ETV Bharat / sukhibhava

କାର୍ଯ୍ୟକ୍ଷେତ୍ରରେ ଚାପଗ୍ରସ୍ତ ହେଉଛନ୍ତି କି ? ଆପଣାନ୍ତୁ ଏହି 5 ନିୟମ - ମନକୁ ଶାନ୍ତ ରଖିବାର ଉପାୟ

କାରଣ ଯାହାବି ହେଉନା କାହିଁକି, ଯୋକୌଣସି ବ୍ୟକ୍ତି ତାଙ୍କ ଜୀବନ କାଳରେ କାର୍ଯ୍ୟକ୍ଷେତ୍ରରେ ଚାପର ସମ୍ମୁଖୀନ ହେବା ସ୍ବାଭାବିକ । ମାତ୍ର ଏହାକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ, ନଚେତା ଏହା ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇବ । ତେଣୁ କିପରି ଏହି ସମସ୍ୟାରୁ ଦୂର ହେବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

stress at work
stress at work
author img

By

Published : Dec 29, 2022, 1:24 PM IST

ହାଇଦ୍ରାବାଦ: କର୍ମକ୍ଷେତ୍ର ହେଉଛି ଅନେକ ସୁଯୋଗର ଏକ ସ୍ଥାନ, ଯେଉଁ ସ୍ଥାନ ଏକ ବ୍ୟକ୍ତିକୁ କ୍ୟାରିଅରରେ ଆଗକୁ ବଢିବାକୁ ପ୍ରବର୍ତ୍ତାଇ ଥାଏ । ଏହି ସ୍ଥାନ ମଧ୍ୟ ଏକ ସମୟରେ ଆଣିଦେଇଥାଏ ଏକାଧିକ ଦାୟିତ୍ୱବୋଧ । ଏହି କାରଣରୁ ବେଳେବେଳେ ଜଣେ ବ୍ୟକ୍ତି ଅତ୍ୟଧିକ ଚାପଗ୍ରସ୍ତ ହୋଇଯାଏ । ପ୍ରତିଟି ବ୍ୟକ୍ତି କର୍ମକ୍ଷେତ୍ରରେ ଚାପମୁକ୍ତ ହୋଇ କାର୍ଯ୍ୟ କରିବାକୁ ଚାହେଁ । ମାତ୍ର ତାହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ଯଦି ଆପଣ ବି ଏପରି କିଛି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଏଠାରେ ଆମେ ଆପଣଙ୍କ ପାଇଁ 5 ଟି ଟିପ୍ସ ଦେବୁ, ଯାହା ବୃତ୍ତିଗତ କ୍ଷେତ୍ରରେ ଚାପମୁକ୍ତ ହୋଇ କାର୍ଯ୍ୟ କରିବାରେ ସହାୟକ ହେବ(5 ways to reduce stress at work) ।

ନିଶ୍ବାସ ନେବା ପାଇଁ ବିରତି ନିଅନ୍ତୁ(Breathing Breaks):-

ଏହା ପ୍ରଥମେ ଅମୂଳକ ମନେହୁଏ, କିନ୍ତୁ କିଛି ତାଜା ଅମ୍ଳଜାନ ଗ୍ରହଣ କରିବା ପାଇଁ ବିରତି ନେବା ଆମ ଶରୀର ଏବଂ ପ୍ରାଣ(soul) ପାଇଁ ଅତ୍ୟନ୍ତ ଲାଭଦାୟକ । ଦୀର୍ଘ ନିଶ୍ବାସଟିଏ ନେବା ଆମ ବ୍ୟସ୍ତ ମନ ପାଇଁ ଟିକିଏ ହୋଇଥାଏ ସତ, କିନ୍ତୁ ଏହା ଆମ ମାଂସପେଶୀକୁ ଆରାମ ଦେଇଥାଏ ।

ଏକ ଉପଯୁକ୍ତ ଦିନର କାର୍ଯ୍ୟସୂଚୀ ବାହାର କରନ୍ତୁ(proper day schedule):-

proper day schedule
proper day schedule

ଗୋଟିଏ ଘଣ୍ଟାର କାର୍ଯ୍ୟସୂଚି ଏକ ଦିନର ସମ୍ପୂର୍ଣ୍ଣ କାର୍ଯ୍ୟକୁ ପରିଚାଳନା କରିଥାଏ । କାରଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଦ୍ବାରା ଆମେ ଚାପଗ୍ରସ୍ତ କିମ୍ବା ଭାରାକ୍ରାନ୍ତ ନ ହୋଇ ଅନ୍ୟ କାର୍ଯ୍ୟଗୁଡିକୁ ପରିଚାଳନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଉ । ଏହା ଆମର ଧ୍ୟାନ ବ୍ୟାଖ୍ୟା କରିବାରେ ସାହାଯ୍ୟ କରେ ।

ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ(Have your meals on time):-

Have your meals on time
Have your meals on time

କାର୍ଯ୍ୟରେ ବ୍ୟସ୍ତ ରହି ଖାଇବା କଥା ଭୁଲିଯିବା ଅତ୍ୟନ୍ତ ସାଧାରଣ କଥା । ତଥାପି, ଭୋଜନ ଆମକୁ ଅତ୍ୟାବଶ୍ୟକ ଶକ୍ତି ଯୋଗାଇଥାଏ, ଯାହା ଆମ କାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରେ । ତେଣୁ, ସଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା ଗୁରୁତ୍ବପୂର୍ଣ୍ଣ । ସ୍ନାକ୍ସକୁ ହେଉ କିମ୍ବା ଲଞ୍ଚ୍ ପାଇଁ କିଛି ସମୟ ଅଫିସ୍ କ୍ୟାଣ୍ଟିନକୁ ଯିବା ଦ୍ବାରା ଆପଣଙ୍କ ଶରୀର ଦୀର୍ଘ ସମୟ ପାଇଁ ଶକ୍ତି ଓ ଆରାମ ପାଇଥାଏ ।

କିଛି ଜିନିଷକୁ ‘ଛାଡିବା’ ଶିଖନ୍ତୁ(Learn to Let Go):-

Learn to Let Go
Learn to Let Go

କର୍ମକ୍ଷେତ୍ରରେ ଆପଣ ସାମ୍ନା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ଏବଂ ବୁଝାମଣା ସମ୍ପନ୍ନ ହୋଇଥିବେ ତାହା ଭାବିବା ଭୁଲ୍ । ତେଣୁ ଅପ୍ରୀତିକର ବାର୍ତ୍ତାଳାପ କେବେନା କେବେ ନିଶ୍ଚିତ ଘଟିବ । ଏହିସମୟରେ ଯୁକ୍ତିତର୍କ ହେବା ସ୍ବାଭାବିକ । ଫଳରେ ଦିନ ତମାମ ଏହି ଭାବନାରେ ସମୟ ବିତାଇବାକୁ ପଡେ । ଅଧିକାଂଶ ସମୟ, ମନକୁ ବିଷାକ୍ତ ଭାବନା ମଧ୍ୟ ଆସେ । ତେଣୁ ଏସବୁ ସମସ୍ୟାକୁ ଛାଡିଦେବା ଭଲ, ଘଟି ଯାଇଥିବା କିଛି ମୁହୂର୍ତ୍ତକୁ 'Let go’ କହି ଭୁଲିଯିବା ଭଲ ।

ଆତ୍ମ-ଚାପକୁ ‘ନା’ କୁହନ୍ତୁ(Say No self imposed stress):-

Say No self imposed stress
Say No self imposed stress

ବିଶ୍ବାସ କରନ୍ତୁ ବା ନକରନ୍ତୁ, କର୍ମକ୍ଷେତ୍ରରେ ଥିବା ସମସ୍ୟା ଗୁଡ଼ିକର ପ୍ରମୁଖ ଅଂଶ ଆମ ମନରେ ରହିଯାଏ । ଆମ ବିଷୟରେ ଅନ୍ୟ ଲୋକଟି କଣ ଭାବୁଛି, ସେ ଭାବନା ଆମକୁ ଅଧିକାଂଶ ସମୟରେ ଅସୁରକ୍ଷିତ ମନେ କରେ । ବୋଧହୁଏ ଏହା ଏକ ସଙ୍କେତ ଅଟେ ଯେ, ଆମକୁ ନିଜ ଆତ୍ମ-ମୂଲ୍ୟବୋଧକୁ ମନେ ପକାଇବା ଏବଂ ଏକ ସକାରତ୍ମକ ଚେତନାର ସହ ଚାଲିବାକୁ ପ୍ରେରଣା ଦିଏ । ତେଣୁ ଅନ୍ୟ ଜଣେ କଣ ଭାବୁଛି ସେ ଭାବନାରେ ଆତ୍ମ-ଚାପକୁ ପ୍ରୋତ୍ସାହିତ କରନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.