ETV Bharat / state

ଯୁବକଙ୍କୁ ହତ୍ୟା ସନ୍ଦେହ, ହୋଟେଲ ପଛପଟୁ ମିଳିଲା କଟା ହାତ

author img

By

Published : Jan 14, 2021, 10:06 PM IST

ଯୁବକଙ୍କୁ ବିଭତ୍ସ ହତ୍ୟା ସନ୍ଦେହ। ଏକ ହୋଟେଲ ପଛପଟୁ ମିଳିଲା ଯୁବକଙ୍କ କଟା ହାତ । ଅଧିକ ପଢନ୍ତୁ...

ଯୁବକଙ୍କୁ ହତ୍ୟା ସନ୍ଦେହ , ହୋଟେଲ ପଛପଟୁ ମିଳିଲା କଟା ହାତ

ସୁନ୍ଦରଗଡ: ଯୁବକଙ୍କୁ ବିଭତ୍ସ ହତ୍ୟା ସନ୍ଦେହ। ଏକ ହୋଟେଲ ପଛପଟୁ ମିଳିଲା ଯୁବକଙ୍କ କଟା ହାତ । ଟାଉନ ଥାନା ଅନ୍ତର୍ଗତ ପୁରୁଣା ଟୋଲଗେଟ ନିକଟରେ ଥିବା ଏକ ହୋଟେଲ ପଛପଟୁ ଉକ୍ତ ଯୁବକଙ୍କ କଟା ହାତଟିକୁ ଠାବ କରାଯାଇଛି । ତେବେ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମୃତଦେହର ଅବଶିଷ୍ଟ ଅଂଶ ମିଳିନଥିବା ବେଳେ ମୃତ ଯୁବକଙ୍କୁ ଚିହ୍ନଟ କରାଯାଇଛି । ମୃତକ ଜଣଙ୍କ ରମେଶ ସିଂ ବୋଲି ଜଣା ପଡିଛି । ତାଙ୍କ ଘର ସଦର ଥାନା, ଭବାନୀପୁର ଅଞ୍ଚଲରେ ବୋଲି ପ୍ରଥମିକ ଭାବେ ଜଣା ପଡିଛି । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ । ଉକ୍ତ କଟାହାତକୁ ଜବତ କରିବା ସହ ଅନ୍ୟ ଅଂଶକୁ ଖୋଜୁଛି ପୋଲିସ । ହାତ ମିଳିଥିବା ସ୍ଥନରେ 2 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଟାଉନ ଓ ସଦର ଥାନା ମିଳିତ ଭାବେ ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.