ହାଇଦ୍ରାବାଦ: ଆର୍ଥ୍ରାଇଟିସ୍ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଆଣ୍ଠୁ ଗଣ୍ଠିରେ ଫୁଲା ସହିତ ଯନ୍ତ୍ରଣା ଦେଖାଯାଇଥାଏ। ବେଳେବେଳେ ଯନ୍ତ୍ରଣା ଏତେ ଅଧିକ ମାତ୍ରାରେ ଦେଖାଯାଏ ଯେ, ଏହା ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ। ଏପରି ପରିସ୍ଥିତିରେ ଖାଦ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟକଳାପରେ ପରିବର୍ତ୍ତନ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଆରାମ ଦେଇପାରେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଆବଶ୍ୟକ।
- ଫ୍ୟାଟି ମାଛ: ଆର୍ଥ୍ରାଇଟିସ୍ ରୋଗୀମାନେ ଫ୍ୟାଟି ମାଛ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । କାରଣ ଏଥିରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ ଯାହା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଲମନ, ମେକରଲ, ସାର୍ଡିନ୍, ହେରିଂ, ଟ୍ରାଉଟ୍ ଆଦି ମାଛକୁ ଡାଏଟରେ ସାମିଲ କରିବା ଉଚିତ ବୋଲି କୁହାଯାଇଛି । ଏହି ମାଛରେ ଓମେଗା-3 ଫ୍ୟାଟି ଏସିଡ୍ ଅଧିକ ମାତ୍ରାରେ ରହିଥାଏ । ଯାହା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ପରିପୂର୍ଣ୍ଣ । ଏହା ଶରୀରରେ ଫୁଲାକୁ ହ୍ରାସ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ତେଣୁ ଆର୍ଥ୍ରାଇଟିସ୍ ରୋଗୀମାନେ ସପ୍ତାହରେ ଅତି କମରେ ଦୁଇଥର ମାଛ ଖାଇବା ଉଚିତ ବୋଲି କୁହାଯାଇଛି ।
- ରସୁଣ: ରସୁଣ ଅନେକ ପୋଷକ ତତ୍ତ୍ବରେ ଭରପୂର । ଯାହା ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ । ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ । ଏହି ଗୁଣ ଶରୀରରେ ପ୍ରଦାହକୁ ହ୍ରାସ କରିବା ସହିତ ଆର୍ଥ୍ରାଇଟିସ୍ର ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ରସୁଣ, ଅଦା ଏବଂ ହଳଦି ଖାଇବା ଆର୍ଥ୍ରାଇଟିସରେ ପ୍ରଦାହ ଏବଂ ଯନ୍ତ୍ରଣା ହ୍ରାସ କରିବାରେ ପ୍ରଭାବଶାଳୀ ହୋଇପାରେ । ତେଣୁ ଆର୍ଥ୍ରାଇଟିସ୍ ରୋଗୀମାନେ ନିୟମିତ ଭାବରେ ରସୁଣ ଖାଇବା ଉଚିତ ବୋଲି କୁହାଯାଇଛି । ଏହା ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇପାରେ ।
ଏହା ମଧ୍ୟ ପଢନ୍ତୁ: World Arthritis Day: 2050 ସୁଦ୍ଧା ଏକ ବିଲିୟମ ହୋଇପାରନ୍ତି ଗଣ୍ଠିବାତର ଶିକାର
- ଓ୍ବାଲନଟ: ଆର୍ଥ୍ରାଇଟିସ୍ ରୋଗୀମାନେ ସେମାନଙ୍କ ଖାଦ୍ୟରେ ଓ୍ବାଲନଟ୍ ଅନ୍ତର୍ଭୁକ୍ତ କରିବା ଜରୁରୀ ବୋଲି କୁହାଯାଇଛି । ଏହିପରି ଅନେକ ପୋଷକ ତତ୍ତ୍ୱ ଓ୍ବଲନଟରେ ରହିଥାଏ ଯାହା ଆର୍ଥ୍ରାଇଟିସରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏଥିରେ ଓମାଗା-3 ଫ୍ୟାଟି ଏସିଡ ମଧ୍ୟ ଅଧିକ ପରିମାଣରେ ରହିଥାଏ। ଏହା ଶରୀରରେ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଇ' ଏବଂ ସେଲେନିୟମ୍ ପରି ମିନେରାଲ୍ସ ମଧ୍ୟ ଓ୍ବାଲ୍ନଟ୍ରେ ମିଳିଥାଏ । ଯାହା ଗଣ୍ଠିକୁ ଦୃଢ ରଖିବାରେ ସାହାଯ୍ୟ କରିଥାଏ ।
- ବ୍ରୋକୋଲି: ଏହା ଅନେକ ପୋଷକ ତତ୍ତ୍ବରେ ଭରପୁର ଯାହା ଆର୍ଥ୍ରାଇଟିସ ଚିକିତ୍ସାରେ ସହାୟକ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବ୍ରୋକୋଲିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆର୍ଥ୍ରାଇଟିସର ଚିକିତ୍ସାରେ ସହାୟକ ହୋଇପାରେ । ଭିଟାମିନ୍ ସି, ଭିଟାମିନ୍ କେ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ ପରି ପୁଷ୍ଟିକର ତତ୍ତ୍ବ ବ୍ରୋକୋଲିରେ ପ୍ରଚୁର ପରିମାଣରେ ମିଳିଥାଏ । ଏହି ସମସ୍ତ ଉପାଦାନ ଗଣ୍ଠିର ହାଡକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।