ETV Bharat / sukhibhava

ସାଧାରଣ ମୁଣ୍ଡବିନ୍ଧା, ବାନ୍ତି ପଛରେ ଥାଇପାରେ Brain cyst - ବ୍ରେନ ସିଷ୍ଟ କଣ

ବ୍ରେନ ସିଷ୍ଟସ୍‌ Brain cyst ମସ୍ତିସ୍କରେ ତରଳ ପଦାର୍ଥ ସୃଷ୍ଟି କାରଣରୁ ହୋଇଥାଏ । ସାଧାରଣ ମୁଣ୍ଡବିନ୍ଧା Headache, ବାନ୍ତି ଏବଂ ସନ୍ତୁଳନ ହରାଇବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

ସାଧାରଣ ମୁଣ୍ଡବିନ୍ଧା, ବାନ୍ତି ପଛରେ ଥାଇପାରେ Brain cyst

author img

By

Published : Aug 20, 2022, 5:26 PM IST

ନୂଆଦିଲ୍ଲୀ: ଡାକ୍ତରଙ୍କ କହିବାନୁସାରେ, ମୁଣ୍ଡବିନ୍ଧା(Headache), ସାଧାରଣତଃ ଅବହେଳିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଗୋଟିଏ, ମସ୍ତିଷ୍କରେ ସିଷ୍ଟ(cyst in the brain) ଭଳି ଏକ ଗମ୍ଭୀର ଅବସ୍ଥାକୁ ସୂଚାଇପାରେ । ମସ୍ତିଷ୍କ ସିଷ୍ଟସ୍(Brain cysts) ହେଉଛି ତରଳ ଭର୍ତ୍ତି ଥଳି ଯାହା ମସ୍ତିଷ୍କରେ ତରଳ ପଦାର୍ଥ ସୃଷ୍ଟି କାରଣରୁ ଦେଖାଯାଏ । ପ୍ରାୟ 1.2 ପ୍ରତିଶତ ଲୋକ ମସ୍ତିଷ୍କ ସିଷ୍ଟ ଦ୍ୱାରା ପ୍ରଭାବିତ ହୁଅନ୍ତି । ଭାରତର ଜନସଂଖ୍ୟା 1.3 ବିଲିୟନ ଥିବାରୁ ଏହା ଏକ ବୃହତ ସଂଖ୍ୟା ବୋଲି ଗାଜିଆବାଦର ଭୈଶାଳି ସ୍ଥିତ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗର ନିର୍ଦ୍ଦେଶକ ଡାକ୍ତର ମନୀଷ ବୈଷ୍ କହିଛନ୍ତି ।

ସିଷ୍ଟସ୍ ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଇଥାଏ । ସେହିପରି ବୟସ୍କଙ୍କ ଠାରେ ମଧ୍ୟ ବ୍ରେନ ସିଷ୍ଟସ୍ ଦେଖାଦେଉ ଥିବାବେଳେ ମହିଳାଙ୍କ ତୁଳନାରେ 59 ପ୍ରତିଶତ ପୁରୁଷଙ୍କର ବ୍ରେନ ସିଷ୍ଟସ୍ ହୋଇଥାଏ ବୋଲି ଡାକ୍ତର ବୈଶ କହିଛନ୍ତି । ମସ୍ତିଷ୍କ ସିଷ୍ଟର ଲକ୍ଷଣ ଏହାର ଅବସ୍ଥାନ ଏବଂ ଆକାର ଉପରେ ନିର୍ଭର କରେ । ବେଳେବେଳେ ଛୋଟ ସିଷ୍ଟସ୍ କୌଣସି ଲକ୍ଷଣ ଦେଖାଇ ନ ପାରେ କିନ୍ତୁ ସେମାନଙ୍କ ଆକାର ବଢିବା ପରେ ଅନେକ ସମୟରେ ଅସୁବିଧା ସୃଷ୍ଟି କରିଥାଏ ।

ମସ୍ତିଷ୍କ ଟିସୁ ଉପରେ ସିଷ୍ଟ ଦ୍ବାରା ଦିଆଯାଇଥିବା ଚାପ କିମ୍ବା cerebrospinal fluid(CSF) ର ସାଧାରଣ ପ୍ରବାହରେ ବ୍ୟାଘାତ ହେତୁ ଏହାର ଲକ୍ଷଣ ହୋଇପାରେ, ତେବେ CSF ହେଉଛି ଏକ ପ୍ରତିରକ୍ଷା ତରଳ ଯାହା ମସ୍ତିଷ୍କରେ ଏକ cushion ସୃଷ୍ଟି କରିଥାଏ ବୋଲି ଡାକ୍ତର କହିଛନ୍ତି । ମସ୍ତିଷ୍କ ସିଷ୍ଟର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ମୁଣ୍ଡବିନ୍ଧା । ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଯଦି କ୍ରନିକ ମୁଣ୍ଡବିନ୍ଧା ବା ଅନ୍ୟ କୌଣସି ଲକ୍ଷଣ ସହିତ ଆସେ, ତେବେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ ବୋଲି ଡା ବୈଶ କହିଛନ୍ତି ।

ଶାରୀରିକ ପରୀକ୍ଷା ଏବଂ ସିଟି ସ୍କାନ ଏବଂ ଏମଆରଆଇ ପରି ଇମେଜିଙ୍ଗ ମାଧ୍ୟମରେ ରୋଗ ନିର୍ଣ୍ଣୟ କରାଯାଇଥାଏ । ତେବେ ବ୍ରେନ ସିଷ୍ଟସ୍‌ର ମୁଖ୍ୟ ଲକ୍ଷ୍ୟଣଗୁଡିକ ହେଉଛି, ମୁଣ୍ଡବ୍ୟଥା, ବାନ୍ତି, ସନ୍ତୁଳନ ସମସ୍ୟା, ଦୃଷ୍ଟିଶକ୍ତି ହ୍ରାସ ଭଳି ସାଧାରଣ ଲକ୍ଷଣ । ତେଣୁ ଏସବୁ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇନେବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.