ETV Bharat / sukhibhava

ସୁଗାର୍ ଫ୍ରି ଖାଦ୍ୟ ଖାଉଥିଲେ ସାବଧାନ ! ଆସିପାରେ ଷ୍ଟ୍ରୋକ୍ - ହେଲ୍‌ଥ ନ୍ୟୁଜ

ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତ ବ୍ୟକ୍ତି 'ସୁଗାର୍ ଫ୍ରି' ଖାଦ୍ୟ ଖାଉଥିଲେ ସାବଧାନ ! ଏହାର ବହୁଳ ବ୍ୟବହାର ପରବର୍ତ୍ତୀ ସମୟରେ କରିପାରେ ଷ୍ଟ୍ରୋକ୍, ହୃଦଘାତ, ରକ୍ତ ଜମାଟ ବାନ୍ଧିବା ସମସ୍ୟା । ଅଧିକ ପଢନ୍ତୁ

artificial sweetener
artificial sweetener
author img

By

Published : Mar 1, 2023, 11:15 AM IST

ହାଇଦ୍ରାବାଦ: ଶର୍କରା ବା ଚିନି ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ବୋଲି ବିବେଚନା କରାଯାଏ । ବିଶେଷ କରି ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତ ଲୋକଙ୍କ ପ୍ରତି ଏହାର ବିପଦ ଅଧିକ ଥାଏ । ଏଥିପାଇଁ ବିଭିନ୍ନ ପ୍ରକାର 'ସୁଗାର୍ ଫ୍ରି' ଖାଦ୍ୟ ତିଆରି କରାଯାଇଛି । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ଏହାର ସମର୍ଥକମାନେ ଦାବି କରନ୍ତି । ନିକଟରେ ଏକ ଅଧ୍ୟୟନ ଏସବୁ ଦାବିକୁ ଭୁଲ୍ ପ୍ରମାଣିତ କରିଛି ।

Coffee Cup With Sugar Packets On Table
Coffee Cup With Sugar Packets On Table

ଅଧ୍ୟୟନ ଅନୁସାରେ ଯେଉଁ ମଧୁମେହ ଓ ମେଦବହୁଳ ରୋଗୀ 'ସୁଗାର୍ ଫ୍ରି' ବା କୃତ୍ରିମ ମିଠା ଜାତୀୟ ଖାଦ୍ୟ ସେବନ କରୁଛନ୍ତି, ସେମାନଙ୍କର ଷ୍ଟ୍ରୋକ୍ ଭଳି ଜଟିଳ ବିପଦ ଆସିପାରେ । 'ନେଚର୍ ମେଡିସିନ୍‌' ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି । ଅଧ୍ୟୟନରେ ଦର୍ଶାଯାଇଛି ଯେ, 'ଏରିଥ୍ରିଟଲ୍'(Erythritol) ବ୍ୟବହାର ଷ୍ଟ୍ରୋକ୍, ହୃଦ୍‌ଘାତ, ରକ୍ତ ଜମାଟ ଜନିତ ମୃତ୍ୟୁ ଆଶଙ୍କା ବୃଦ୍ଧି କରିପାରେ । କହି ରଖୁଛୁ ଯେ, 'ଏରିଥ୍ରିଟଲ୍' ହେଉଛି ଏକ ଲୋକପ୍ରିୟ ଚିନି ବିକଳ୍ପ, ଯାହା ମିଠା ଖାଦ୍ୟ ଓ ପାନୀୟ ବ୍ୟବହାରରେ ବ୍ୟବହୃତ ହୁଏ । ଏହା ଭାରତ ସମେତ ବିଦେଶରେ ମଧ୍ୟ ବହୁଳ ଭାବରେ ଉପଲବ୍ଧ ।

ଏହା ମଧ୍ୟ ପଢନ୍ତୁ:- Nephrotic Syndrome: ନେଫ୍ରୋଟିକ୍ ସିଣ୍ଡ୍ରୋମ କଣ, ଜାଣନ୍ତୁ ରୋଗ ସମ୍ପର୍କରେ

ଏହି କୃତ୍ରିମ ମିଠାର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଇପାରେ । କ୍ଲେଭଲାଣ୍ଡ୍ କ୍ଲିନିକ୍ ଅନୁସନ୍ଧାନକାରୀମାନେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ଆମେରିକା ଏବଂ ୟୁରୋପର 4,000 ଲୋକଙ୍କୁ ନେଇ କରାଯାଇଥିଲା ଏହି ଅଧ୍ୟୟନ । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କିଛି ଲୋକ ପୂର୍ବରୁ ହୃଦ୍‌ରୋଗର ଅଧିକ ବିପଦ ସହ ଜଡିତ ଥିଲେ । ଅଧ୍ୟୟନକାରୀମାନେ ରକ୍ତ କିମ୍ବା ପ୍ଲେଟ୍‌ଲେଟ୍‌ରେ 'ଏରିଥ୍ରିଟଲ୍' ଲିଙ୍କ୍ ଅଛି କି ନାହିଁ ସେ ଉପରେ ପରୀକ୍ଷା ନୀରିକ୍ଷା କରିଥିଲେ । ଫଳାଫଳରୁ ଜଣାପଡିଲା ଯେ, 'ଏରିଥ୍ରିଟଲ୍' ରକ୍ତ ଜମାଟ ବାନ୍ଧିବା, ହୃଦଘାତ ଏବଂ ଷ୍ଟ୍ରୋକ୍ ବିପଦ ସହ ଜଡିତ ।

ଏରିଥ୍ରିଟଲ୍ ସହଜରେ ପ୍ଲେଟ୍‌ଲେଟକୁ ଜମାଟ ବାନ୍ଧିବାରେ ସହାୟକ ହେଉଛି । ଏହି ଜମାଟ ବାନ୍ଧୁଥିବା ପ୍ଲେଟଲେଟ ଖଣ୍ଡ ପରେ ଭାଙ୍ଗି ହୃତ୍‌ପିଣ୍ଡ କିମ୍ବା ମସ୍ତିଷ୍କକୁ ଯାଇ ହୃଦଘାତ ଓ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା ବୃଦ୍ଧି କରିପାରେ । କ୍ଲେଭଲାଣ୍ଡ୍ କ୍ଲିନିକ୍‌ ଲର୍ନର୍‌ର କାର୍ଡିଓଭସ୍କୁଲାର୍ ଆଣ୍ଡ୍ ମେଟାବୋଲିକ୍ ସାଇନ୍ସ ବିଭାଗର ନିର୍ଦ୍ଦେଶକ ତଥା ଅନୁସନ୍ଧାନର ମୁଖ୍ୟ ଲେଖକ ଷ୍ଟାନଲି ହାଜେନ୍ କହିଛନ୍ତି ଯେ, ଏରିଥ୍ରିଟଲ୍ ପରି କୃତ୍ରିମ ମିଠା ଲୋକଙ୍କ ମଧ୍ୟରେ ଅଧିକ ଆଦୃତ ହେଉଛି । ସେଗୁଡିକରର ଦୀର୍ଘମିଆଦି ପ୍ରଭାବ ଉପରେ ଅଧିକ ଗଭୀର ଗବେଷଣାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.