ETV Bharat / sukhibhava

ବୈଜ୍ଞାନିକଙ୍କ କମାଲ୍, ହୃଦ୍‌ରୋଗ ଚିକିତ୍ସାରେ ଉଦ୍ଭାବନ କଲେ ନୂଆ ଟେକ୍‌ନିକ୍

author img

By

Published : Jan 4, 2023, 6:11 PM IST

Updated : Jan 4, 2023, 7:25 PM IST

ଦେଶରେ ହୃଦ୍‌ରୋଗ(cardiovascular diseases) ମାମଲା ବୃଦ୍ଧି ସମୟରେ ଆସିଲା ଖୁସି ଖବର । ରୋଗକୁ ମାତ୍ ଦେବା ପାଇଁ ବୈଜ୍ଞାନିକ ଆବିଷ୍କାର କଲେ ନୂଆ ଟେକ୍‌ନିକ୍, ଜାଣନ୍ତୁ କଣ...

Cardiac arrest
Cardiac arrest

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ, ବହୁ ସଂଖ୍ୟକ ହୃଦଘାତ କିମ୍ବା ହୃଦ୍‌ରୋଗ(cardiovascular diseases) ସାମ୍ନାକୁ ଆସୁଛି । ଗତ ବର୍ଷ ନାଚୁଥିବା, ଗାଉଥିବା ସମୟରେ କିମ୍ବା କୌଣସି କାର୍ଯ୍ୟ କରୁଥିବା ସମୟରେ ଅନେକ ଲୋକ ହୃଦଘାତରେ ପ୍ରାଣ ହରାଇଥିବା ଭିଡିଓ ଭାଇଲାର୍ ହୋଇଥିଲା । ହୃଦରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ଗତ ଦଶନ୍ଧିରେ ହୃଦଘାତରେ ପୀଡିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ରୋଗକୁ ମାତ୍ ଦେବାପାଇଁ ଆସିଛି ଖୁସି ଖବର । ରୋଗର ନିରାକରଣରରେ ସହାୟକ ହେବ ଆଞ୍ଜିଓପ୍ଲାଷ୍ଟିରେ ନୂତନ ଟେକ୍ନୋଲୋଜି ଷ୍ଟେଣ୍ଟ୍‌ । ଏହାର ସଫଳ ଅସ୍ତ୍ରୋପଚାର କରାଯାଇଥିବା ବିଶେଷଜ୍ଞ କହିଛନ୍ତି ।

ସୂଚନା ଅନୁସାରେ, ମେଟାଲ ଷ୍ଟେଣ୍ଟରେ ସଫଳ ଅପରେସନ୍ କରିଥିବା ଡକ୍ଟର ଆଦିତ୍ୟ କୁମାର କହିଛନ୍ତି ଯେ, ନୂତନ କୌଶଳ ସହିତ ଆଞ୍ଜିଓପ୍ଲାଷ୍ଟି ଅପରେସନ୍ କରାଗଲେ ରୋଗୀ ବହୁତ ଆରାମ ପାଇପାରିବେ । ଏଥିରେ କୌଣସି ଅସୁବିଧା ହେବ ନାହିଁ । ପାଟଣାର ପାଟଲିପୁତ୍ରରେ ଅବସ୍ଥିତ ଏସିଆନ୍ ହସ୍ପିଟାଲ୍ ପାଟନା (Asian Hospital Patna)ରେ ଜଣେ ରୋଗୀଙ୍କର ସଫଳତାର ସହ ଆଞ୍ଜିଓପ୍ଲାଷ୍ଟି କରାଯାଇଛି ।

ଡାକ୍ତର ଆଦିତ୍ୟ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ହୃଦ୍‌ଘାତ ରୋଗୀଙ୍କ ପାଇଁ ଆଞ୍ଜିଓପ୍ଲାଷ୍ଟିରେ ପୂର୍ବରୁ ମେଟାଲ ଷ୍ଟେଣ୍ଟ ବ୍ୟବହାର କରାଯାଇଥିଲା, ଯାହା ଶରୀର ପାଇଁ କ୍ଷତିକାରକ ଥିଲା । ବର୍ତ୍ତମାନ କିନ୍ତୁ ଟେକ୍ନୋଲୋଜି ବିକଶିତ ହୋଇଛି । ବର୍ତ୍ତମାନ ଏକ ପଲିମର ଷ୍ଟେଣ୍ଟ କୌଶଳ(Polymer stent technique) ସହିତ ଚିକିତ୍ସା କରାଯାଉଛି, ଯାହା ଶରୀରରେ ମେଲ୍ଟ ହୋଇଯିବ । ଦେଢ ବର୍ଷ ପରେ, ଏହା ମଧ୍ୟ ଜଣା ପଡିବ ନାହିଁ ଯେ ହୃଦୟରେ କୌଣସି ଆଞ୍ଜିଓପ୍ଲାଷ୍ଟି କରାଯାଇଛି ବୋଲି । ସାଧାରଣ ଭାଷାରେ ଏହାକୁ Soluble stent କୁହାଯାଏ । ବିହାରରେ ପ୍ରଥମ ଥର ପାଇଁ ଏହି ଅପରେସନ୍ ସଫଳ ହୋଇଛି ।

ଡ. ଆଦିତ୍ୟ କୁମାର ହେଉଛନ୍ତି ହୃଦରୋଗ ବିଶେଷଜ୍ଞ ଯିଏ ସଫଳ ଅସ୍ତ୍ରୋପଚାର କରିଥିଲେ । ସେ କହିଛନ୍ତି ଯେ, ଏହା ଏକ ବାୟୋ ରିଭର୍ସିବଲ୍ ସ୍କାଫୋଲ୍ଡ ମେଟାଲ୍ ଫ୍ରି ଷ୍ଟେଣ୍ଟ୍ । ପୂର୍ବରୁ ବ୍ୟବହୃତ ଷ୍ଟଣ୍ଟଗୁଡ଼ିକରେ ଏକ ମେଟାଲ ପ୍ଲାଟଫର୍ମ ଥିଲା । କିନ୍ତୁ ନୂତନ ଟେକ୍ନୋଲୋଜିରୁ ପଲିମର ଷ୍ଟେଣ୍ଟ ଆସିଛି । ଏଥିରେ ଏକ ଔଷଧ ଦିଆଯାଏ, ଯାହାଦ୍ୱାରା ଧମନୀର କୌଣସି ଅଭିବୃଦ୍ଧି ହୋଇନଥାଏ । ଏହି ଷ୍ଟେଣ୍ଟର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏଥିରେ କୌଣସି ଧାତୁ ଅଂଶ ନାହିଁ । ଏହି ପଲିମର ଦେଢରୁ ଦୁଇ ବର୍ଷ ମଧ୍ୟରେ ଶରୀରରେ ତରଳିଯିବ । ଏହି କାରଣରୁ, ଶରୀରରେ ପୂର୍ବରୁ ଏକ ଷ୍ଟେଣ୍ଟ ଲଗାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଜଣାପଡିବ ନାହିଁ ।

ଯେଉଁ ରୋଗୀମାନଙ୍କର ରକ୍ତସ୍ରାବ ହେବାର ଆଶଙ୍କା ଅଧିକ ଥାଏ, ସେମାନଙ୍କୁ ପରବର୍ତ୍ତୀ 1 ବର୍ଷ ପାଇଁ ପ୍ଲେଟଲେଟ୍ କିମ୍ବା ବ୍ଲଡ୍ ଥିମର୍ ଦିଆଯିବା ଆବଶ୍ୟକ । ଏହି ଷ୍ଟଣ୍ଟ୍ ଏହିପରି ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଡ. ଆଦିତ୍ୟ କହିଛନ୍ତି ।

Last Updated : Jan 4, 2023, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.