ହାଇଦ୍ରାବାଦ: ନିଶ୍ବାସ ନେବାରେ ଉପୁଜୁଥିବା ସମସ୍ୟା ସାଧାରଣତଃ ଆସ୍ଥମା(Asthma) ସହ ଜଡିତ । ଆସ୍ଥମା ଏକ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ପ୍ରାୟ 20 ନିୟୁତ ଆସ୍ଥମା ରୋଗୀ ଅଛନ୍ତି । ଏହି ରୋଗର ନିରାକରଣ ପାଇଁ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ବିଶେଷକରି ଆସ୍ଥମା ରୋଗୀ କେଉଁସବୁ ଖାଦ୍ୟ ସେବନ କରିବା ଉଚିତ୍, ଆସନ୍ତୁ ଜାଣିବା ।
ଆର୍ଟିଫିସିଆଲ ସ୍ବିଟନର: ଆସ୍ଥମା ରୋଗୀଙ୍କୁ ଆର୍ଟିଫିସିଆଲ ସ୍ବିଟନର(ମିଠା) ଠାରୁ ଦୂରରେ ରହିବା ଜରୁରୀ । କାରଣ ଏହି ଆର୍ଟିଫିସିଆଲ ମିଠା ସାଧାରଣତଃ ଡାଏଟ ସୋଡା ଓ ଜୁସରେ ରହିଥାଏ । ଏହା ସେବନ କରିବା ଦ୍ବାରା ଆଲର୍ଜିକୁ ବଢାଇଥାଏ । ଏହାସହ ଆସ୍ଥମା ରୋଗୀଙ୍କୁ ପ୍ରିଜର୍ଭେଟିଫ ଫୁଡ୍ ଆଇଟମ ଠାରୁ ମଧ୍ୟ ଦୂରେଇ ରହିବା ଦରକାର ।
ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଲିଭରକୁ ନଷ୍ଟ କରୁଛି ଫାଷ୍ଟ ଫୁଡ୍
ପ୍ରୋସେସ ଫୁଡ/ ପ୍ୟାକେଟ ତିଆରି ଖାଦ୍ୟ:- ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟକୁ ଖାଇବା ଦ୍ବାରା ଆସ୍ଥମା ରୋଗୀଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇପାରେ । ଖାସ କରି ଛୋଟ ପିଲାଙ୍କ ପାଇଁ ଏହା ଅଧିକ ବିପଦ । ଗ୍ରୋସେରି ଷ୍ଟୋରରେ ଏମିତି ଅନେକ ପ୍ରୋସେସ୍ ଫୁଡ ମିଳେ । ଯେଉଁଥିରେ ପ୍ରିଜର୍ଭେଟିଭ ଓ ଆର୍ଟିଫିସିଆଲ କ୍ୟାଲୋରୀ ରହିଥାଏ । ଯାହା ଫୁସଫୁସକୁ କ୍ଷତି ପହଞ୍ଚାଇ ପାରେ । ସେଥିପାଇଁ ଫାଷ୍ଟଫୁଡ, ଡିପ୍ ଫ୍ରାଏଡ ଫ୍ରୁଟସ ଅର୍ଥାତ୍ ଅଧିକ ଭଜା ଯାଇଥିବା ଖାଦ୍ୟ ସମେତ ପ୍ୟାକେଟ ଫୁଡ ଆସ୍ଥମା ରୋଗୀ ଖାଇବା ଅନୁଚିତ୍ ।
ଏହା ମଧ୍ୟ ପଢନ୍ତୁ:- ଚେତାଇଲା WHO, ଗୋଟିଏ ବୁନ୍ଦା ମଦ ବି ହାନିକାରକ
ଛଣା ଖାଦ୍ୟ: ଆସ୍ଥମା ରୋଗୀମାନେ ଯେତେ ଦୂର ସମ୍ଭବ ଛଣା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟତୀତ ଆସ୍ଥମା ରୋଗୀଙ୍କୁ ଅଧିକ ଲୁଣ ମଧ୍ୟ ଖାଇବା କଥା ନୁହେଁ । ଏହାର ଅର୍ଥ ଆସ୍ଥମା ରୋଗୀ କମ୍ ତେଲ ଖାଇବା ଭଲ ।
ଦୁଗ୍ଧ ଜାତୀୟ ଦ୍ରବ୍ୟ: କ୍ଷୀର ଏବଂ ଆଇସକ୍ରିମ ଭଳି ଦୁଗ୍ଧ ଜାତୀୟ ଦ୍ରବ୍ୟ ସେବନ କରିବା ଦ୍ବାରା ଆସ୍ଥମା ଗମ୍ଭୀର ହୋଇଯାଏ । କାରଣ ଏହା ସେବନ କରିବା ଦ୍ବାରା ଫୁସଫୁସରେ କଫ ଜମିବାର ଆଶଙ୍କା ରହିଥାଏ । ତେଣୁ ଆସ୍ଥମା ରୋଗୀଙ୍କୁ ଗ୍ରୀକ ୟୋଗର୍ଟ ଖାଇବାକୁ ପରାମର୍ଶ ଦିଆଯାଏ ।