ETV Bharat / sukhibhava

ସହଜ ହେବ କର୍କଟ ଚିକିତ୍ସା, ଖୁବ୍‌ଶୀଘ୍ର ଆୟୁର୍ବେଦ ଔଷଧର କ୍ଲିନିକାଲ୍ ଟେଷ୍ଟ - କର୍କଟ ଔଷଧ

ଏଣିକି କର୍କଟ ଚିକିତ୍ସାରେ ଦେଖା ଦେଇନପାରେ ପାର୍ଶ୍ବ ପ୍ରତିକ୍ରିୟା । ଖୁବ୍‌ଶୀଘ୍ର ହେବାକୁ ଯାଉଛି କର୍କଟ ନିରୋଧୀ ଆୟୁର୍ବେଦ ଔଷଧର କ୍ଲିନିକାଲ୍ ପରୀକ୍ଷଣ । ଅଧିକ ପଢନ୍ତୁ

Ayurvedic drug
Ayurvedic drug
author img

By

Published : Apr 12, 2023, 1:52 PM IST

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ପ୍ରାୟ ପାଞ୍ଚ ଲକ୍ଷ ଲୋକ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉ ଥିବାବେଳେ 10 ଲକ୍ଷ ନୂଆ ରୋଗୀ ଚିହ୍ନଟ ହୁଅନ୍ତି । ସମଗ୍ର ବିଶ୍ବରେ ଏହା ଏକ ମାରାତ୍ମକ ବ୍ୟାଧୀ ରୂପରେ ଉଭା ହୋଇଛି । ଏହି ରୋଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିକିରଣ, କେମୋଥେରାପି ଏବଂ ସର୍ଜରୀ ଭଳି ଚିକିତ୍ସା ପଦ୍ଧତି ଉପଲବ୍ଧ ଥିଲେ ମଧ୍ୟ ବେଳେବେଳେ ଏହା ସଫଳ ହୁଏ ନାହିଁ । ଏଥିସହ ରୋଗୀଙ୍କୁ ମଧ୍ୟ କ୍ଳାନ୍ତ ଏବଂ ସେମାନଙ୍କର ଜୀବନଶୈଳୀକୁ ପ୍ରଭାବିତ କରେ । ତେଣୁ ଏହାର ଆୟୁର୍ବେଦ ଚିକିତ୍ସା ଆସିବାକୁ ଯାଉଛି ।

ଜାଣି ଖୁସି ହେବେ ଯେ, ଆଗାମୀ ଦିନରେ ଏସବୁ ସମସ୍ୟାର ସମଧାନ ହୋଇପାରେ । କାରଣ କର୍କଟ ଚିକିତ୍ସା ପାଇଁ ଆବିଷ୍କାର ହୋଇଥିବା ଆୟୁର୍ବେଦିକ ଔଷଧର କ୍ଲିନିକାଲ୍ ଟେଷ୍ଟ ହେବାକୁ ଯାଉଛି । କେନ୍ଦ୍ରୀୟ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ(ଏନଆଇଏ) କ୍ୟାନସର୍ ବିରୋଧୀ ଆୟୁର୍ବେଦ ଔଷଧ V2S2 ର ପ୍ରଭାବ ଉପରେ ପରୀକ୍ଷଣ ପାଇଁ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ୍, ଜେ ଆଣ୍ଡ କେ ଏବଂ ଆଇଏମ୍ଏଲ୍ ଫାର୍ମାସ୍ୟୁଟିକାଲ୍ସ ସହ ସହଭାଗୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ମଣିଷ ପାଇଁ କ୍ଷତିକାରକ ଗୋମୂତ୍ର, ରିସର୍ଚ୍ଚରେ ଖୁଲାସା

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ(NIA) ଦ୍ବାରା ବିକଶିତ V2S2 ର ସୂତ୍ର ଅନେକ ଔଷଧୀୟ ଉଦ୍ଭିଦର ହାଇଡ୍ରୋ-ଆଲକହଲିକରୁ ପ୍ରସ୍ତୁତ । ଲାବୋରେଟୋରୀ ପରୀକ୍ଷଣରେ ଏହାର ଆଣ୍ଟି-କର୍କିନୋଜେନିକ୍ ଗୁଣ ଥିବା ନିଶ୍ଚିତ ହୋଇସାରିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ କର୍କଟ କୋଷର ବୃଦ୍ଧିକୁ ପ୍ରତିରୋଧ କରିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇସାରିଛି । ଏନଆଇଏର କୁଳପତି ସଞ୍ଜୀବ ଶର୍ମା କହିଛନ୍ତି ଯେ, ଏହାର ଆନୁଷ୍ଠାନିକ ଇନ୍-ଭିଭୋ ପରୀକ୍ଷା ପାଇଁ ସର୍ବଶେଷ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖୁବ୍‌ଶୀଘ୍ର ପ୍ରାଣୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ।

ସଞ୍ଜୀବ ଶର୍ମା କହିଛନ୍ତି, "ଏହି ପରୀକ୍ଷା ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ 9-12 ମାସ ମଧ୍ୟରେ କରାଯିବ । ଫଳାଫଳକୁ ଆଧାର କରି ପରବର୍ତ୍ତୀ ସମୟରେ ମାନବଉପରେ ପରୀକ୍ଷା ଏନ୍ଆଇଏ ଏବଂ ଜମ୍ମୁ କାଶ୍ମୀର ଆୟୁଷ ବିଭାଗ ଦ୍ୱାରା କରାଯିବ । ଏହି ପରୀକ୍ଷଣ ସଫଳ ହେବା ପରେ ଦେଶରେ କ୍ୟାନସର୍ ନିରୋଧୀ ଆୟୁର୍ବେଦିକ ଔଷଧ ଉପଲବ୍ଧ ହେବ । ଏହି ଔଷଧର ଉତ୍ପାଦନ ଦାୟିତ୍ବ AIMIL ଫାର୍ମାସ୍ୟୁଟିକାଲ୍ସକୁ ଦିଆଯାଇଛି ।"

ଏହି ଚୁକ୍ତିନାମାକୁ କର୍କଟ ଔଷଧ ଅନୁସନ୍ଧାନରେ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରି ଏଆଇଏମଏଲ୍ ଫାର୍ମାସ୍ୟୁଟିକାଲ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଚିତ ଶର୍ମା କହିଛନ୍ତି ଯେ, "ଆୟୁର୍ବେଦ ଔଷଧ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ବିକଳ୍ପ ଯୋଗାଇବାରେ ସକ୍ଷମ ହେବ । ଏହି ଔଷଧର ପ୍ରାରମ୍ଭିକ ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ଥିଲା, ମାନବର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ କର୍କଟ କୋଷର ବୃଦ୍ଧିକୁ ମନ୍ଥର କରିବାରେ ଏହି ଔଷଧ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.