ETV Bharat / sukhibhava

ଏହି ସବୁ ପାଟି ସୁଆଦିଆ ଖାଦ୍ୟ ଖାଉଥିଲେ ସାବଧାନ, ହୋଇପାରେ କର୍କଟ

ଫାଷ୍ଟ୍ ଫୁଡ୍ ଓ ଅତ୍ଯଧିକ ତେଲ-ମସଲାଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ଜଟିଳ ରୋଗ । ଅଧିକ ପଢନ୍ତୁ

author img

By

Published : Feb 25, 2023, 4:37 PM IST

ultra-processed food
ultra-processed food

ଲଣ୍ଡନ: ଫାଷ୍ଟ୍ ଫୁଡ୍ ଓ ଅତ୍ଯଧିକ ତେଲ-ମସଲାଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ବୋଲି ଜାଣିଥିବେ ନିଶ୍ଚୟ । ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟିକରେ ଏବଂ ପାକସ୍ତଳୀର ବିଭିନ୍ନ ରୋଗର କାରକ ସାଜେ । ହେଲେ ଜାଣନ୍ତିକି ବାରମ୍ବାର ଏହିସବୁ ଖାଦ୍ୟ ସେବନ କର୍କଟ ଓ ମଧୁମେହ ଭଳି ଜଟିଳ ରୋଗ ସୃଷ୍ଟି କରିପାରେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: 59% ଲଙ୍ଗ୍ କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କର ବର୍ଷକ ପରେ ଦୁର୍ବଳ ହେଉଛି ଅଙ୍ଗ

ଅଧ୍ୟୟନ ଅନୁସାରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ବାରା କର୍କଟ ହେବା ସହ ଅକାଳ ବିୟୋଗ ଅର୍ଥାତ୍ କମ୍ ବୟସରୁ ମୃତ୍ୟ, ମେଦବହୁଳତା ଏବଂ ଟାଇପ୍‌-2 ମଧୁମେହ ହୋଇପାରେ । ଅଧ୍ୟୟନରୁ ଏହା ଜଣାପଡିଛି ଯେ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟ ଯେପରିକି ଫିଜି ପାନୀୟ, ପ୍ୟାକେଜ୍ ହୋଇଥିବା ବ୍ରେଡ୍, ରେଡି଼ଟୁ ଇଟ୍ ମିଲ୍ କର୍କଟର କାରଣ ହୋଇପାରେ । ବ୍ରିଟେନର ଇମ୍ପେରିଆଲ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ କରିଥିବା ଅନୁସନ୍ଧାନରୁ ଏହା ଜଣାପଡିଛି । ସେହିପରି ପ୍ରି-ପ୍ୟାକେଜ ହୋଇଥିବା ସୁପ୍, ସସ୍ ଏବଂ ଫ୍ରୋଜେନ୍ ପିଜା ଖାଇବା ଦ୍ବାରା ଅକାଳ ବିୟୋଗ ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- ମାନସିକ ଚାପ ଦୂର କରିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଅନୁସନ୍ଧାନରୁ ଆହୁରି ମଧ୍ୟ ଜଣାପଡିଛି ଯେ, ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ବାରା ଓଭାରିଆନ୍ ଏବଂ ମସ୍ତିଷ୍କ କର୍କଟ ସୃଷ୍ଟି ହୋଇପାରେ । ଅଧ୍ୟୟନ ସମୟରେ ଜଣାପଡିଲା ଯେ, ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ପ୍ରକ୍ରିୟାକୃତ ଖାଦ୍ୟର ପ୍ରତି 10 ପ୍ରତିଶତ ବୃଦ୍ଧି ଦୁଇ ପ୍ରତିଶତ କର୍କଟ ବିପଦକୁ ବଢାଇପାରେ । ଏହାର ନିୟମିତ ବୃଦ୍ଧି ଫଳରେ ଓଭାରିଆନ କର୍କଟ 19 ପ୍ରତିଷତ ବିପଦ ବଢିପାରେ । ଏହି ହିସାବରେ ଯେଉଁ ବ୍ୟକ୍ତି ଅଧିକ ପ୍ରୋସେସ୍ଡ ଖାଦ୍ୟ ସେବନ କରନ୍ତି, ସେମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଅଧିକ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- ଶିଶୁଙ୍କ ଦାନ୍ତ ଉଠିବା ସମୟରେ ସମସ୍ୟା ଉପୁଜୁଥିଲେ ଆପଣାନ୍ତୁ ଏହି ସବୁ ଉପାୟ

ସେହିପରି ଇ-କ୍ଲିନିକାଲ୍ ମେଡିସିନ୍ ଅନୁସନ୍ଧାନ କରିଛି ଯେ, ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟର ଅଧିକ ବ୍ୟବହାର ମେଦବହୁଳତା ଏବଂ ଟାଇପ୍-୨ ମଧୁମେହ ବିପଦ ସୃଷ୍ଟି କରିପାରେ । ଏହି ଅନୁସନ୍ଧାନ ଆହୁରି ମଧ୍ୟ ସଚେତନ କରି କହିଛି, ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଜାତିସଙ୍ଘର ଫୁଡ୍ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବାକୁ ବାରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.