ETV Bharat / sukhibhava

Tips for Healthy Life: ଆପଣାନ୍ତୁ ଏହି ଅଭ୍ୟାସ, ଫିଟ ରହିବ ଶରୀର

author img

By

Published : Jun 22, 2023, 3:33 PM IST

ସଠିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଠିକ ରହିଥାଏ ସ୍ବାସ୍ଥ୍ୟ ତେବେ ଆପଣାନ୍ତୁ ଏହି 6ଟି ଅଭ୍ୟାସ, ପୁରା ଫିଟ ରହିବ ଶରୀର।

Tips for Healthy Life
Tips for Healthy Life

ହାଇଦ୍ରାବାଦ: ସମସ୍ତେ ଭଲ ସ୍ୱାସ୍ଥ୍ୟ ଚାହାଁନ୍ତି ଏବଂ ସେମାନଙ୍କର ଖାଦ୍ଯପେୟ ଅଭ୍ୟାସରେ ପରିବର୍ତ୍ତନ ଚାହାଁନ୍ତି। ଯଦି ଆପଣ ମଧ୍ୟ ଅନୁଭବ କରୁଛନ୍ତି ଯେ ଜୀବନଶୈଳୀ ଠିକ ନାହିଁ କିମ୍ବା ସ୍ବାସ୍ଥ୍ୟ ଠିକ ରହୁନାହିଁ ତେବେ ଅଭ୍ୟାସରେ ପରିବର୍ତ୍ତନ କରିବା ଆବଶ୍ୟକ। ସଠିକ୍ ପରିମାଣରେ କ୍ୟାଲୋରୀ ଖାଇବା ଏବଂ ଏହାକୁ ହ୍ରାସ କରିବାର ସୂତ୍ର ଆପଣଙ୍କୁ ଫିଟ୍ ରଖିବାରେ ସାହାଯ୍ୟ କରେ।

ସୁସ୍ଥ ରହିବାରେ ଖାଦ୍ୟର ସବୁଠାରୁ ବଡ ଅବଦାନ ରହିଛି। ଖାଦ୍ୟ ହିଁ ଆପଣଙ୍କ ସ୍ୱାସ୍ଥ୍ୟ ନିର୍ଣ୍ଣୟ କରେ। ସେଥିପାଇଁ ଏକ ସୁସ୍ଥ ଖାଦ୍ୟ ମାନବ ଜୀବନର ସ୍ୱାସ୍ଥ୍ୟର ଚାବିକାଠି ବୋଲି କୁହାଯାଇଛି। କାର୍ଯ୍ୟଶୈଳୀ ଏବଂ ପରିଶ୍ରମ ଅନୁଯାୟୀ ଖାଦ୍ୟ ଖାଇବା ଉଚିତ। ଏଥିପାଇଁ ସଠିକ୍ ପରିମାଣର କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଉଚିତ। ଯାହାଫଳରେ ସନ୍ତୁଳନ ବଜାୟୀ ରହିବ।

indian food
indian food

ଯଦି ଶରୀରର ଆବଶ୍ୟକତାଠାରୁ ଅଧିକ ଖାଇବା କିମ୍ବା ପିଇବା ଦ୍ବାରା ଆବଶ୍ୟକତା ଠାରୁ ଅଧିକ ଓଜନ ବଢିପାରେ। ଯଦି ଖୁବ୍ କମ୍ ଖାଦ୍ୟ ଖାଇଥାଉ ତାହେଲେ ଓଜନ କମିବା ଆରମ୍ଭ କରେ ଏବଂ ଏହି କାରଣରୁ ଦକ୍ଷତା ହ୍ରାସ ହେବାକୁ ଲାଗେ। ଅନ୍ୟପଟେ ଆପଣ ମଧ୍ୟ ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ଆପଣଙ୍କ ଶରୀର ସମସ୍ତ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ତାହେଲେ ଜାଣନ୍ତୁ ଶରୀର ପାଇଁ କଣ ଆବଶ୍ୟକ ।

ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତି (ପୁରୁଷ) ପାଇଁ ପ୍ରତିଦିନ ପ୍ରାୟ 2500 କ୍ୟାଲୋରୀ ଆବଶ୍ୟକ। ଅନ୍ୟପକ୍ଷରେ, ମହିଳାମାନେ ପ୍ରତିଦିନ ପ୍ରାୟ 2,000 କ୍ୟାଲୋରୀ ଆବଶ୍ୟକ କରନ୍ତି। କିନ୍ତୁ ଶାରୀରିକ କାର୍ଯ୍ୟକଳାପ ଅନୁସାରେ କ୍ୟାଲୋରୀ କମ ବା ଅଧିକ ହୋଇପାରେ।

Tips for Healthy Life
Tips for Healthy Life

ଏହି 6 ବିଷୟ ଉପରେ ଧ୍ୟାନ ଦିଅନ୍ତୁ:

କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଆନ୍ତୁ: ଖାଉଥିବା ଖାଦ୍ୟରେ କାର୍ବୋହାଇଡ୍ରେଟର ପରିମାଣ ଏକ ତୃତୀୟାଂଶରୁ ଅଧିକ ହେବା ଉଚିତ। ଏଥିରେ ଆଳୁ, ରୁଟି, ଚାଉଳ, ପାସ୍ତା ଏବଂ କଠିନ ଶସ୍ୟ ଜାତୀୟ ଖାଦ୍ଯ ଅନ୍ତର୍ଭୁକ୍ତ କରିପାରିବେ।

ପ୍ରଚୁର ଫଳ ଏବଂ ପନିପରିବା ଖାଆନ୍ତୁ: ଦିନକୁ ଖାଉଥିବା ଖାଦ୍ୟର 5 ଭାଗ କେବଳ ଫଳ ଏହଂ ପନିପରିବା ରହିବା ଉଚିତ। ସତେଜ ଫଳ ଏବଂ ପନିପରିବା ସହିତ ଶସ୍ୟଜାତୀୟ ଖାଦ୍ୟ ଏବଂ ଶୁଖିଲା ଫଳକୁ ଅନ୍ତର୍ଭୁକ୍ତ କରନ୍ତୁ। ଏହା କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିପାରେ।

ଅଧିକ ମାଛ ଖାଆନ୍ତୁ: ମାଛ ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ସପ୍ତାହରେ ଅତି କମରେ 2 ଥର ମାଛ ଖାଇବାକୁ ଲକ୍ଷ୍ୟ ରଖନ୍ତୁ, ଅତି କମରେ 1 ଟି ତେଲିଆ ମାଛ ଖାଆନ୍ତୁ। ତେଲିଆ ମାଛରେ ଅଧିକ ପରିମାଣର ଓମେଗା -3 ଫ୍ୟାଟ୍ ଥାଏ, ଯାହା ହୃଦୟ ସମ୍ବନ୍ଧୀୟ ରୋଗକୁ ରୋକିବାରେ ସହାୟକ ହୋଇଥାଏ।

ଚର୍ବି ବୃଦ୍ଧି କରୁଥିବା ଜିନିଷ ଏବଂ କମ ଚିନି ଖାଆନ୍ତୁ: ଯଦି ଆପଣ ଚର୍ବି ବୃଦ୍ଧି କରୁଥିବା ଜିନିଷଗୁଡିକ ବାଛନ୍ତି, ତେବେ ମନେରଖନ୍ତୁ ଯେ ଏହା ଆପଣଙ୍କ ରକ୍ତରେ କୋଲେଷ୍ଟ୍ରଲ୍ର ପରିମାଣ ବୃଦ୍ଧି କରିଥାଏ। ତେଣୁ ଏହି ସବୁ ଜିନିଷରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ। ପୁରୁଷମାନେ ଗୋଟିଏ ଦିନରେ 30 ଗ୍ରାମରୁ ଅଧିକ ପରିମାଣର ଚର୍ବି ଖାଇବା ଉଚିତ୍ ନୁହେଁ। ଅନ୍ୟପକ୍ଷରେ, ମହିଳାମାନେ ଗୋଟିଏ ଦିନରେ 20 ଗ୍ରାମରୁ ଅଧିକ ପରିମାଣର ଚର୍ବି ଗ୍ରହଣ ନକରିବା ଉଚିତ।

କମ ଲୁଣଯୁକ୍ତ ଖାଦ୍ୟ ଖାଆନ୍ତୁ: ବୟସ୍କମାନେ ପ୍ରତିଦିନ 6 ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ। ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପରେ ବୃଦ୍ଧି ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ଲୋକମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ତେବେ ଏଭଳି କିଛି ଖାଦ୍ୟ ସାମଗ୍ରୀ ରହିଛି ଯେଉଁଥିରେ କି ପୂର୍ବରୁ ହିଁ ତିନି-ଚତୁର୍ଥାଂଶ ଲୁଣ ଏଥିରେ ଉପସ୍ଥିତ ଥାଏ, ଯେପରିକି ସୁପ୍, ରୁଟି ଏବଂ ସସ୍। ତେଣୁ ବୟସାଧିକ ବ୍ୟକ୍ତି ଲୁଣ ଠାରୁ ଦୂରେଇ ରହିବା ଆବଶ୍ୟକ।

ସର୍ବଦା ଆକ୍ଟିଭ ରହିବା ପାଇଁ ଚେଷ୍ଟା କରନ୍ତୁ: ଏକ ସୁସ୍ଥ ଖାଦ୍ୟ ସହିତ ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ବ୍ୟାୟାମ କରୁନଥିବା ବ୍ୟକ୍ତିଙ୍କୁ ଶାରୀରିକ କାର୍ଯ୍ୟ କରିବା ଆବଶ୍ୟକ। ସାଧାରଣତଃ ଦେଖାଯାଏ ଯେ ଅଧିକ ଓଜନ କିମ୍ବା ମେଦବହୁଳତା କାରଣରୁ ଟାଇପ୍-୨ ମଧୁମେହ, କର୍କଟ, ହୃଦ ରୋଗ ଏବଂ ଷ୍ଟ୍ରୋକ୍ ପରି ରୋଗ ହୋଇଥାଏ। ଏଥି ସହିତ ଓଜନ କମ ହେବା ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.