ETV Bharat / sukhibhava

ମଦ ସମେତ ସମସ୍ତ ପ୍ରକାର ମାଦକ ଦ୍ରବ୍ୟ କ୍ୟାନ୍ସରର ବିପଦ ସହ ଜଡିତ

ଏକ ନୂତନ ଅନୁସନ୍ଧାନ ଅନୁସାରେ ମଦ ସମେତ ସମସ୍ତ ପ୍ରକାରର ମାଦକ ଦ୍ରବ୍ୟ(Alcoholic Beverages), କର୍କଟ ରୋଗର ଆଶଙ୍କା ବଢାଇଥାଏ(All types of alcohols, including wine, up cancer risk) । ଅଧିକ ପଢନ୍ତୁ

author img

By

Published : Dec 2, 2022, 8:20 PM IST

ମଦ ସମେତ ସମସ୍ତ ପ୍ରକାର ମାଦକ ଦ୍ରବ୍ୟ କ୍ୟାନସରର କାରଣ

ନୂଆଦିଲ୍ଲୀ: ମଦ ସମେତ ସମସ୍ତ ପ୍ରକାରର ମାଦକ ଦ୍ରବ୍ୟ(Alcoholic Beverages), କର୍କଟ ରୋଗର ଆଶଙ୍କା ବଢାଇଥାଏ । କିନ୍ତୁ ଲୋକମାନେ ଏହା ବିଷୟରେ କମ୍ ସଚେତନ ଥାଆନ୍ତି ଏବଂ କେତେକ ମଦ୍ୟପାନକୁ ସ୍ୱାସ୍ଥ୍ୟଗତ ଲାଭ ବୋଲି ମଧ୍ୟ ବିବେଚନା କରନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି(All types of alcohols, including wine, up cancer risk) ।

ଅଧ୍ୟୟନକାରୀମାନେ କହିଛନ୍ତି ଯେ, ଇଥାନଲ ଧାରଣ କରିଥିବା ସମସ୍ତ ପାନୀୟ ପ୍ରକାର, ଯେପରିକି ମଦ, ବିୟର ଏବଂ ମାଦକ ଦ୍ରବ୍ୟ କର୍କଟ ରୋଗର ଆଶଙ୍କା ବଢାଇଥାଏ । ଆଜି ପର୍ଯ୍ୟନ୍ତ, ସାତୋଟି ପ୍ରକାରର କର୍କଟ ସ୍ତନ, ପାଟି ଏବଂ କୋଲନ୍‌ରେ କର୍କଟ ମଦ୍ୟପାନ ସହିତ ଜଡିତ । ଆମେରିକାର ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନର କ୍ୟାନସର ପ୍ରିଭେନସେନ ଫିଲୋ(Cancer Prevention Fellow) ଅଧ୍ୟୟନର ନେତୃତ୍ୱ ନେଇଥିବା ଆଣ୍ଡ୍ରିୟୁ ସେଡେନବର୍ଗ କହିଛନ୍ତି ଯେ, "ଆମେରିକାରେ କର୍କଟ ରୋଗ ପାଇଁ ମଦ୍ୟପାନ ଏକ ଅଗ୍ରଣୀ ପରିବର୍ତ୍ତନଶୀଳ ବିପଦ କାରଣ ଏବଂ ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକାଂଶ ଆମେରିକୀୟ ଏହା ଜାଣନ୍ତି ନାହିଁ ।"

ଏହି ଟିମ୍ ଜାଣିବାକୁ ପାଇଛି ଯେ, ଆଲକହଲ୍-କର୍କଟ ସହ ଜଡିତ ବୋଲି ସର୍ବାଧିକ, 31.2 ପ୍ରତିଶତ ବୟସ୍କ ଜାଣିଛନ୍ତି, ସେହିପରି ବିୟର ବିପଦ ବାବଦରେ 24.9 ପ୍ରତିଶତ ଏବଂ ମଦ ବାବଦରେ 20.3 ପ୍ରତିଶତ ଜାଣିଛନ୍ତି । 10 ପ୍ରତିଶତ ବୟସ୍କ କହିଛନ୍ତି ଯେ, ଆଲକହଲ କର୍କଟ ରୋଗର ଆଶଙ୍କା ହ୍ରାସ କରୁଥିବାବେଳେ 2.2 ପ୍ରତିଶତ ଲୋକ କହିଛନ୍ତି ଯେ, ବିୟର ବିପଦକୁ ହ୍ରାସ କରିଥାଏ ଏବଂ 1.7 ପ୍ରତିଶତ ଲୋକ କହିଛନ୍ତି ମଦ ବିପଦ ହ୍ରାସ କରିଥାଏ ।

ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚର ଏକ ପତ୍ରିକା କ୍ୟାନସର ଏପିଡେମୋଲୋଜି, ବାୟୋମାର୍କର୍ସ ଆଣ୍ଡ ପ୍ରିଭେନସନ୍‌ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, 50 ପ୍ରତିଶତରୁ ଅଧିକ ବୟସ୍କ ମାଦକ ଦ୍ରବ୍ୟଗୁଡିକ କର୍କଟ ରୋଗର ବିପଦକୁ କିପରି ପ୍ରଭାବିତ କରିଥାଏ ତାହା ଜାଣି ନ ଥିବା ଜଣାଯାଇଛି । ଜାତୀୟ କର୍କଟ ପ୍ରତିଷ୍ଠାନର ଆଚରଣବିଧି ଅନୁସନ୍ଧାନ କାର୍ଯ୍ୟକ୍ରମର ସହଯୋଗୀ ନିର୍ଦ୍ଦେଶକ ୱିଲିୟମ୍ ଏମ୍‌ପି କ୍ଲେନ୍ କହିଛନ୍ତି, "ମଦ ସମେତ ସମସ୍ତ ପ୍ରକାରର ମାଦକ ଦ୍ରବ୍ୟ, କର୍କଟ ରୋଗର ଆଶଙ୍କା ବଢାଇଥାଏ ।

ଏଥିପାଇଁ ମଦ୍ୟପାନ କର୍କଟ ରୋଗର ବିପଦ ଜନସାଧାରଣଙ୍କୁ ଅଧିକରୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି । ଏଦା ଦ୍ବାରା ଅତ୍ୟଧିକ ମଦ୍ୟପାନକୁ ରୋକିବା ତଥା ହ୍ରାସ କରିବା ସହିତ କର୍କଟ ରୋଗ ଏବଂ ମୃତ୍ୟୁହାରକୁ ମଧ୍ୟ ହ୍ରାସ କରାଯାଇ ପାରିବ ବୋଲି କ୍ଲେନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.