ETV Bharat / sukhibhava

Anemia: ରକ୍ତହୀନତା ଦୂର ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ

author img

By

Published : Jan 5, 2023, 9:15 PM IST

ଶରୀରରେ ରକ୍ତହୀନତା ବା ହିମୋଗ୍ଲୋବିନ ଅଭାବ ଦୂର ପାଇଁ ସପ୍ଲିମେଣ୍ଟ ଅପେକ୍ଷା ସଠିକ୍ ଖାଦ୍ୟ ଗ୍ରହଣ ଆବଶ୍ୟକ ପଡିଥାଏ । ତେବେ କେଉଁ ଖାଦ୍ୟ ଖାଇବା ଦ୍ବାରା ରକ୍ତରେ ଲୋହିତ ରକ୍ତ କଣିବା ବୃଦ୍ଧିପାଏ, ଜାଣନ୍ତୁ

Vegitables
Vegitables

ହାଇଦ୍ରାବାଦ: ଶରୀରରେ ଲୋହିତ ରକ୍ତ କଣିକା(Red Blood Cell) କମ୍ ହେଲେ ରକ୍ତହୀନତା ଦେଖାଦିଏ, ଏହି ରକ୍ତହୀନତା ନାନା ରୋଗର କାରକ ସାଜେ । ଏହାକୁ ହିମୋଗ୍ଲୋବିନର ଅଭାବ ବା ଆନେମିଆ(Anemia)ମଧ୍ୟ କୁହାଯାଏ । ପ୍ରଥମେ, ରକ୍ତହୀନତା ଏତେ ମୃଦୁ ହୋଇପାରେ ଯେ, ଏଥିପ୍ରତି ଦୃଷ୍ଟି ପଡେ ନାହିଁ । କିନ୍ତୁ ଏହା ବେଳେବେଳେ ଜଟିଳ ସମସ୍ୟା ସୃଷ୍ଟି କରିପାରେ । ଏଥିପାଇଁ ଡାକ୍ତରୀ ଚିକିତ୍ସା ଥିଲେ ମଧ୍ୟ ଖାଦ୍ୟପେୟ ମାଧ୍ୟମରେ ଏହାକୁ ରୋକାଯାଇପାରେ । ବିଶେଷ କରି ଯୋଉଁସବୁ ଖାଦ୍ୟରୁ ଆଇରନ୍ ଓ ଭିଟାମିନ୍ ମିଳିଥାଏ ସେହିସବୁ ଖାଦ୍ୟ ଖାଇବା ଉଚିତ୍ ।

ତେବେ କେଉଁ ଖାଦ୍ୟ ଶରୀରକୁ ଆଇରନ୍ ଓ ଭିଟାମିନ୍ ଯୋଗାଇ ରକ୍ତହୀନତା ସମସ୍ୟାକୁ ଦୂର କରେ ଜାଣନ୍ତୁ...

ବିଟ୍
ବିଟ୍

ବିଟ୍:- ଶରୀରରେ ରକ୍ତ ବଢାଇବା ପାଇଁ ବିଟ୍ ବିଶେଷ ଭୂମିକା ଗ୍ରହଣ କରିଥାଏ । ବିଟ୍‌ରେ ଆଇରନ୍ ଭରପୂର ମାତ୍ରାରେ ମିଳିଥାଏ । ପ୍ରତିଦିନ ବିଟ୍ ଜୁସ୍ ପିଇବା ଦ୍ୱାରା ରକ୍ତ ମଧ୍ୟ ଶୁଦ୍ଧ ହୋଇଥାଏ । ବିଟ୍‌ରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ, ଯାହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ ।

ଡାଳିମ୍ବ
ଡାଳିମ୍ବ

ଡାଳିମ୍ବ:- ଶରୀରରେ ରକ୍ତହୀନତା ଅଭାବ ଦୂର କରିବାରେ ଡାଳିମ୍ବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ଲୌହ ବା ଆଇରନ୍ ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ ଡାଳିମ୍ବ । ଏହାକୁ ଖାଇବା ଦ୍ବାରା ରକ୍ତହୀନତାର ସମସ୍ୟା ଦୂର ହୋଇଥାଏ । ଡାଳିମ୍ବ ଜୁସ୍ ଅନ୍ତନଳୀ ପ୍ରଦାହକୁ ହ୍ରାସ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଏହା ହୃତପିଣ୍ଡ ପାଇଁ ମଧ୍ୟ ବହୁତ ଭଲ ।

ପାଳଙ୍ଗ
ପାଳଙ୍ଗ

ପାଳଙ୍ଗ ଶାଗ:- ଏହା ଆଇରନ୍, ଭିଟାମିନ୍, ଓମେଗା-3 ଫ୍ୟାଟି ଏସିଡ୍‌ର ଏକ ଭଣ୍ଡାର, ଯାହା ଶରୀରରେ ରକ୍ତ ବୃଦ୍ଧି କରିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ । ଏହା ମାଂସପେଶୀକୁ ମଜଭୁତ କରିଥାଏ ଏବଂ ହାଡକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ ।

ଡ୍ରାଏ ଫ୍ରୁଟ୍ସ
ଡ୍ରାଏ ଫ୍ରୁଟ୍ସ

ଡ୍ରାଏ ଫ୍ରୁଟ୍ସ:- ବାଦାମ, ଆଲମଣ୍ଡ, ୱାଲନଟ୍ ଏବଂ କାଜୁ ଭଳି ଡ୍ରାଏ ଫ୍ରୁଟ୍ସ ବା ଶୁଖିଳା ଫଳରେ ଆଇରନ୍ ପରିମାଣ ଭରପୁର ଥାଏ । ଏଗୁଡିକ ତୁରନ୍ତ ରକ୍ତରେ ଲୋହିତ ରକ୍ତ କଣିକା ତିଆରି କରନ୍ତି ଏବଂ ଶରୀରରେ ରକ୍ତ ଅଭାବକୁ ଦୂର କରନ୍ତି । ରକ୍ତହୀନତାରେ ପୀଡିତ ଲୋକମାନେ ପ୍ରତିଦିନ ମୁଠାଏ ଶୁଖିଲା ଆଲମଣ୍ଡ ଖାଇବା ଆବଶ୍ୟକ ।

ଡାଲି ଜାତୀୟ ଖାଦ୍ୟ
ଡାଲି ଜାତୀୟ ଖାଦ୍ୟ

ଡାଲି ଜାତୀୟ ଖାଦ୍ୟ:- ଡାଲି ଏବଂ ଶସ୍ୟ ଜାତୀୟ ଖାଦ୍ୟରେ ପ୍ରୋଟିନ୍, ଭିଟାମିନ୍, ଫାଇବର ଭରପୂର ଥାଏ । ଶରୀରରେ ଲୌହ ଅଭାବକୁ ଦୂର କରି ଏଗୁଡିକ ରକ୍ତ ବୃଦ୍ଧି କରନ୍ତି ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରନ୍ତି । ପ୍ରତିଦିନ ଭିଜା ଯାଇଇଥିବା ସ୍ପ୍ରାଉଟ୍ସ ଖାଇବା ଦ୍ବାରା ଶରୀରରେ ରକ୍ତ ତିଆରି ହେବା ସହ ଅନେକ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.