ETV Bharat / sukhibhava

Summer Health Tips: ଉତ୍ତାପରୁ ରକ୍ଷା କରିବ ତରଭୁଜର ଏହି ସବୁ ଜୁସ୍ - ସମର୍ ହେଲ୍‌ଥ ଟିପ୍ସ

ଗ୍ରୀଷ୍ମଋତୁରେ ଉତ୍ତାପରୁ ରକ୍ଷା ପାଇବା ସହ ହାଇଡ୍ରେଟ୍ ରହିବା ପାଇଁ ତରଭୁଜର ଏହି ସବୁ ଜୁସ୍‌ ଆପଣାନ୍ତୁ । କେମିତି କରିବେ ପ୍ରସ୍ତୁତ, ଜାଣନ୍ତୁ...

Etv Bharat
Etv Bharat
author img

By

Published : Apr 15, 2023, 5:14 PM IST

ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ଏବଂ ହାଇଡ୍ରେଟ୍ (ଆଦ୍ର) ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏହି ଋତୁରେ ଡିହାଇଡ୍ରେସନ୍ ଏବଂ ଝାଳ ବୋହିବା କାରାଣରୁ ଲୋକମାନେ କ୍ଳାନ୍ତ ଅନୁଭବ କରନ୍ତି । ତଥାପି ଗ୍ରୀଷ୍ମଋତୁରେ ପ୍ରକୃତି ଏପରି କିଛି ଫଳ ଭେଟି ଦେଇଛି, ଯାହା ସମସ୍ତ ସମସ୍ୟାକୁ ଦୂର କରିପାରବ । ଏସବୁ ଫଳଗୁଡିକ ମଧ୍ୟରୁ ତରଭୁଜ ଅନ୍ୟତମ । ଆଜିର ଏହି ଆର୍ଟିକିଲରେ ତରଭୁଜର କେତେକ ସ୍ବତନ୍ତ୍ର ପାନୀୟର ଟିପ୍ସ ଦିଆଯାଇଛି, ଯାହା ଗ୍ରୀଷ୍ମଋତୁରେ ଉତ୍ତାପରୁ ଆରାମ ଦେବା ସହ ହାଇଡ୍ରେଟ୍ ରଖିବ...

Watermelon –Strawberry Smoothie
Watermelon –Strawberry Smoothie

ୱାଟରମିଲନ୍ ଷ୍ଟ୍ରବେରୀ ସ୍ମୁଥୀ:

ଗ୍ରୀଷ୍ମ ଦିନରେ ଏହି ସ୍ମୁଥୀ ସତେଜ ଜୁସ୍ ଦିନସାରା ଏନର୍ଜି(ଶକ୍ତି) ପ୍ରଦାନ କରିବାରେ ସାହାଯ୍ୟ କରିବ । ତରଭୁଜ-ଷ୍ଟ୍ରବେରୀ ସ୍ମୁଥୀ ସ୍ୱାସ୍ଥ୍ୟକର ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ତାଜା ଷ୍ଟ୍ରବେରି, ତରଭୁଜ, ଚିଆ ସିଡ୍ସ, ମହୁ ଏବଂ ଦହି ମିଶ୍ରଣ ହୋଇଥାଏ । ଗ୍ରୀଷ୍ମଋତୁରେ ଶରୀରରକୁ ହାଇଡ୍ରେଟ୍ ରଖିବା ପାଇଁ ଏହା ସର୍ବୋତ୍ତମ ପାନୀୟ ।

ୱାଟରମିଲନ୍ ମୋଜିଟୋ:

ସତେଜ ସ୍ବାଦ ସହିତ ମିଣ୍ଟି (ପୁଦିନା) ମୋଜିଟୋ ଗ୍ରୀଷ୍ମଋତୁ ପାଇଁ ଉପଯୁକ୍ତ । ଏହି ସ୍ବାଦିଷ୍ଟ ପାନୀୟ ପ୍ରସ୍ତୁତ କରିବା ପାଇଁ ସତେଜ ତରଭୁଜ, ପୁଦିନା, ଏବଂ ଲେମ୍ବୁ ବ୍ୟବହୃତ ହୁଏ । ଏହା ସ୍ବାଭାବିକ ଭାବରେ ମିଠା ମଧ୍ୟ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।

ଏହା ମଧ୍ୟ ପଢନ୍ତୁ:- ଏଥି ପାଇଁ ଅନବରତ କାନ୍ଦିଥାଏ ନବଜାତ ଶିଶୁ, କେମିତି ନେବେ ଯତ୍ନ ଜାଣନ୍ତୁ

ୱାଟରମିଲନ୍ ବାସିଲ୍ କୁଲର:

Watermelon Basil Cooler
Watermelon Basil Cooler

ଏହି ଜୁସ୍ ପ୍ରସ୍ତୁତ ପାଇଁ ତରଭୁଜ ଖଣ୍ଡ, ଲେମ୍ବୁ ରସ ଏବଂ ସତେଜ ତୁଳସୀ ପତ୍ର ନିଅନ୍ତୁ । ଏସବୁ ଉପାଦାନକୁ ମିଶାଇ ଏକ ଫ୍ରେସ୍(ସତେଜ) ଜୁସ୍ ପ୍ରସ୍ତୁତ କରନ୍ତୁ ଏବଂ ପିଅନ୍ତୁ । ଏହା ଗ୍ରୀଷ୍ମ ପ୍ରବାହରୁ ଆରାମ ଦେଇଥାଏ ।

Watermelon Lemonade
Watermelon Lemonade

ୱାଟରମିଲନ୍ ଲେମୋନଏଡ୍:

ଯଦି ସାଦା ଲେମ୍ବୁପାଣି ପିଇବାକୁ ପସନ୍ଦ କରୁନାହାନ୍ତି, ତେବେ ଏହି ୱାଟରମିଲନ୍ ଲେମୋନଏଡ୍ ରେସିପି ପ୍ରସ୍ତୁତ କରନ୍ତୁ । ଏଥିପାଇଁ କେବଳ ତରଭୁଜ ଖଣ୍ଡ, ଚିନି, ଲୁଣ ଏବଂ ଲେମ୍ବୁ ରସ ନିଅନ୍ତୁ । ଏହାକୁ ଭଲ ଭାବେ ଫେଣ୍ଟି ଏକ ସରବତ ପ୍ରସ୍ତୁତ କରନ୍ତୁ ।

Watermelon Milkshake
Watermelon Milkshake

ୱାଟରମିଲନ୍ ମିଲ୍କସେକ୍:

ଏହି ସରଳ ମିଲ୍କସେକ୍ ପ୍ରସ୍ତୁତ କରିବା ପାଇଁ ତାଜା ତରଭୁଜ, କ୍ଷୀର ଏବଂ ଏକ ଚାମଚ ଚିନି ମିଶାନ୍ତୁ । ଏହାକୁ କିଛି ମିନିଟ୍ ପାଇଁ ମିଶ୍ରଣ କରନ୍ତୁ ଏବଂ ପରେ ସେବନ କରନ୍ତୁ । ଏହା ଗ୍ରୀଷ୍ମଋତୁରେ ଶୀତଳ ରଖିବା ସହ ରକ୍ତଚାପ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.