ହାଇଦ୍ରାବାଦ: ଭୋକ ହେବା ଏକ ସାଧାରଣତଃ ପ୍ରକ୍ରିୟା । ବେଳେ ବେଳେ ଆମେ ଅଧିକ ଭୋକ ଅନୁଭବ କରୁ। କିଛି ଲୋକ ଭୋକ ସମ୍ଭାଳି ନେଉଥିବା ବାଳେ କିଛି ଲୋକଙ୍କ ପକ୍ଷରେ ଏହା ସମ୍ଭବପର ହୋଇ ପାରିନଥାଏ । ଆହୁରି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନଙ୍କୁ ରାତିରେ ଭୋକ ଲାଗେ। ଫଳରେ ସେମାନଙ୍କ ନିଦ ସମ୍ପୂର୍ଣ୍ଣ କରିବା ମୁସ୍କିଲ ହୋଇପଡ଼େ । ଆଜି ଆମେ ଏଭଳି ସମସ୍ୟା ବିଷୟରେ ଆଲୋଚନା କରିବା । ରାତିରେ ଖାଦ୍ୟ ଖାଇ ଶୋଇବା ପରେ ମଧ୍ୟ ଅଧରାତିରେ କିଛି ବ୍ୟକ୍ତି ଭୋକିଲା ଅନୁଭବ କରିଥାଆନ୍ତି । ଯାହାକି ନିଦ ଉପରେ ପ୍ରଭାବ ପକାଇଥାଏ । ଏଭଳି ଅଧରାତିରେ ଉଠି ଖାଇବା ଦ୍ବାରା ରକ୍ତ ଶର୍କରା ବୃଦ୍ଧି ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏହାସହିତ ଏଭଳି ଅଭ୍ୟାସ ଅନେକ ରୋଗର କାରଣ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।
ନିଦରେ ଭୋକ ଲାଗିବାର କାରଣ କଣ?: ପ୍ରତିଦିନ କାର୍ବୋହାଇଡ୍ରେଟ୍ ଏବଂ ଶର୍କରା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ରାତିରେ ଶୋଇବା ସମୟରେ କିଛି ବ୍ୟକ୍ତି ଭୋକିଲା ଅନୁଭବ କରିଥାଆନ୍ତି । କାରଣ ଖାଦ୍ୟରେ ପ୍ରୋଟିନ ଏବଂ ଫାଇବରର ମାତ୍ରା କମ ରହିଥିବା କାରଣରୁ ବାରମ୍ବାର ଭୋକିଲା ଅନୁଭବ ହୋଇଥାଏ । କିନ୍ତୁ ଯେତେବେଳେ ଫାଇବର, ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ତାହା ହଜମ କରିବାକୁ ସମୟ ଲାଗେ । ଖାଦ୍ୟ ପେଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ।
* ଦିନରେ ପୃଷ୍ଟିକର ଖାଦ୍ୟର ଅଭାବ କାରଣରୁ ରାତି ଅଧରେ ଭୋକ ଲାଗିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ରାତିରେ ଶୋଇବା ପୂର୍ବରୁ ଜଙ୍କ ଫୁଡ ଖାଇବା ଦ୍ବାରା ପେଟ ଭର୍ତ୍ତି ହୋଇନଥାଏ। ଫଳରେ ରାତି ଅଧରେ ପୁଣି ଥରେ ଭୋକ ଲାଗିଥାଏ। ତେଣୁ ଦିନରେ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଏଗି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି।
* ଅନ୍ୟପଟେ କିଛି ଲୋକ ଖାଦ୍ୟ ପଦାର୍ଥ ପସନ୍ଦ ନକରି ମଧ୍ୟ ଉକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହୋଇଥାଆନ୍ତି। ତେଣୁ ସର୍ବଦା ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ନିଦ୍ରାହୀନତା ମଧ୍ୟ ଦୂରତା ହୋଇଥାଏ ବୋଲି କୁହାଯାଇଛି। ତେବେ ରାତିରେ ଅଧିକ ଖାଦ୍ୟ ଖାଇବା ପାଇଁ ବାରଣ କରାଯାଇଥିବା ବେଳେ ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି।
ଏହା ମଧ୍ୟ ପଢନ୍ତୁ: Sleeping Tips: ରାତିରେ ନିଦ ହେଉନଥିଲେ ଆପଣାନ୍ତୁ ଏହି ଟିପ୍ସ, ଚୁଟକିରେ ଦୂର ହେବ ସମସ୍ୟା
* ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ବୋଲି କୁହାଯାଇଛି।
* ଜଳଖିଆରେ ଚଣା, ପୋହା, ଦଲିଆ, ପନିପରିବା ଯୁକ୍ତ ପରଟା, ଓମଲେଟ୍ ପରି ଖାଦ୍ୟ ଖାଆନ୍ତୁ । ଏହା ବ୍ୟତିତ କିଛି ଡ୍ରାଏଫ୍ରୁଟ୍ସ ସହିତ ଏକ ଗ୍ଲାସ କ୍ଷୀର ମଧ୍ୟ ପିଇ ପାରିବେ ।
* ମଧ୍ୟାହ୍ନ ଭୋଜନରେ ହେବି ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଡାଲି, ଛୋଲେ, ରାଜମା, ଛତୁ ଭଳି ଖାଦ୍ୟ ଖାଇପାରିବେ ।
* ତେବେ ସନ୍ଧ୍ୟା ସମୟରେ ସ୍ନାକ୍ସରେ ସାଲାଡ୍ ଖାଆନ୍ତୁ । ନଚେତ ଫଳ ମଧ୍ୟ ଖାଇପାରିବେ । ପ୍ରୋଟିନ୍ ଏବଂ ଫାଇବର ଯୁକ୍ତ ଖାଦ୍ୟ ଭୋକକୁ ରୋକିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ରାତ୍ରି ଭୋଜନ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ରାତ୍ରି ଭୋଜନରେ ଫାଇବର ସମୃଦ୍ଧ ଖାଦ୍ୟ ଖାଇବା ଉଚିତ । ରାତିରେ ରୁଟି ସହିତ ଡାଲି, ସବୁଜ ପନିପରିବା ଏବଂ କିଛି ପନିର ମଧ୍ୟ ଖାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ