ETV Bharat / state

Murder in Rourkela: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଆଖି ତାଡି ନିର୍ମମ ହତ୍ୟା - ପୂର୍ବ ଶତ୍ରୁତାକୁ ନେଇ ଗଡିଲା ମୁଣ୍ଡ

ରାଉରକେଲା ବାସନ୍ତୀ କଲୋନୀ ଆମ୍ବେଦକର ବସ୍ତିରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ଆଖି ତାଡି ନିର୍ମମ ହତ୍ୟା କରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଆଖି ତାଡି ନିର୍ମମ ହତ୍ୟା
ଆଖି ତାଡି ନିର୍ମମ ହତ୍ୟା
author img

By

Published : Mar 22, 2023, 1:08 PM IST

ଆଖି ତାଡି ନିର୍ମମ ହତ୍ୟା

ରାଉରକେଲା: ପୂର୍ବ ଶତ୍ରୁତାକୁ ନେଇ ଗଡିଲା ମୁଣ୍ଡ । ଯୁବକଙ୍କୁ ଘରୁ ଡାକି ନେଇ ଆଖି ତାଡି ନିର୍ମମ ହତ୍ୟା କରିଲେ ଦୁର୍ବୃତ୍ତ । ରାଉରକେଲା ବାସନ୍ତୀ କଲୋନୀ ଆମ୍ବେଦକର ବସ୍ତିରେ ଘଟିଛି ଏହି ଛାତିଥରା ଘଟଣା । ମୃତ ଯୁବକ ହେଲେ ସନୁ ବଡାଇକ, ବୟସ ୨୪ ବର୍ଷ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପରିବାର ଲୋକେ ପାଖ ପଡ଼ୋଶୀ ଗୋବିନ୍ଦ ପଟ୍ଟନାୟକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସୂଚନାଅନୁସାରେ, ସନୁ ବଡାଇକ ଏବଂ ଗୋବିନ୍ଦ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । ଗତକାଲି(ମଙ୍ଗଳବାର) ମଧ୍ୟ ଦୁହେଁ ଏକାଠି ବୁଲିଥିଲେ । ଦୁହିଁଙ୍କୁ ଏକାଠି ଦେଖିଥିବା କହିଛନ୍ତି ପାଖ ପଡୋଶୀ । ମୃତ ଯୁବକ ସନୁ ବଡାଇକର ପାଖ ପଡ଼ୋଶୀ ହେଉଛି ଗୋବିନ୍ଦ ପଟ୍ଟନାୟକ । ତେବେ ସନ୍ଧ୍ୟା ସମୟରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଏହାକୁ କେନ୍ଦ୍ରକରି ସନୁ ବଡାଇକଙ୍କୁ ଗୋବିନ୍ଦ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୁଣ୍ଡକୁ ଲୁହା ରଡ଼ରେ ପିଟିପିଟି ହତ୍ୟା କରାଯାଇଥିବା ବେଳେ ନିର୍ମମ ଭାବରେ ସନୁଙ୍କ ଆଖିକୁ ମଧ୍ୟ ତାଡି ବାହାର କରି ଦିଆଯାଇଛଥିବା ଦେଖାଯାଇଛି ।

ତେବେ ଏହି ଘଟଣା ପରେ ପାଖ ପଡ଼ୋଶୀ କହିବା ଅନୁସାରେ, "ସନୁ ଏବଂ ଗୋବିନ୍ଦ ଏକାଠି ବୁଲୁଥିଲେ ଏବଂ ଠିକ ସନ୍ଧ୍ୟା ସମୟରେ ହଠାତ୍‌ ଗୋବିନ୍ଦ ଘରୁ ବାହାରି ଯାଉଥିବା ବେଳେ ବସ୍ତି ଲୋକେ ଏବଂ ପାଖ ପଡ଼ୋଶୀ ଗୋବିନ୍ଦ ଦେହରେ ରକ୍ତ ଛିଟା ଲାଗିଥିବାର ଦେଖିଥିଲେ । ତାଙ୍କୁ ପଚାରିବାରୁ ସେ କିଛି ନ କହି ସେଠାରୁ ଫେରାର ହୋଇଯାଇଥିଲା । ତେବେ ସନୁଙ୍କ ପରିବାର ଲୋକେ ହତ୍ୟା ସମ୍ପର୍କରେ ଜାଣି ନଥିଲେ । ତେବେ ସମ୍ପର୍କୀୟ ଭାଇ ଜଣେ ଘରକୁ ଆସି କବାଟ ଖୋଲି ଡାକିବାରୁ ସେଠାରେ ସନୁ ବଡାଇକଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସମ୍ପୂର୍ଣ୍ଣ ନିର୍ମମ ଭାବରେ ସନୁଙ୍କୁ ହତ୍ୟା କରାଯାଇଛି ।" ତେବେ ପରିବାର ଲୋକେ ଗୋବିନ୍ଦ ପଟ୍ଟନାୟକ ହତ୍ୟା କରିଥିବା ନେଇ ସନ୍ଦେହ କରୁଛନ୍ତି । ହତ୍ୟାକାରୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପରିବାର । ତେବେ ରାଉରକେଲା ଉଦିତନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣଙ୍କୁ ସନ୍ଦେହ କରି ଅଟକ ରଖିଛି । ତେବେ କେଉଁଥିପାଇଁ ଏହି ହତ୍ୟାକାଣ୍ଡ ରଚା ଯାଇଛି ତାହା ବର୍ତ୍ତମାନ ତଦନ୍ତ ପରିସର ଭୁକ୍ତ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.