ETV Bharat / sukhibhava

ଏଲୋଭେରାର ୭ଟି ଫାଇଦା - ଏଲୋଭେରାର ୭ଟି ଫାଇଦା

ଏଲୋଭେରା ସବୁବେଳେ ଏହାର ଉପକାରୀ ଗୁଣ ଓ ମଲଟି ଟାସ୍କିଂ ପ୍ରପର୍ଟି ପାଇଁ ବେଶ୍ ଜଣାଶୁଣା । ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ । ଅଧିକ ପଢନ୍ତୁ...

ଏଲୋଭେରାର ୭ଟି ଫାଇଦା
ଏଲୋଭେରାର ୭ଟି ଫାଇଦା
author img

By

Published : Jan 24, 2021, 4:54 PM IST

ଏଲୋଭେରା ବା ଘିକୂଆଁରୀ ସବୁବେଳେ ଏହାର ଉପକାରୀ ଗୁଣ ଓ ମଲଟି ଟାସ୍କିଂ ପ୍ରପର୍ଟି ପାଇଁ ବେଶ୍ ଜଣାଶୁଣା । ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ । ଆଲୋ ଜେଲ୍‌ରେ ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ତେଣୁ ଆଲୋଭେରା ଏକ ହିଲିଂ ଏଜେଣ୍ଟ ଭାବେ କାମ କରେ । ଅତିରିକ୍ତ ଭାବେ ଆଲୋ ଜେଲ୍‌ରେ ଥାଏ ଉଚ୍ଚମାତ୍ରାରେ ଜଳୀୟ ଅଂଶ । ତେଣୁ ଏହା ହାଇଡ୍ରେଟର ଭାବେ ବି କାମ ଦିଏ । ଆସନ୍ତୁ ଜାଣିବା ଏଲୋଭେରାର ପ୍ରମୁଖ ଫାଇଦା ସଂପର୍କରେ ।

ଆଖିତଳ ଦାଗ ହଟାଇବାରେ ସହାୟକ ହୁଏ

ଆଖି ତଳେ କଳାଦାଗ ବା ଡାର୍କ ସର୍କଲ ଓ ଅଣ୍ଡର ଆଇ ବ୍ୟାଗ୍ ହଟାଇବା ପାଇଁ ଆଲୋଭେରା ରସ ସହାୟକ ହୋଇଥାଏ । ଲମ୍ବା ସମୟ ଧରି ଟିଭି ବା ମୋବାଇଲ ପରଦାକୁ ଚାହିଁରହିଲା ପରେ ଏଲୋଭେରା ରସ ଲଗାଇଲେ ଆଖିକୁ ଆରାମ ମିଳେ । ଏଲୋଭେରା ବେଶ୍ ହାଲୁକା ଓ ଆଣ୍ଟଅକ୍ସିଡାଣ୍ଟରେ ସମୃଦ୍ଧ ଥିବାରୁ ଆଖିତଳ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ ।

ପ୍ରାଇମର

ଏଲୋଭେରା ଜେଲ୍ ସ୍ୱଭାବରେ ଅତ୍ୟଧିକ ଚିପଚିପା ଓ ଅଠାଳିଆ । ଫଳରେ ଏହା ତ୍ୱଚାରେ ବସିଯାଇଥାଏ ଓ ଆର୍ଦ୍ରତା ଦୂର କରେ । ଫଳରେ କୌଣସି ମେକଅପ୍ ବା ଆବର୍ଜନା ବିରୋଧରେ ଏହା ସୁରକ୍ଷାସ୍ତର ଭାବେ କାମ କରିଥାଏ । ଏଲୋଭେରା ଜେଲ୍ ଦ୍ୱାରା କୌଣସି ଛିଦ୍ର ଦୃଶ୍ୟମାନ ହୁଏ ନାହିଁ ।

ତ୍ୱଚାକୁ ଆରାମ ଦିଏ

ବିଗିଡି ଯାଇଥିବା ତ୍ୱଚାକୁ ଆରାମ ଦେଇଥାଏ ଏଲୋଭେରା ଚାରାର ଜେଲ୍ । କାରଣ ଏଥିରେ ଭିଟାମିନ ଏ, ସି ଓ ଇ ବହୁଳ ପରିମାଣରେ ଥାଏ, ଯାହା କି ଆଣ୍ଟିଅକ୍ସିଡାଣ୍ଟ । ଫଳରେ ଅଧିକ ସମୟ ଖରାରେ ରହିବା ଦ୍ୱାରା ଫ୍ରି ରାଡିକାଲ୍ ଦ୍ୱାରା ହେଉଥିବା କ୍ଷତିରୁ ତ୍ୱଚାକୁ ରକ୍ଷା କରେ ଏଲୋଭେରା ଜେଲ୍ ।

ସେଭିଂ ଓ ୱାକ୍ସିଂ ପରେ

କ୍ଷୌର ବା ୱାକ୍ସିଂ ପରେ ଆମର ତ୍ୱଚା ଟିକେ ଅଶାନ୍ତ ହୋଇଯାଏ । ବ୍ଲେଡର ଧାର ବାଜି ଜ୍ୱଳନ ହୋଇଥାଏ । ଏପରିକି ଅନେକ ସମୟରେ ବ୍ଲେଡ ବାଜି ତ୍ୱଚାର ଉପରସ୍ତର କଟିଯାଏ । ଏଲୋଭେରା ଜେଲ୍ ବ୍ୟବହାର କଲେ ତ୍ୱଚାକୁ ଆରାମ ମିଳେ । କାରଣ ଏହି ଜେଲ୍‌ରେ ଆଣ୍ଟି ବାକଟେରିଆଲ୍ ଓ ଆଂଟି ଅକ୍ସିଡାଂଟ ପ୍ରପର୍ଟି ଭରପୂର ଥାଏ । ଫଳରେ ତ୍ୱଚାର କ୍ଷତ ଭଲ ହୋଇଯାଏ । ଏଥିରେ ଜଳୀୟ ଅଂଶ ବି ଅଧିକ ରହିଥିବାରୁ ଏଲୋଭେରା ଜେଲ ପ୍ରଲେପ କଲେ ତ୍ୱଚା ଥଣ୍ଡା ରହିଥାଏ ।

ହେୟାର ଷ୍ଟାଇଲିଂ ଜେଲ୍

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଲୋଭେରା ଜେଲ୍ ବେଶ୍ ସହାୟକ ହୋଇଥାଏ । ନୁଖୁରା ବାଳରେ ଓଭର ଦି କାଉଂଟର ସିରମ ବଦଳରେ ଏଲୋଭେରା ଜେଲ୍ ପ୍ରୟୋଗ କଲେ ଫାଇଦା ମିଳେ । ମୋଏଶ୍ଚରାଇଜର ବା ଫେସମାସ୍କ ଏଲୋଭେରା ଜେଲ୍‌ର ୯୮ ପ୍ରତିଶତ ହେଉଛି ଜଳ । ଫଳରେ ଏହା ଏକ ଉତ୍କୃଷ୍ଟ ହାଇଡ୍ରେଟର ଭାବେ କାମ କରେ । ସବୁ ତ୍ୱଚା ପାଇଁ ଏଲୋଭେରା ଜେଲ ଏକ ଭଲ ଲାଇଟୱେଟ୍ ମଏଶ୍ଚରାଇଜର ଭାବେ କାମ କରେ । ଏଲୋଭେରା ସ୍ୱଭାବରେ ଆଂଟିବ୍ୟାକଟେରିଆଲ ଓ ଆଣ୍ଟି ଇନଫ୍ଲେମୋଟରି ପ୍ରପର୍ଟି ଥିବାରୁ ତ୍ୱଚାକୁ ଏହା ସୁରକ୍ଷିତ ରଖେ ।

ହେୟାର କଣ୍ଡିସନର

କେଶ ସଫା କଲା ପରେ ଆପଣ ଏଲୋଭେରା ଜେଲ୍ ଯଦି କେଶରେ ବ୍ୟବହାର କରିବେ ଓ ୧୦ ମିନିଟ ପରେ ପୁଣି ଧୋଇଲେ କେଶର ମାନ ଭଲ ରହେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.