ତ ହୁଏ, ଫଳରେ ଏହା ଆହୁରି ଶୀଘ୍ର ସଂକୁଚିତ ହୋଇଯାଏ । ତଥାପି, ଅନୁସନ୍ଧାନରୁ ଜଣାପଡିଛି ଯେ, ଯୋଗ ମସ୍ତିଷ୍କ ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ । ତେଣୁ ଆମ ସମସ୍ତଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ କରିବା ଗୁରୁତ୍ବପୂର୍ଣ୍ଣ ।

ଅପସ୍ମାର କ'ଣ: ଏପିଲେପ୍ସି ବା ଅପସ୍ମାର ହେଉଛି ଏକ ସ୍ନାୟୁଗତ ବ୍ୟାଧି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଅପସ୍ମାର ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଏକ ଜଟିଳ ଅଣସଂକ୍ରାମକ ରୋଗ । ବାରମ୍ବାର ବାତ ମାରିବା ଏହି ରୋଗର ବୈଶିଷ୍ଟ୍ୟ । ଏହି କାରଣରୁ ଶରୀରର କୌଣସି ଅଂଶ ବା ସମଗ୍ର ଶରୀରକୁ ବାତ ମାରିଥାଏ । ବେଳେବେଳେ ଅପସ୍ମାର ବାତ କାରଣରୁ ଜଣେ ଲୋକ ଚେତାଶୂନ୍ୟ ହୋଇପାରନ୍ତି । ଏପରିକି ମୂତ୍ରାଶୟର କାର୍ଯ୍ୟ ବି ପ୍ରଭାବିତ ହୋଇଥାଏ । ସିଜର ବା ବାତ ଭିନ୍ନଭିନ୍ନ ହୋଇଥାଏ । ଅତି ସ୍ୱଳ୍ପ ସମୟ ପାଇଁ ବାତ ମାରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.