ETV Bharat / sukhibhava

Beautiful Nails Tips: ନଖକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଆପଣାନ୍ତୁ ଏହି 5 ଟିପ୍ସ - ନଖର ସୁସ୍ଥତା

ସୁସ୍ଥ ନଖ ଏବଂ କେଶ ଜଣେ ବ୍ୟକ୍ତିଙ୍କ ସୁନ୍ଦରତାକୁ ଦ୍ବିଗୁଣିତ କରିଥାଏ । ମାତ୍ର ବର୍ତ୍ତମାନ ସମୟରେ ସୁନ୍ଦର ନଖ ପାଇଁ କେମିକାଲ ବ୍ୟବହାର ପ୍ରାକୃତିକ ନଖକୁ ନଷ୍ଟ କରିଦେଉଛି । ତେଣୁ ପ୍ରାକୃତିକ ନଖର ସୁସ୍ଥତା ବଜାୟ ରଖିବା ସହ କେଉଁ ଖାଦ୍ୟ ଖାଇଲେ ନଖ ସୁନ୍ଦର ହୋଇଥାଏ, ସେ ବାବଦରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ । ଅଧିକ ପଢନ୍ତୁ

Beautiful Nails Tips, ନଖକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଆପଣାନ୍ତୁ ଏହି 5ଟି ଟିପ୍ସ

author img

By

Published : Sep 10, 2022, 1:48 PM IST

ହାଇଦ୍ରାବାଦ: ସୁନ୍ଦର ଓ ସୁସ୍ଥ ନଖ ଏବଂ କେଶକୁ ପ୍ରାୟତଃ ଶରୀରର ପ୍ରତୀକ ଭାବରେ ବିବେଚନା କରାଯାଏ । ଆଙ୍ଗୁଠି ନଖ ଗୁଡ଼ିକ କେରାଟିନ ନାମକ ଏକ ପ୍ରୋଟିନର ସ୍ତର ସହିତ ଗଠିତ । ସାଧାରଣତ ସୁସ୍ଥ ନଖ ଗୁଡ଼ିକ ଚିକ୍କଣ, ରେଖା କିମ୍ବା ଗର୍ତ୍ତ ବିହୀନ ହୋଇଥାଏ । ଯଦି ଆପଣଙ୍କର ଭଗ୍ନ ନଖ ଅଛି ବା ପରସ୍ତ ପରସ୍ତ ହୋଇ ନଖ ବାହାରି ଯାଉଛି ତେବେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ଖାଦ୍ୟ ତାଲିକାରେ ସାମାନ୍ୟ ପରିବର୍ତ୍ତନ ଦ୍ବାରା ସୁନ୍ଦର ନଖ ପାଇପାରିବେ । ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ବ୍ୟତୀତ, ସହଜ ଟିପ୍ସ ଏବଂ କୌଶଳଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛୁ ଯାହା ଆପଣଙ୍କୁ ସୁନ୍ଦର ନଖ ହାସଲ କରିବାରେ ସହାୟକ ହେବ । ନିମ୍ନରେ ପ୍ରାକୃତିକ ଉପାୟରେ ସୁସ୍ଥ ନଖ ପାଇବା ପାଇଁ 5ଟି ସହଜ ଉପାୟ ବାବଦରେ ଆଲୋଚନା କରାଯାଇଛି(Beautiful Nails Tips)...

ନଖକୁ କଲର୍ ଠୁ ଦୂରେଇ ରଖନ୍ତୁ
ନଖକୁ କଲର୍ ଠୁ ଦୂରେଇ ରଖନ୍ତୁ

1. ନଖକୁ ପାଣିଠୁ ଦୂରେଇ ରଖନ୍ତୁ

ନଖକୁ ଦୀର୍ଘ ସମୟ ପାଣିରେ ଭିଜାଇ ରଖିବା ଦ୍ୱାରା ନଖ ନରମ ହୋଇପାରେ, ଯାହା ଦ୍ବାରା ନଖ ଭାଙ୍ଗି ଯାଇଥାଏ । ବାସନ ଧୋଇବା ସମୟରେ ନଖକୁ ରକ୍ଷା କରିବା ପାଇଁ ଗ୍ଲୋଭସ୍ ବ୍ୟବହାର କରନ୍ତୁ । ଗାଧୋଇବା ସମୟରେ ନଖ ଯେପରି ପାଣିରେ ଅଧିକ ସମୟ ଭିଜି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

2. ନଖକୁ ଛୋଟ ରଖନ୍ତୁ

ଲୋକମାନେ ଆପଣଙ୍କ କେଶ ଏବଂ ନଖକୁ ବେଳେବେଳେ କାଟିବାକୁ ପରାମର୍ଶ ଦେବା ପଛରେ ଏକ ଯୁକ୍ତି ଅଛି । ଯେତେବେଳେ ନଖଗୁଡ଼ିକ ବହୁତ ଲମ୍ବା ହୋଇଯାଏ, ଭାଙ୍ଗିଯିବାର ସମ୍ଭାବନା ଅଧିକ ହୋଇଥାଏ । ଫଳରେ ନଖଗୁଡିକ ଅସମାନ ହୋଇଯିବା ସହ ସୁନ୍ଦର ଦେଖାଯାଇ ନଥାଏ ।

3. ନଖକୁ ନିୟମିତ ମଶ୍ଚରାଇଜ କରନ୍ତୁ

କଟିକଲ୍ସ ଠାରୁ ଆରମ୍ଭ କରି ହ୍ୟାଣ୍ଡ କ୍ରିମ୍ ନଖ ପାଇଁ ଲାଭଦାୟକ । ଏଗୁଡିକ ନଖକୁ ମଶ୍ଚରାଇଜ୍ କରି ଦୁର୍ବଳ ନଖକୁ ପୁଷ୍ଟିକର କରିବା ସହ ପୋଷଣ ଏବଂ ଆର୍ଦ୍ରତାକୁ ଅବରୋଧ କରି ନଖକୁ ସୁନ୍ଦର କରିଥାଏ ।

4 . ଜେଲ୍ କିମ୍ବା ଅକ୍ରିଲିକ୍ ନଖଠୁ, ପ୍ରାକୃତିକ ନଖକୁ ଦୂରେଇ ରଖନ୍ତୁ

ବାରମ୍ବାର ନେଲ୍ ସ୍ପା କରିବା ଦ୍ବାରା ପ୍ରାକୃତିକ ନଖ ଉପରେ ପ୍ରଭାବ ପଡିଥାଏ । ନଖକୁ ନିୟମିତ କଲର୍ କରିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ବିଭିନ୍ନ କଲର୍ ଦ୍ବାରା ପ୍ରାକୃତିକ ନଖ ଉପର ଏହାର ପ୍ରଭାବ ପଡିଥାଏ ।

5. ସିଧାସଳଖ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାରରୁ ଦୂରେଇ ରୁହନ୍ତୁ

ମହାମାରୀ କାରଣରୁ ଆମେ ସାନିଟାଇଜର ବ୍ୟବହାରରେ ଅଭ୍ୟସ୍ତ ହୋଇଯାଇଛନ୍ତି । କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ ସତର୍କ ରହିବା ଆବଶ୍ୟକ । କାରଣ ସାନିଟାଇଜରରେ ଥିବା ଆଲକହଲ ମାତ୍ରା ନଖକୁ ପ୍ରଭାବିତ କରିଥାଏ । ସାନିଟାଇଜରକୁ ହାତରେ ଲଗାନ୍ତୁ କିନ୍ତୁ ନଖ ଉପରେ ସ୍ପ୍ରେ କରିବା ଠାରୁ ଦୂରେଇ ରୁହନ୍ତୁ ।

ଉପରସ୍ଥ ଟିପ୍ସ ସହ ଖାଦ୍ୟରେ ଅଣ୍ଡା, ମାଛ ଏବଂ ସବୁଜ ପନିପରିବା ଭଳି ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଅଧିକ ସେବନ କରନ୍ତୁ । ଭଗ୍ନ ନଖକୁ ମଜବୁତ କରିବା ପାଇଁ ବାୟୋଟିନ୍ ସପ୍ଲିମେଣ୍ଟ ପାଇଁ ଆପଣଙ୍କର ଚର୍ମ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ମଧ୍ୟ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.