ETV Bharat / sukhibhava

ଆପଣଙ୍କର ଓଜନ ବୃଦ୍ଧି ହେଉଛି କି ? ଜାଣନ୍ତୁ ଏହାର କାରଣ - ଓଜନ ବୃଦ୍ଧିର ନିରାକରଣ

ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା । ଓଜନ ବୃଦ୍ଧି ଏକ ସମସ୍ୟା ଯାହା ଅନେକ ଲୋକଙ୍କୁ ବ୍ୟଥିତ କରିଥାଏ । ଓଜନ ହ୍ରାସ କରିବାକୁ ବିଭିନ୍ନ ଲୋକ ବିଭିନ୍ନ ପନ୍ଥା ଆପଣେଇଥାନ୍ତି । ତେବେ ଜାଣନ୍ତୁ ଓଜନ ବୃଦ୍ଧି ହେବାର କାରଣ ।

ଆପଣଙ୍କର ଓଜନ ବୃଦ୍ଧି ହେଉଛି କି
ଆପଣଙ୍କର ଓଜନ ବୃଦ୍ଧି ହେଉଛି କି
author img

By

Published : Oct 27, 2022, 7:27 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା । ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଓଜନ ବୃଦ୍ଧି ଏକ ସମସ୍ୟା ଯାହା ଅନେକ ଲୋକଙ୍କୁ ବ୍ୟଥିତ କରିଥାଏ । ଓଜନ ହ୍ରାସ କରିବାକୁ ବିଭିନ୍ନ ଲୋକ ବିଭିନ୍ନ ପନ୍ଥା ଆପଣେଇଥାନ୍ତି । ତେବେ ଓଜନ ବୃଦ୍ଧି ପାଇଁ ଚିନ୍ତତ ହେବା ପରିବର୍ତ୍ତେ ଓଜନ ବୃଦ୍ଧିର କାରଣ ଜାଣି ସତର୍କତା ଅବଲମ୍ବନ କରନ୍ତୁ ।

ଜାଣନ୍ତୁ ଓଜନ ବୃଦ୍ଧିର କାରଣ:

୧. ଡିପ୍ରେସନ(Depression)

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ବର୍ତ୍ତମାନ ବିଶ୍ବରେ ପ୍ରାୟ ୩୫୦ ମିଲିୟନ ଲୋକ ଅବସାଦର(Depression) ଶିକାର ହେଉଛନ୍ତି । ଏକୁଟିଆ ଯୋଗୁଁ ଯେଉଁମାନେ ଡିପ୍ରେସନରେ ରହୁଛନ୍ତି ସେମାନଙ୍କ ଓଜନ ବୃଦ୍ଧି ହେବା ସମ୍ଭାବନା ଅଧିକ ହୋଇଥାଏ!

ଏହା ମଧ୍ୟ ପଢନ୍ତୁ:ଜଟିଳ ରୋଗର ଲକ୍ଷଣ ହୋଇପାରେ ବାରମ୍ବାର ଥଣ୍ଡା ଓ କାଶ, କରନ୍ତୁ ନାହିଁ ଅଣଦେଖା

2. ଚାପ(Stress)

ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାର ଚାପ କିମ୍ବା ଠିକ ସମୟରେ ଘରକାମ ଶେଷ କରିବାର ଚାପ ମଧ୍ୟ ଓଜନ ବୃଦ୍ଧି କରିଥାଏ ।

3. ଥାଇରଏଡ ସମସ୍ୟା:

ସୁସ୍ଥ ଶରୀର ପାଇଁ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟ ଠିକ ହେବା ଉଚିତ୍‌ । ଏହି ଗ୍ରନ୍ଥି ହରମୋନ ସୃଷ୍ଟି କରି ମେଟାବଲିଜିମ ନିୟନ୍ତ୍ରଣ କରିଥାଏ । ତେଣୁ ଏହା ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଯଦି ସ୍ବାସ୍ଥ୍ୟକୁ ଠିକ ରଖିବାକୁ ଚାହୁଁଛନ୍ତି ତେବେ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟ ପ୍ରଣାଳିକୁ ଠିକ ରଖିବା ଉଚିତ । ଥାଇରଏଡ ଗ୍ରନ୍ଥିର ପରିବର୍ତ୍ତନ ଯୋଗୁଁ ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

4.କୃତ୍ରିମ ଖାଦ୍ୟ ରଙ୍ଗ

ଖାଦ୍ୟକୁ ଆକର୍ଷଣ କରିବା ପାଇଁ ଖାଦ୍ୟରେ ଆଜିକାଲି ବିଭିନ୍ନ ପ୍ରକାର କ୍ଷତିକାରକ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଥାଏ । ଯାହାକି ଓଜନ ବଢାଇଥାଏ । ତେଣୁ ଆପଣ ରଙ୍ଗବିହୀନ ଖାଦ୍ୟ ଖାଇବା ଉଚିତ ।

5. ଔଷଧର ବ୍ୟବହାର

ପ୍ରତ୍ୟେକ ଛୋଟ ସମସ୍ୟା ପାଇଁ ଔଷଧର କ୍ରମାଗତ ବ୍ୟବହାର ଦ୍ୱାରା ଓଜନ ବୃଦ୍ଧି ହୋଇପାରେ । ତେଣୁ ଔଷଧର ଅନାବଶ୍ୟକ ବ୍ୟବହାର ହ୍ରାସ କରିବା ଆବଶ୍ୟକ ।

6. ଶାରୀରିକ କାର୍ଯ୍ୟକଳାପ ହ୍ରାସ

ଆଜିର ଆଧୁନିକ ସମାଜରେ ଅନେକ କାର୍ଯ୍ୟ ଯନ୍ତ୍ରପାତି ଦ୍ବାରା ହେଇଛି । ଏଥିପାଇଁ କୌଣସି ଶାରୀରିକ କାର୍ଯ୍ୟକାଳାପର ଆବଶ୍ୟକତା ପଡୁନାହିଁ । ଲୋକମାନେ ଦିନର ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ କିମ୍ବା ନିଜ ଫୋନରେ ବିତାଇଥାନ୍ତି । ଯାହାକି ଓଜନ ବୃଦ୍ଧିର ପ୍ରମୁଖ କାରଣ ।

7.ଅତ୍ୟଧିକ ଖାଦ୍ୟ ଗ୍ରହଣ

ଶରୀର ଆବଶ୍ୟକଠାରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ସହଜରେ ଓଜନ ବୃଦ୍ଧି ହୋଇଥାଏ । ଖାଦ୍ୟର ପ୍ରକାରଭେଦ ଉପରେ ଓଜନ ବୃଦ୍ଧି ନିର୍ଭର କରିଥାଏ ।

8.ଜଙ୍କ ଫୁଡ

ଅନେକ ବ୍ୟକ୍ତି ଜଙ୍କ ଫୁଡ ଖାଇବା ପାଇଁ ଇଚ୍ଛା କରିଥାନ୍ତି । ଜଙ୍କ୍ ଫୁଡ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଏବଂ ଓଜନ ବୃଦ୍ଧି ହୋଇଥାଏ ।

9.ଆଲକହଲ

ମଦ୍ୟପାନ କରିବା ଦ୍ୱାରା ଶରୀରରେ ଅନାବଶ୍ୟକ ଚର୍ବି ଜମା ହୋଇଥାଏ । ଫଳରେ ଅତି ସହଜରେ ଓଜନ ବୃଦ୍ଧି ହୋଇଥାଏ ।

10. ଲୁଣ

ଖାଦ୍ୟରେ ଅଧିକ ପରିମାଣରେ ଲୁଣ ସେବନ କରିବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ ।

11. ବିଳମ୍ବରେ ରାତ୍ରି ଭୋଜନ

ବିଳମ୍ବରେ ରାତ୍ରି ଭୋଜନ କରିବା, ବିଳମ୍ବରେ ଶୋଇବା ଏବଂ ବିଳମ୍ବରେ ଉଠିବା ଦ୍ବାରା ଶରୀରେ ଓଜନ ବୃଦ୍ଧି ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ ଏବଂ ଶରୀର ପାଇଁ ଆବଶ୍ୟକ ଖାଦ୍ୟ ଖାଇବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.