ହାଇଦ୍ରାବାଦ: କଳା ଜିରା ନାମକ ଛୋଟ, କଳା ମଞ୍ଜି ସଦୃଶ । ଏଥିରେ ବିସ୍କୁଟ, କୁକିଜ ଏବଂ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହୃତ ହୁଏ । ଏହା ଖାଦ୍ୟରେ ସ୍ବାଦ ଦେଇଥାଏ ତାହା ନୁହେଁ ଅନେକ ପ୍ରକାରର ଆୟୁର୍ବେଦିକ ଚିକିତ୍ସାରେ ମଧ୍ୟ ବ୍ୟବହୃତ କରାଯାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ଏବଂ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଏହା ସହ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବା ସହ ମୋଟାପଣ ମଧ୍ୟ ହ୍ରାସ କରିଥାଏ । ତେବେ କଳାଜିରା ପାଣି ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ବିବେଚନା କରାଯାଏ ।
କଳା ଜିରା ଖାଇବାର ଫାଇଦା:-
- ରକ୍ତରେ ଶର୍କରା ସ୍ତର ସ୍ୱାଭାବିକ କରିଥାଏ
ରକ୍ତରେ ଶର୍କରା ସ୍ତର ବୃଦ୍ଧି ଏବଂ ହ୍ରାସ, ଉଭୟ ପରିସ୍ଥିତି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି କାରଣରୁ ଆମ ଶରୀରର ଅନେକ ଅଙ୍ଗ ନଷ୍ଟ ହୋଇପାରେ । ଯେଉଁଥିରେ କିଡନୀ, ଆଖି ଏବଂ ପାଦ ମଧ୍ୟ ଅନ୍ତର୍ଭୁକ୍ତ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରୀ । କଳାଜିରାକୁ ପାଣିରେ ମିଶାଇ ପିଇବା ଦ୍ବାରା ଏହା ଏକ ଔଷଧ ପରି କାମ କରେ । ଯାହା ମଧୁମେହକୁ ବହୁ ପରିମାଣରେ ପରିଚାଳନା କରିଥାଏ ।
- କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ
ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିପାରେ । ହାଇ କୋଲେଷ୍ଟ୍ରଲ ହୃଦଘାତର ଆଶଙ୍କା ବଢାଇପାରେ, ତେଣୁ ଯଦି ଆପଣ ଔଷଧ ବିନା ଏହାକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ କଳା ଜିରା ଏଥିରେ ସାହାଯ୍ୟ କରିଥାଏ ।
- ଓଜନ ହ୍ରାସ କରିବାରେ ସାହାଯ୍ୟ କରେ
ଓଜନ ହ୍ରାସ କରିବାରେ ମଧ୍ୟ କଳା ଜିରା ଖାଇବା ଅତ୍ୟନ୍ତ ପ୍ରଭାବଶାଳୀ । କାରଣ ଏହାକୁ ଖାଇବା ଦ୍ବାରା ମେଟାବୋଲିଜିମ ବୁଷ୍ଟ ହୋଇଥାଏ । ଯାହା ଓଜନ ହ୍ରାସ ପ୍ରକ୍ରିୟାକୁ ସହଜ ଏବଂ ତୀବ୍ର କରିଥାଏ । କଳା ଜିରାକୁ ଉଷୁମ ପାଣିରେ ଫୁଟାଇ ଫିଲ୍ଟର୍ କରି ପିଇଲେ ଶୀଘ୍ର ଓଜନ ହ୍ରାସ ହୋଇଥାଏ ।
- ଚର୍ମ ସୁସ୍ଥ ରଖେ
ସ୍ୱାସ୍ଥ୍ୟ ସହ କଳା ଜିରା ମଧ୍ୟ ଆମ କେଶ ଏବଂ ଚର୍ମ ପାଇଁ ଲାଭଦାୟକ । ଏହାର ପାଣି ଖାଇବା ଦ୍ୱାରା ଚର୍ମରୁ ଦାଗ ଦୂର ହୋଇଥାଏ ଏବଂ ଏହାର ଚମକ ମଧ୍ୟ ଆଣିଥାଏ । ଏଥିସହ କଳାଜିରା ତେଲ ଲଗାଇବା ଦ୍ୱାରା ଅନେକ ମୁଖ ସମସ୍ୟା ଦୂର ହୋଇଥାଏ । ଏହାକୁ ପାଣିରେ ମିଶାଇ ପିଇବା ଦ୍ୱାରା ଶରୀରରୁ ଅପରିଷ୍କାରତା ଦୂର ହୋଇଥାଏ, ଯାହା ଚେହେରାର ଚମକକୁ ବଢାଇଥାଏ ।
- ଶରୀରକୁ ଡିଟକ୍ସ କରାଏ
କଳା ଜିରା ପାଣି ଶରୀରକୁ ଡିଟକ୍ସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଯାହା ପାଗ ପରିବର୍ତ୍ତନର ରୋଗ ଆଶଙ୍କାକୁ ଦୂର କରେ । ଥଣ୍ଡା କାଶ,ଜ୍ବର ସହ ଆଲର୍ଜି ଭଳି ରୋଗ ବିରୁଦ୍ଧରେ କଳା ଜିରା ଅତ୍ୟନ୍ତ ସହାୟକ ହୋଇଥାଏ ।
ବିଦ୍ର: ଦିଆଯାଇଥିବା ପଦ୍ଧତି କେବଳ ସାଧାରଣ ସୂଚନା ଉପରେ ଆଧାରିତ। ଯଦି ଆପଣଙ୍କର କୌଣସି ପଦାର୍ଥରେ ଆଲର୍ଜି ରହିଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।