ହାଇଦ୍ରାବାଦ: ଶରୀରରେ LDL ତଥା ଖରାପ କୋଲେଷ୍ଟ୍ରଲର ବୃଦ୍ଧି ଆଜିର ଯୁଗରେ ଏକ ସାଧାରଣ ସମସ୍ୟା ଭାବରେ ବିବେଚନା କରାଯାଉଛି । ବିଶ୍ବର ପ୍ରାୟ ପ୍ରତ୍ୟେକ ବୟସର ଲୋକଙ୍କ ମଧ୍ୟରେ ଏହି ସମସ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ, ବିଶେଷତଃ ଖାଦ୍ୟ ଏବଂ ବ୍ୟାୟାମ ସହିତ ଅନ୍ୟାନ୍ୟ କାରଣ ଜଡିତ । ଅସନ୍ତୁଳିତ ଅଭ୍ୟାସ ଏଥିଲାଗି ମୁଖ୍ୟତଃ ଦାୟୀ ବୋଲି ବିଶ୍ବାସ କରାଯାଏ ।
- ଖରାପ କୋଲେଷ୍ଟ୍ରୋଲର ସମସ୍ୟା କ'ଣ ?
କୋଲେଷ୍ଟ୍ରଲ ହେଉଛି ଏକ ଚର୍ବି ପରି ପଦାର୍ଥ ଯାହା ଆମ ଶରୀରର ପ୍ରାୟ ସମସ୍ତ କୋଷରେ ମିଳିଥାଏ । ଏହା ଶରୀରରେ ମିଳୁଥିବା ଏକ ପ୍ରକାର ପ୍ରୋଟିନ୍ ହୋଇଥାଏ । ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ମିଳିଥାଏ । ପ୍ରଥମଟି ହେଉଛି LDL, ଯାହାର ଅର୍ଥ ହେଉଛି ନିମ୍ନ ସାନ୍ଦ୍ରତା ଲିପୋପ୍ରୋଟେନ୍ ଏବଂ ଦ୍ବିତୀୟ HDL ର ଅର୍ଥ ହେଉଛି ଉଚ୍ଚ ସାନ୍ଦ୍ରତା ଲିପୋପ୍ରୋଟେନ୍ । ଏଥିମଧ୍ୟରେ LDLକୁ ଖରାପ କୋଲେଷ୍ଟ୍ରଲ ଏବଂ HDLକୁ ଭଲ କୋଲେଷ୍ଟ୍ରଲ ବୋଲି କୁହାଯାଏ ।
ଅନେକ ଥର ଏହି ସମସ୍ୟା ଯେଉଁ ଖାଦ୍ୟରେ ଚର୍ବିର ପରିମାଣ ଅଧିକ ରହିଥାଏ, ସେହି ଖାଦ୍ୟ ଖାଇବା କାରଣରୁ ଦେଖାଦିଏ । ବେଳେ ବେଳେ ଶାରୀରିକ ସ୍ବାସ୍ଥ୍ୟ କିମ୍ବା ଚାପ ଭଳି ସମସ୍ୟା ଯୋଗୁଁ ଶରୀରରେ LDL ସ୍ତର ବଢିପାରେ । ଯେତେବେଳେ ଶରୀରରେ LDL ସ୍ତର ବଢେ, HDL ସ୍ତର କମିବା ଆରମ୍ଭ କରେ । ଏପରି ଅବସ୍ଥାରେ ଆମ ରକ୍ତଭଣ୍ଡାର ଏବଂ ଧମନୀରେ ଚର୍ବି ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଫଳସ୍ବରୂପ ହୃତପିଣ୍ଡ, ମସ୍ତିଷ୍କ ଏବଂ ଶରୀରର ଅନେକ ଅଙ୍ଗରେ ରୋଗ ବା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢିଥାଏ ।
- ଆପଣାନ୍ତୁ ସୁସ୍ଥ ଜୀବନଶୈଳୀ
ବେଙ୍ଗାଲୁରୁର ଚିକିତ୍ସକ ଡକ୍ଟର ଆର. ରାମଚନ୍ଦ୍ରନଙ୍କ ଅନୁସାରେ ଶରୀରରେ ଖରାପ କୋଲେଷ୍ଟ୍ରୋଲର ବୃଦ୍ଧି ଜୀବନଶୈଳୀ ଯୋଗୁଁ ହୋଇଥାଏ । ବ୍ୟାୟାମ ନ କରିବା, ସୁସ୍ଥ ଖାଦ୍ୟ ନ ଖାଇବା, ନିଦର ଅଭାବ ଆଦି ଅସନ୍ତୁଳନ ଲାଇଫ ଷ୍ଟାଇଲ ଯୋଗୁଁ ହୋଇଥାଏ । ସବୁଠୁ ବଡ଼ ସମସ୍ୟା ହେଉଛି ଶରୀରରେ କୋଲେଷ୍ଟ୍ରୋଲ ବଢିବା ସମ୍ପର୍କରେ ପ୍ରାଥମିକ ଅବସ୍ଥାରୁ ଜଣାପଡ଼ିନଥାଏ । ଶରୀରରେ ଏହା ଜଣାପଡ଼ିବା ବେଳକୁ ଅନେକ ଅଙ୍ଗ ଏଥିରେ ପ୍ରଭାବିତ ହୋଇସାରିଥିବାର ଦେଖାଯାଏ । ଏଭଳି ସ୍ଥିତିରେ ଏହା ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ସମୟ ବ୍ୟବଧାନରେ ଶରୀରର ଯାଞ୍ଚ କରିବା ଆବଶ୍ୟକ ।
ଯେତେବେଳେ ଖରାପ କୋଲେଷ୍ଟ୍ରୋଲ ଶରୀରକୁ ସେତେଟା ପ୍ରଭାବିତ କରିନଥାଏ, ସେତେବେଳେ ଡାକ୍ତର ମଧ୍ୟ ଔଷଧ ବଦଳରେ କିଛି ଭଲ ଅଭ୍ୟାସ ଆପଣେଇବା ପାଇଁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି । ନିମ୍ନରେ ଦିଆଯାଇଥିବା କିଛି ଭଲ ଅଭ୍ୟାସକୁ ଆପଣେଇବା ଦ୍ବାରା ଖରାପ କୋଲେଷ୍ଟ୍ରୋଲରୁ ଶରୀରରେ ଜମା ହୋଇନଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।
- ମେଦ ବହୁଳତାରୁ ଦୂରେଇ ରୁହନ୍ତୁ
ଶରୀରରେ ମେଦ ବହୁଳତା ଖରାପ କୋଲେଷ୍ଟ୍ରୋଲ ଜମିବାର ମୁଖ୍ୟ କାରଣ ହୋଇଥାଏ । ଏଥିଲାଗି ସର୍ବଦା ନିଜ ଓଜନର ଧ୍ୟାନ ରଖିବା ଉଚିତ । ଏଥିଲାଗି ନିଜ ଖାଦ୍ୟପେୟ ଉପରେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ପୁଷ୍ଟିକର ଖାଦ୍ୟ ସହ ସବୁଜ ପନିପରିବା ଖାଇବା ଆବଶ୍ୟକ । ଏହା ସହିତ ଯଥାସମ୍ଭବ ଚିନିଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
- ନିୟମିତ ବ୍ୟାୟାମ
ଯଦି ଚାକିରି କିମ୍ବା ଅନ୍ୟ କୌଣସି କାରଣ ପାଇଁ ଆମ ଦିନ ଅଧିକ ସମୟ ବସି ରହି ଶେଷ ହେଉଛି, ତେବେ ଏହା ଶରୀର ପାଇଁ ହାନିକାରକ । ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ଶରୀରରେ ମେଦ, ହୃଦରୋଗ, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ସମସ୍ୟାର ବୃଦ୍ଧି ଘଟିଥାଏ । LDL କମ କରିବା ପାଇଁ ଏହା ଜରୁରୀ ନୁହେଁ ଯେ ଜିମ୍ରେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଦରକାର । ବରଂ ପ୍ରତିଦିନ ଦ୍ରୁତ ଗତିରେ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ଚାଲିବା ଦ୍ବାରା ଖରାପ କୋଲେଷ୍ଟ୍ରୋଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ଅଫିସରେ ବହୁ ସମୟ ଧରି ବସି ରହୁଥିବା କର୍ମଚାରୀ ପ୍ରତି ଅଧ ଘଣ୍ଟାରେ ନିଜ କାର୍ଯ୍ୟାଳୟରେ କିଛି ସମୟ ଚାଲିବା ଦରକାର ।
- ଧୂମପାନ ବା ନିଶାଦ୍ରବ୍ୟଠୁ ଦୂରେଇ ରୁହନ୍ତୁ
ମଦ କିମ୍ବା ସିଗାରେଟ ଭଳି ନିଶାଦ୍ରବ୍ୟ ଯୋଗୁଁ ଶରୀରରେ LDLର ସ୍ତର ବଢିଥାଏ । ଅଧିକ ମାତ୍ରାରେ ମଦ କିମ୍ବା ନିଶାଦ୍ରବ୍ୟ ସେବନ କରିବା ଦ୍ବାରା ନା ଯେ କେବଳ ଶରୀରରେ ଖରାପ କୋଲେଷ୍ଟ୍ରୋଲ ବଢିଥାଏ, ଏହାବ୍ୟତୀତ ଅନେକ ମାରାତ୍ମକ ରୋଗର ଶିକାର ହୋଇଥାଏ ଶରୀର ।
- କେବଳ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ
ଡକ୍ଟର ରାମଚନ୍ଦ୍ରନ କହିଛନ୍ତି ଯେ ଅନେକ ଲୋକ ଉଚ୍ଚ କୋଲେଷ୍ଟ୍ରଲ କମାଇବା ପରିବର୍ତ୍ତେ ଡାକ୍ତରଙ୍କ ସହିତ ପରାମର୍ଶ ନକରି ଏଠାରୁ ସେଠାରୁ ଶୁଣାଯାଇଥିବା ଜିନିଷ ଗ୍ରହଣ କରିବା ଆରମ୍ଭ କରନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ । ଯଦି ଶରୀରରେ ଖରାପ କୋଲେଷ୍ଟ୍ରଲର ବୃଦ୍ଧି ସମ୍ପର୍କରେ ଜଣାପଡେ ତେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସହ ଡାକ୍ତରଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଥିସହ ଡାକ୍ତରଙ୍କ ସହିତ ପରାମର୍ଶ ନକରି କୌଣସି ଔଷଧ ଖାଇବା ଉଚିତ୍ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ