ETV Bharat / sukhibhava

ଜରୁରୀ ଇଞ୍ଜେକ୍ସନ ଆମଦାନୀ କରିବାକୁ ଦିଲ୍ଲୀ ଏମ୍ସକୁ ହାଇ କୋର୍ଟଙ୍କ ନିର୍ଦ୍ଦେଶ - କିଡନୀ ରୋଗରେ ପୀଡିତ ଶିଶୁର ମାଆଙ୍କ ଆବେଦନ

ପୁଅର ଚିକିତ୍ସା ପାଇଁ ଅଦାଲତର ଦ୍ବାରସ୍ଥ ହେଲେ ମାଆ । ଜରୁରୀ ଇଞ୍ଜେକ୍ସନ ଆମଦାନୀ କରିବାକୁ ଦିଲ୍ଲୀ ଏମ୍ସକୁ ହାଇ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 6, 2023, 4:30 PM IST

ନୂଆଦିଲ୍ଲୀ: କିଡନୀ ରୋଗରେ ପୀଡିତ ଚାରି ବର୍ଷର ଶିଶୁର ଚିକିତ୍ସା ପାଇଁ ଜରୁରୀ ଇଞ୍ଜେକ୍ସନ ଆମଦାନୀ କରିବ ଏମ୍ସ । ଦିଲ୍ଲୀ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତର ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଏକ ଇମେଲ ଆଧାରରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଏହି ରୋଗ ପାଇଁ ଇଞ୍ଜେକ୍ସନ ମିଳୁ ନଥିବାରୁ ଏମ୍ସ ଜରୁରୀ ଆମଦାନୀ କରିବ ।

ଏହା ମଧ୍ୟ ପଢନ୍ତୁ:- BHU Study: ମାନସିକ ଚାପ ପୁରୁଷଙ୍କ ଶକ୍ତିକୁ ପ୍ରଭାବିତ କରୁଛି

ସୂଚନା ଅନୁସାରେ, ଏପରି ଏକ ଜୁଗାନ୍ତକାରୀ ପଦକ୍ଷେପ ପାଇଁ ଜଣେ କିଡନୀ ପୀଡିତ ଶିଶୁଙ୍କ ମାଆ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ତାଙ୍କର 4 ବର୍ଷର ପୁଅ କିଡନୀ ରୋଗରେ ପୀଡିତ ହୋଇ ଦିଲ୍ଲୀ ଅଲ୍ ଇଣ୍ଡିଆ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ(ଏମ୍ସ)ରେ ଭର୍ତ୍ତି ହୋଇଥିଲା । ପୁଅର ଚିକିତ୍ସା ପାଇଁ ଡେକ୍ସେଲ ନାମକ ଇଞ୍ଜେକ୍ସନ ଯୋଗାଡ କରିବାକୁ କହିଥିଲେ ଡାକ୍ତର । ମାତ୍ର ଦେଶରେ ଏହି ଇଞ୍ଜେକ୍ସନ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଇଣ୍ଡିଆ ଫାର୍ମାକୋପିଆରେ ମଧ୍ୟ ଏହି ଇଞ୍ଜେକ୍ସନର କୌଣସି ବିକଳ୍ପ ନାହିଁ । ଫାର୍ମାକୋପିୟାରେ ବିଭିନ୍ନ ପ୍ରକାର ଔଷଧ ଉପଲବ୍ଧ ଥାଏ । ସରକାରୀ ଡାକ୍ତରଖାନାରେ ଆବଶ୍ୟକ ପଡୁଥିବା ଔଷଧ ଏହି ଅନୁଷ୍ଠାନରୁ ମିଳିଥାଏ । ମାତ୍ର ଶିଶୁଙ୍କ କିଡନୀ ରୋଗ ପାଇଁ ଏଠାରେ ମଧ୍ୟ କୌଣସି ବିକଳ୍ପ ନ ଥିଲା ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! କେବଳ ଥଣ୍ଡା, କାଶ ନୁହେଁ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ବିଗାଡିପାରେ ବାୟୁ ପ୍ରଦୂଷଣ

ଫଳରେ ଦେଶରେ ଇଞ୍ଜେକ୍ସନ ଆମଦାନୀ ନେଇ ସମ୍ପୃକ୍ତ ପୀଡିତ ଶିଶୁଙ୍କ ମାଆ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାସ୍ଥ୍ୟ ମାମଲା ଦାଖଲ କରିଥିଲେ । ଏହି ଆବେଦନକୁ ଗୁରୁତର ସହ ନେଇ ଅଦାଲତ ଏ ଉପରେ ଶୁଣାଣି କରିଛନ୍ତି । ରୋଗୀର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ ଆମଦାନୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦିଲ୍ଲୀ AIIMSକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ଇଞ୍ଜେକ୍ସନ ଆମଦାନୀ କ୍ଷେତ୍ରରେ ଯେପରି ବିଳମ୍ବ ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସଚିନ ଦତ୍ତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Skin Care Tips: ଚମକଦାର୍ ତ୍ବଚା ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.