ETV Bharat / sukhibhava

Hair Straightning: ଆପଣାନ୍ତୁ ଏହି ତରିକା, ବିନା ଷ୍ଟ୍ରେଟନର ବି ଷ୍ଟ୍ରେଟ ହେବ ଚୁଟି - ଚୁଟି ଷ୍ଟ୍ରେଷ୍ଟନିଂ

ଚୁଟିକୁ ଷ୍ଟ୍ରେଟ୍‌ କରିବା ପାଇଁ ଅନେକ ଷ୍ଟ୍ରେଟନର ବ୍ୟବହାର କରିଥାଆନ୍ତି । ତେବେ ଏହା ଦ୍ବାରା ଚୁଟି ଖରାପ ହୋଇଯାଇଥାଏ । ତେବେ ଏହି ଟିପ୍ସ ଆପଣାଇଲେ ବିନା ଷ୍ଟ୍ରେଟନରରେ ମଧ୍ୟ ଷ୍ଟ୍ରେଟ୍‌ ହୋଇପାରିବ ଚୁଟି । ଅଧିକ ପଢନ୍ତୁ

Hair Straightning
Hair Straightning
author img

By

Published : Jul 12, 2023, 8:07 AM IST

ହାଇଦ୍ରାବାଦ: ଆଜିକାଲି ଟ୍ରେଣ୍ଡରେ ରହିଛି ଚୁଟି ଷ୍ଟ୍ରେଷ୍ଟନିଂ। ସମସ୍ତେ କେଶ ଷ୍ଟ୍ରେଟ କରି ରଖିବାକୁ ଚାହୁଁଛନ୍ତି। ଷ୍ଟ୍ରେଟ ଚୁଟି କେଶର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାଏ। ଏହା ଦ୍ବାରା କେଶ ରେଶମୀ, ଚକଚକିଆ ଏବଂ ଲମ୍ବା ଦେଖାଯାଏ। କେଶ ସିଧା କରିବା ପାଇଁ ବଜାରରେ ଅନେକ ଗରମ ଉପକରଣ ବା ଷ୍ଟ୍ରେଟନର ଉପଲବ୍ଧ ହୋଇଥାଏ। ଯାହା ସାହାଯ୍ୟରେ କେଶ ସିଲକି ଏବଂ ସିଧା ହୋଇପାରେ। କିନ୍ତୁ ଯଦି ଆପଣଙ୍କର କେଶ ଷ୍ଚ୍ରେଟ ନୁହେଁ ଏବଂ ଆପଣ ଷ୍ଟ୍ରେଟନର ବ୍ୟବହାର କରୁଛନ୍ତି ତେବେ ଏହା କ୍ଷତିକାରକ ହୋଇପାରେ । ଯଦି ଆପଣ ପ୍ରତିଦିନ ଷ୍ଟ୍ରେଟନର ବ୍ୟବହାର କରୁଛନ୍ତି ତେବେ ଚୁଟି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ତେବେ ଷ୍ଟ୍ରେଟନର ବ୍ୟବାହର ନକରି କିଭଳି ଚୁଟିକୁ ସିଧା କରିପାରିବେ ଜାଣିଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ ବିନା ଷ୍ଟ୍ରେଟନରରେ ମଧ୍ୟ ଷ୍ଟ୍ରେଟ୍‌ ହୋଇପାରିବ ଚୁଟି

ହେୟାର ରାପିଂ: କେଶକୁ ସିଧା କରିବା ପାଇଁ ଏହା ଏକ ସରଳ ଏବଂ ସହଜ ଉପାୟ। ଏହି ପ୍ରକ୍ରିୟାରେ ଚୁଟିକୁ ସିଧାକରି ଗୁଡେଇ ରଖାଯାଏ ଏବଂ କ୍ଲିପ୍‌ ମାରି ରଖାଯାଇଥାଏ । କିଛି ଘଣ୍ଟା ଏପରି ରଖିବା ପରେ କ୍ଲିପ୍‌ ଖୋଲିବା ଦ୍ବାରା ଚୁଟିଗୁଡିକ ସିଧା ହୋଇଯାଇଥାଏ। ଏଥିପାଇଁ ପ୍ରଥମେ ଉପର ଭାଗର କେଶ ନିଅନ୍ତୁ ଏବଂ ଏହାକୁ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ନେଇ କ୍ଲିପ ଲଗାଇବା ଉଚିତ । ସମଗ୍ର କେଶ ସହିତ ସମାନ ପ୍ରକ୍ରିୟା ଅନୁସରଣ କରନ୍ତୁ । ରାତିରେ କେଶକୁ ଏହି ଉପାୟରେ ଗୁଡ଼ାଇ ଏକ ଟାୱେଲ, କପଡା କିମ୍ବା ମୁଣ୍ଡର କଭର ଲଗାଇ ଶୋଇବାକୁ ଶୋଇପଡନ୍ତୁ । ସକାଳୁ ଉଠିବା ବେଳେ ଚୁଟିଗୁଡିକ ସିଧା ହୋଇଯାଇଥାଏ।

ଜୁଡା କରନ୍ତୁ: ରାତିରେ ଶୋଇବା ସମୟରେ, ମୁଣ୍ଡରେ ଖୋସା କରି ଶୋଇବା ପାଇଁ ଯୋଜନା କରନ୍ତୁ । କେଶକୁ ସିଧା କରିବାର ଏହି ପଦ୍ଧତି ମଧ୍ୟ ବହୁତ ଭଲ ଭାବରେ ବିବେଚନା କରାଯାଏ । ଏଥିପାଇଁ, ରାତିରେ କେଶ ଧୋଇବା ପରେ ଓଦା କେଶକୁ ଏକ ପନିଟେଲରେ ବାନ୍ଧନ୍ତୁ ଏବଂ ଏହାକୁ ଏକ ଖୋସା ତିଆରି କରନ୍ତୁ । ଆପଣଙ୍କ ବନ୍ ଯେତେ ଷ୍ଟ୍ରେଟ୍ ରହିବ କେଶ ସେଭଳି ଷ୍ଟ୍ରେଟ ହେବ । ସକାଳେ କେଶ ଶୁଖିଯିବ ଏବଂ ସିଧା ମଧ୍ୟ ଦେଖାଯିବ ।

ହେୟାର ଷ୍ଟ୍ରେଟନିଂ ମାସ୍କ: ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ପ୍ରାକୃତିକ ଉପାୟରେ କେଶକୁ ସିଧା କରିପାରିବେ । କେଶ ସିଧା କରିବା ହେୟାର ଷ୍ଟ୍ରେଟନିଂ ମାସ୍କ ଆପଣଙ୍କୁ ଏଥିରେ ସାହାଯ୍ୟ କରିଥାଏ । ଅଣ୍ଡା, ମହୁ ଏବଂ ଆଭୋକାଡୋ ମିଶ୍ରଣ କରି ଏକ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ସମସ୍ତ କେଶରେ ଲଗାନ୍ତୁ । ପ୍ରାୟ ଏକ ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ । ସପ୍ତାହକୁ ଏଭଳି ଦୁଇଥର କରିବା ଦ୍ବାରା ଚୁଟି ଷ୍ଟ୍ରେଟ୍‌ ହୋଇଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: କଣ ପ୍ରତିଦିନ ମୁଣ୍ଡ ଧୋଇବା ଉଚିତ କି? କଣ କହୁଛନ୍ତି ବିଶେଷଜ୍ଞ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.