ETV Bharat / sukhibhava

Adenovirus Alarm: ପୁଣି ଗଲା 4 ଶିଶୁଙ୍କ ଜୀବନ, ମୃତ୍ୟୁସଂଖ୍ୟା 147 !

ପଶ୍ଚିମବଙ୍ଗରେ ଘାତକ ହେଉଛି ଆଡିନୋଭାଇରସ୍ । ବେସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା 147 ଶିଶୁଙ୍କ ଜୀବନ ଗଲାଣି । ଅଧିକ ପଢନ୍ତୁ

author img

By

Published : Mar 14, 2023, 1:05 PM IST

Adenovirus Alarm
Adenovirus Alarm

କୋଲକାତା: ଦିନକୁ ଦିନ ଗମ୍ଭୀର ହେଉଛି ପଶ୍ଚିମବଙ୍ଗରେ ଆଡିନୋଭାଇରସ୍ ସଂକ୍ରମଣ । ଖବର ଅନୁସାରେ ଆଉ 4 ଶିଶୁଙ୍କ ଜୀବନ ଯାଇଛି । ରବିବାର(12 ମାର୍ଚ୍ଚ) ରାତିରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ କୋଲକାତାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଡିନୋଭାଇରସ୍ ସଂକ୍ରମିତଙ୍କ ମଧ୍ୟରୁ 4 ଶିଶୁଙ୍କ ମୃତ୍ୟୁ ଘଟିଛି । ବେସରକାରୀ ତଥ୍ୟ ଅନୁସାରେ ଏହି ମୃତ୍ୟୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା 147 ଶିଶୁଙ୍କ ମୃତ୍ୟୁ ଘଟି ସାରିଲାଣି ।

ତେବ ହସ୍ପିଟାଲ୍ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇ ନଥିଲେ ମଧ୍ୟ ମୃତକମାନେ ଆଡିନୋଭାଇରସ୍ ସଂକ୍ରମଣରେ ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ କହିଥିଲେ ଯେ ମୋଟ ଆଡେନୋଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁ 19ରେ ପହଞ୍ଚିଛି, ସେଥିମଧ୍ୟରୁ 6ଟି ମାମଲା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଅବଶିଷ୍ଟାଂଶରେ କୋମୋରବିଡିଟି ରହିଛି । ମାର୍ଚ୍ଚ 11ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ମଧ୍ୟ ଏହି ଆକଳନ କରାଯାଇଛି । ଅନ୍ୟପଟେ ମାର୍ଚ୍ଚ 9 ରିପୋର୍ଟ ଅନୁସାରେ ଏହି ଭୂତାଣୁ ସଂକ୍ରମଣରେ 48 ଶିଶୁଙ୍କ ଜୀବନ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- Adenovirus Scare: ମତ୍ୟୁ ସଂଖ୍ୟା 48କୁ ବୃଦ୍ଧି, ପଶ୍ଚିମବଙ୍ଗରେ NCPCR ଟିମ୍

ସେପଟେ ବେସରକାରୀ ତଥ୍ୟ ଆଧାରରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆଡିନୋଭାଇରସ୍ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା 147ରୁ ଊର୍ଦ୍ଧ୍ବ ହେବ । ଏଥିମଧ୍ୟରୁ ସର୍ବାଧିକ ବି.ସି. ରୟ ଚିଲ୍ଡ୍ରେନ୍ ହସ୍ପିଟାଲରୁ 75 ହେବ । ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ରିପୋର୍ଟ କଲିକତା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ 25ରେ ହୋଇଥିଲା ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) -ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କଲେରା ଏବଂ ଏଣ୍ଟେରିକ୍ ଡିଜିଜ୍(NICED) ଦ୍ୱାରା ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଜାନୁଆରୀ 1ରୁ ମାର୍ଚ୍ଚ 9 ପର୍ଯ୍ୟନ୍ତ ସମଗ୍ର ଦେଶରେ ଆଡିନୋଭାଇରସ୍ ପରୀକ୍ଷା କରାଯାଇ ଥିଲା । ଏଥିରେ 38 ପ୍ରତିଶତ ସ୍ବାବ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯେଉଁଥିରେ ପଶ୍ଚିମବଙ୍ଗରୁ ସର୍ବାଧିକ ପଜିଟିଭ୍ ମାମଲା ରହିଥିଲା ।

ତାମିଲନାଡୁ ଦ୍ୱିତୀୟ ସ୍ଥାନରେ 19%, କେରଳ 13%, ଦିଲ୍ଲୀ 11% ଏବଂ ମହାରାଷ୍ଟ୍ର 5% ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛି । ଆଡିନୋଭାଇରସ୍‌ର ସାଧାରଣ ଲକ୍ଷଣ ହେଉଛି ଫ୍ଲୁ ଭଳି, ଥଣ୍ଡା, ଜ୍ୱର, ଶ୍ୱାସକ୍ରିୟାରେ ସମସ୍ୟା, ଗଳା ଯନ୍ତ୍ରଣା, ନିମୋନିଆ ଏବଂ ଏକ୍ୟୁଟ୍ ବ୍ରୋଙ୍କାଇଟିସ୍ । ଦୁଇ ବର୍ଷରୁ କମ୍ ପିଲାମାନେ ଏହି ଭୂତାଣୁ ସଂକ୍ରମଣରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ।

ଚର୍ମ ସଂସ୍ପର୍ଶରେ, କାଶ, ଛିଙ୍କ ଦ୍ୱାରା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଷ୍ଟୁଲ(ମଳ) ମାଧ୍ୟମରେ ଏହି ଭୂତାଣୁ ବିସ୍ତାର ହୋଇପାରେ । ଏହାର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଔଷଧ କିମ୍ବା ଚିକିତ୍ସା ଉପଲବ୍ଧ ହୋଇନାହିଁ । ତେଣୁ ପିଲାମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେପଟେ ଦେଶରେ ଇନଫ୍ଲୁଏଞ୍ଜା ଏ ସବ୍‌ଟାଇପ୍ H3N2 ମଧ୍ୟ ବ୍ୟାପୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.