ETV Bharat / state

ପୂର୍ବ ଶତ୍ରୁତାରୁ ବିଶ୍ରାରେ ଫୁଟିଲା ଗୁଳି ! ଯୁବକ ଗୁରୁତର - ବିଶ୍ରା ଗୁଳିକାଣ୍ଡ

ରାଉରକେଲା ଉପକଣ୍ଠ ବିଶ୍ରା ନିକଟରେ ଯୁବକଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ବିଶ୍ରାରେ ଯୁବକଙ୍କୁ ଗୁଳିମାଡ଼
ବିଶ୍ରାରେ ଯୁବକଙ୍କୁ ଗୁଳିମାଡ଼
author img

By ETV Bharat Odisha Team

Published : Nov 4, 2023, 12:35 PM IST

ପୂର୍ବ ଶତ୍ରୁତାରୁ ବିଶ୍ରାରେ ଫୁଟିଲା ଗୁଳି

ରାଉରକେଲା: ରାଉରକେଲା ଉପକଣ୍ଠ ବିଶ୍ରା ନିକଟରେ ଯୁବକଙ୍କୁ ଗୁଳିମାଡ଼ । ଆଜି(ଶନିବାର) ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ କରିଛନ୍ତି । ଗୁରୁତର ଯୁବକ ହେଲେ ମହମ୍ମଦ ଇରଫାନ ରାଜା । ତାଙ୍କ ବୟସ 25 ବର୍ଷ ହୋଇଥିବା ବେଳେ ଘର ବିଶ୍ରା ଚେକଗେଟ ଅଞ୍ଚଳରେ । ତେବେ ତାଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ RGH ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ସକାଳୁ ସକାଳୁ ମହମ୍ମଦ ଇରଫାନ ରାଜା ବିଲରୁ ଫେରୁଥିବା ବେଳେ ହଠାତ୍‌ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିଟି ରାଜାଙ୍କ ଡାହାଣ ଛାତିରେ ବାଜିଛି । ଗୁରୁତର ଅବସ୍ଥା ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କେଉଁ କାରଣରୁ ଗୁଳିମାଡ ହେଲା ତାହା କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୋଷ୍ଠୀ ବିବାଦରୁ ଗୁଳିମାଡ ହୋଇଥିବା କୁହାଯାଉଛି । ଅନ୍ୟପଟେ ଗୁଳିମାଡ ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁଇ ଦୁର୍ବୃତ୍ତ ।

ଏହାମଧ୍ୟ ପଢନ୍ତୁ: ପିପିଲି ଟୋଲ ଗେଟରେ ଗୁଳି ଫାଙ୍କା ଚାଳନା, 3 ଗିରଫ 2 ଫେରାର

ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା । ପୁରୁଣା ରାଗ ରଖି ଦୁଇ ଦୁର୍ବୃତ୍ତ ଏଭଳି ଗୁଳିମାଡ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । କେଉଁମାନେ ଏହି ଗୁଳିମାଡ କରଛନ୍ତି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ।

ଦିନକୁ ଦିନ ରାଜ୍ୟରେ ଅପରାଧିଙ୍କ ଦୌରାତ୍ମ ବଢିବାରେ ଲାଗିଛି । ନିକଟରେ ମଧ୍ୟ ପୁରୀ ପିପିଲି ଟୋଲ ଗେଟ ନିକଟରେ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିଲେ । ଟୋଲ ଫି ଆଦାୟକୁ ନେଇ ସେମାନେ ପ୍ରଥମେ ଝଗଡା କରିଥିଲେ । ପରେ ଫାଙ୍କା ଗୁଳି ଚାଳନା କରିଥିଲେ । ପିପିଲି ପୋଲିସ ତଦନ୍ତ କରି 3 ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ଖେଳାଇଥିଲା । ସେମାନେ କେଉଁଠୁ ବନ୍ଧୁକ ଆଣିଥିଲେ ଏସବୁର ଖିଅ ଖୋଜିଥିଲା ପୋଲିସ । ତେବେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ଆଜି ବିଶ୍ରା ଅଞ୍ଚଳରେ ଘଟିଥିବା ଏହି ଗୁଳିକାଣ୍ଡ ଘଟଣା ଏହାର ଉଦାହରଣ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.