ETV Bharat / state

ୟୁଟ୍ୟୁବ ମାଧ୍ୟମରେ ବିଲୁପ୍ତ ପ୍ରଜାତିର ପକ୍ଷୀ ବିକ୍ରି, ଯୁବକଙ୍କୁ ବାନ୍ଧିଲା ରାଉରକେଲା ବନ ବିଭାଗ

author img

By

Published : Jul 28, 2023, 3:59 PM IST

Updated : Jul 29, 2023, 8:59 AM IST

ବେଆଇନ ଭାବେ ପକ୍ଷୀ ବିକ୍ରି କରି ଯୁବକ ଗିରଫ। ଯୁବକଙ୍କୁ ବାନ୍ଧିଲା ରାଉରକେଲା ବନ ବିଭାଗ । ଅଧିକ ପଢନ୍ତୁ

youth arrested by Rourkela forest department

ରାଉରକେଲା: ଟଙ୍କା ରୋଜଗାର କରିବାର ନୂଆ ଫଣ୍ଡା । ବିଲୁପ୍ତ ପ୍ରଜାତିର ପକ୍ଷୀକୁ ଜଙ୍ଗଲରୁ ଧରି କରୁଥିଲେ ଭିଡିଓ । ଏହାକୁ ୟୁଟ୍ୟୁବରେ ଅପଲୋଡ କରିବା ପରେ କରୁଥିଲେ ବିକ୍ରି । ଯୋଗାଯୋଗ ପାଇଁ ଭିଡିଓ ଉପରେ ନିଜର ନମ୍ବର ମଧ୍ୟ ଦେଉଥିଲେ । ପକ୍ଷୀ ପିଛା 2500ରୁ 3000 ଟଙ୍କାରେ ବେପାର କରୁଥିଲେ । ବେଆଇନ ଭାବେ ପକ୍ଷୀ ବିକ୍ରି କରି ରାଉରକେଲା ବନ ବିଭାଗ ଦ୍ବାରା ଗିରଫ ହେଲେ ଯୁବକ । ଗିରଫ ଯୁବକ ହେଉଛନ୍ତି ଜଣେ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ବଡାଇକ।

ଗିରଫ ଯୁବକ ଜଣଙ୍କ World of Farm and Pets" ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ଏଥିରେ ସେ ଜଙ୍ଗଲରୁ ବିଭିନ୍ନ ପ୍ରକାର ବିଲୁପ୍ତ ପକ୍ଷୀ ଆଣି ଭିଡିଓ କରିବା ପରେ ୟୁଟ୍ୟୁବରେ ଅପଲୋଡ କରୁଥିଲେ । କମନ ହିଲଲ ମଇନା(ସାରି) ନାମକ ଜଙ୍ଗଲୀ ପକ୍ଷୀକୁ ବିକ୍ରି କରିବା ପାଇଁ ଭିଡ଼ିଓ ଅପଲୋଡ୍‌ କରି ଗିରଫ ହୋଇଛନ୍ତି ଯୁବକ ଜଣକ । ଏହି ପକ୍ଷୀଗୁଡିକ ବର୍ତ୍ତମାନ ପ୍ରାୟ ବିଲୁପ୍ତ ଅବସ୍ଥାରେ ।

ଏହା ମଧ୍ୟ ପଢନ୍ତୁ-କଲରା ପତରିଆ ବାଘ ଛାଲ ବିକ୍ରି ମାମଲା: ହସ୍ପିଟାଲରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଅଭିଯୁକ୍ତର ଘର ବିଶ୍ରା ଥାନା ଉଦୁସୁ ଗ୍ରାମରେ । ସେ ନିଜ ଘରେ ପଶୁ ପକ୍ଷୀଙ୍କ ବେପାର କରିଥାଏ । ବହୁ ଦିନରୁ ଜଙ୍ଗଲରୁ ବହୁ ଜଙ୍ଗଲୀ ପକ୍ଷୀ ଆଣି ବେଆଇନ ଭାବରେ ବିକ୍ରି କରୁଥିଲା । ଯାହାକୁ ନେଇ ଅନ୍ତଃ ରାଜ୍ୟ ସ୍ତରରେ ଏକ ଚୋରା ବଣୁଆ ପକ୍ଷୀ ବେପାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସରୋଜ ବଡାଇକ ଜଙ୍ଗଲରୁ ଯାଇ ଦୁଇ ଯୋଡ଼ା କମନ୍ ହିଲ୍ ମଇନା ପାଇଥିଲା । ୟୁଟ୍ୟୁବ୍‌ରେ ଏହାର ଭିଡ଼ିଓ ଅପଲୋଡ କରିବା ସହ ନିଜେ ବିଶ୍ରା ଛକ ନିକଟରେ ବିକିବାକୁ ଛିଡ଼ା ହୋଇଥିଲା । ଗୁଇନ୍ଦା ସୂଚନା ଆଧାରରେ ଖବର ପାଇ ଯୁବକଙ୍କୁ ମାଡି ବସିଥିଲା ରାଉରକେଲା ବନ ବିଭାଗ ।

ସରୋଜ ଉପରେ ବନ୍ୟପ୍ରାଣୀ ଆଇନ 1972ର ଧାରା 9, 39, 42, 43, 48, 48-3, ଏବଂ 49-ବି ଅନୁୟାୟୀ ଏକ ଲଣ୍ଡ୍ରି ମାମଲା ରୁଜୁ ହୋଇଛି । ଚତୁର ମେକାନିକାଲ ଇଞ୍ଜିନିୟର ତଥା ପକ୍ଷୀ ବ୍ୟବସାୟୀ ଏବେ ତିନି ବର୍ଷରୁ ଅଧିକ ସମୟ ଜେଲ ଦଣ୍ଡ ଭୋଗୀ ପାରନ୍ତି । ତେବେ ଅଭିଯୁକ୍ତ ସରୋଜ ବଡାଇକ ଏଭଳି ବିଭିନ୍ନ ସମୟରେ ଜଙ୍ଗଲକୁ ଯାଇ ବିଭିନ୍ନ ଜଙ୍ଗଲୀ ପକ୍ଷୀକୁ ଧରି ଥାଏ ଏବଂ ପରେ ଚଢା ଦରରେ ବିକ୍ରି କରିଥାଏ । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Jul 29, 2023, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.