ETV Bharat / state

ହକି ବିଶ୍ବକପ୍‌ ଯୋଗୁଁ ବିଶ୍ବ ଦେଖିଲା ଷ୍ଟିଲ୍‌ ସିଟି, ଚର୍ଚ୍ଚାରେ ରହିଥିଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ - ରାଉରକେଲା ସହର

Rourkela Major incidents 2023: ଚଳିତ ବର୍ଷ ନୂଆ ପରିଚୟ ପାଇଥିଲା ରାଉରକେଲା । ବଦଳିଥିଲା ସହରର ରୂପରେଖ । ନଜର ପକାନ୍ତୁ କିଛି ଚର୍ଚ୍ଚିତ ଘଟଣା ଉପରେ । ଅଧିକ ପଢନ୍ତୁ

ରାଉରକେଲାର ଚର୍ଚ୍ଚିତ ଖବର
year ender 2023
author img

By ETV Bharat Odisha Team

Published : Dec 31, 2023, 3:30 PM IST

Updated : Jan 1, 2024, 12:37 PM IST

Rourkela Major incidents

ରାଉରକେଲା: ଆଉ ଦିନକ ପରେ ନୂଆ ବର୍ଷ । ଚାରି ଆଡ଼େ ଏବେ ଠାରୁ ଆରମ୍ଭ ହୋଇଯାଇଛି ଉତ୍ସବର ମାହୋଲ । ବର୍ଷ ସିନା ସରିଯିବ କିନ୍ତୁ ଦେଇ ଯାଇଥିବା ଆଘାତ ମନେ ରହିବ । ଚଳିତ ବର୍ଷ ରାଉରକେଲା ସହର ପାଇଁ ଥିଲା ସୁଖ ଏବଂ ଦୁଃଖର ଉନ୍ମାଦଭରା ବର୍ଷ । ନଜର ପକାନ୍ତୁ ରାଉରକେଲାର ଚଳିତ ବର୍ଷର କିଛି ଚର୍ଚ୍ଚିତ ଖବର ଉପରେ ।

ହକି ବିଶ୍ୱକପ,ଏୟାରପୋର୍ଟ, ହକି ପ୍ରୋ ଲିଗ: ୨୦୨୩ ରାଉରକେଲା ସହର ପାଇଁ ଘେନି ଆଣିଥିଲା ନୂଆ ଆଶା, ଉତ୍ସାହ ଏବଂ ଉଦ୍ଦିପନା । ବର୍ଷ ଆରମ୍ଭରେ ରାଉରକେଲା ସହର ହୋଇ ପଡ଼ିଥିଲା ଚଳଚଞ୍ଚଳ । ପୁରା ବିଶ୍ବ ଦେଖିଥଲା ରାଉକେଲା ସହରକୁ । ଜାନୁଆରୀ ମାସରେ ସହରରେ ଆୟୋଜନ ହୋଇଥିଲା ପୁରୁଷ ହକି ବିଶ୍ୱକପ । ବିଶ୍ବକପ ପୂର୍ବରୁ ସହରରେ ନିର୍ମାଣ ହୋଇଥିଲା ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ । ବିଶ୍ବକପ ପାଇଁ ନବବଧୂ ଭଳି ସଜେଇ ହୋଇଥିଲା ରାଉରକେଲା । ରଙ୍ଗୀନ ଆଲୋକମାଳା ସହ ଆକର୍ଷଣୀୟ ଚିତ୍ର ଏବଂ କାରୁକାର୍ଯ୍ୟ ରାଉରକେଲାକୁ ଏକ ନୂଆ ପରିଚୟ ଦେଇଥିଲା । ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବକପର ଆୟୋଜନ କରାଯାଇଥିଲା । ଏହାପରେ ପୁଣି ମାର୍ଚ୍ଚ ମାସରେ ଷ୍ଟାଡିୟମରେ ହକି ପ୍ରୋ' ଲିଗ୍‌ ଆୟୋଜନ କରାଯାଇଥିଲା । ଭାରତୀୟ ଦଳ ପାଇଁ ଏହି ଷ୍ଟାଡିୟମ ଏକ ପ୍ରକାର ଲକି ଷ୍ଟାଡିୟମ ସାବ୍ୟସ୍ତ ହେଲା । ସେହିପରି ରାଉରକେଲାରେ ଚଳିତ ବର୍ଷ ବିମାନ ବନ୍ଦରର ନବୀକରଣ ପରେ ବିମାନ ସେବା ଆରମ୍ଭ ହୋଇଥିଲା ।

ଜମିଜମା ବିବାଦରୁ ହତ୍ୟାକାଣ୍ଡ: ବର୍ଷ ଆରମ୍ଭରୁ ରାଉରକେଲା ଘଟିଥିଲା ଲୋମ ଟାଙ୍କୁରା ହତ୍ୟା କାଣ୍ଡ । ସ୍ୱାମୀ ସ୍ତ୍ରୀ ମିଶି ଦୁଇ ଯୁବକଙ୍କୁ ପଥରରେ ଛେଚି କରିଥିଲେ ନିର୍ମମ ହତ୍ୟା । ରାଉରକେଲା ଫର୍ଟିଲାଇଜର କଷ୍ଟ୍ରକ୍ସନ କଲୋନୀ ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ । ଦୁଇ ଅଭିଯୁକ୍ତ ସ୍ୱାମୀ ଗଞ୍ଜୁ ଭୂମିଜ ଏବଂ ତା ସ୍ତ୍ରୀକୁ କାବୁ କରିଥିଲା ପୋଲିସ ।

ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା ପୁରା ରାଜ୍ୟକୁ ଦୋହଲାଇ ଦେଇଥିଲା । ସନ୍ଦେହ ଜନକ ଅବସ୍ଥାରେ ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଏକ ପାର୍କ ପୋଖରୀରୁ ଉଦ୍ଧାର ପରେ ବଢିଥିଲା ଅଡ଼ୁଆ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ରାଉରକେଲା ସହର ହୁଲୁସ୍ତୁଲ ହୋଇଥିଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ନାରେ ସୁସ୍ମିତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । କାହିଁକି ଏବଂ କାହା ଚାପରେ ମୃତ୍ୟୁ ହେଲା ଏହନେଇ HRPC ତଦନ୍ତ କରିଥିଲା । କିନ୍ତୁ ଆଜିବି ରହସ୍ୟ ଘେରରେ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା ।

ଏହା ମଧ୍ୟ ପଢନ୍ତୁ-ତଦନ୍ତକାରୀ ଟିମ୍ ଜାଲରେ ଫସିଥିଲେ ବଡ଼ ବଡ଼ିଆ, ଟଙ୍କାର ପାହାଡ଼ ଦେଖି ତାଜୁବ ରାଜ୍ୟବାସୀ

ASI ଅଲିସ ଲୁଗୁନଙ୍କ ମୃତ୍ୟୁ: ସୁସ୍ମିତା ମିଞ୍ଜ ମୃତ୍ୟୁର କିଛିଦିନ ମଧ୍ୟରେ ଏକ ଉତ୍ତେଜନାକୁ ଅଟକାଇବାକୁ ଯାଇ ASI ଅଲିସ ଲୁଗୁନ ଆହତ ହୋଇଥିଲା । ପରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବିବାଦ ବଢିବା ଥିଲା । ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଥିଲେ ପରିବାର ଲୋକେ । ମାଡ଼ ମାରି ଅଲିସଙ୍କୁ ହତ୍ୟା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ଏଏସଆଇଙେକ ଉତ୍ତେଜିତ ଡେଲିରିୟମ ଜନିତ ରୋଗ ଥିବା ଜଣାପଡିଥିଲା ।

ନାବାଳକଙ୍କୁ ହତ୍ୟା: ରାଉରକେଲାରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ନାବାଲଙ୍କଙ୍କ ଦୁଇ ସାଙ୍ଗ ସାମାନ୍ୟ ହେଡ୍‌ଫୋନ ଲାଗି ନାବାଳକଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ନାଳ ପାଖରେ ଫୋଫଡ଼ି ଦେଇଥିଲେ । ଏହାପରେ ପୋଲିସ ଦୁଇ ନାବାଳକଙ୍କୁ କାବୁ କରି ବାଳ ସୁଧାର ଗୃହକୁ ପଠାଇଥିଲା । ଏହାପରେ ରାଉରକେଲା ଉପକଣ୍ଠ ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଗର୍ଜନ ବିରୁଆଲ ଠାରେ ନିଜ ଜନ୍ମ କଲା ଦେଢ଼ ବର୍ଷର ଛୁଆ କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ବାପା । ସ୍ୱାମୀ ବୁଧେଶ୍ୱର ସ୍ତ୍ରୀ'କୁ ପାଣି ମାଗିଥିଲେ । ସେ କିନ୍ତୁ ପାଣି ନଦେବାରୁ ଏଥିରେ ରାଗିଯାଇ ନିଜ ଦେଢ଼ ବର୍ଷର ପୁଅକୁ ନିର୍ମମ ଭାବରେ ହାଣି ହତ୍ୟା କରିଥିଲା ତାର ବାପା ।

ବିବାଦକୁ ଆସିଥିଲେ ଶ୍ରମ ମନ୍ତ୍ରୀ : ବହୁ ବର୍ଷରୁ ରାଉରକେଲା ବା ସୁନ୍ଦରଗଡ଼ ଜିଲ୍ଲାରୁ କେହି ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦରେ ସ୍ଥାନ ପାଇନଥିଲେ । ଚଳିତ ବର୍ଷ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଶ୍ରମ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଧାୟକରୁ ମନ୍ତ୍ରୀ ହେବା ପରେ ବିବାଦ ମଧ୍ୟକୁ ଚାଲି ଆସିଲେ ସାରଦା ନାୟକ । କବାଲି କାର୍ଯ୍ୟକ୍ରମରେ ବିଡା ବିଡା ଟଙ୍କା ଉଡାଇ ଏକ ପ୍ରକାର ବିବାଦକୁ ଠେଲି ହୋଇ ଯାଇଥିଲେ । ଏହାକୁ ନେଇ ଲୋକେ ବିଭିନ୍ନ ମତ ଦେଇଥିଲେ । ରାଉରକେଲା କଂଗ୍ରେସ ର ଗୋଷ୍ଠୀ କନ୍ଦଳ ମଧ୍ୟ ସମସ୍ତଙ୍କ ସାମ୍ନାରେ ଆସିଥିଲା । ସାମ୍ବାଦିକ ସମ୍ମିଳନୀରେ ଚେୟାରରେ ବସିବାକୁ ନେଇ ମୁଥ ମରାମରି ହୋଇଥିଲେ କଂଗ୍ରେସର ଦୁଇ ବରିଷ୍ଠ ନେତା । ଯାହା କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା ।

ଡାଇରିଆ ଏବଂ ହଇଜା: ଡିସେମ୍ବର ମାସରେ ରାଉରକେଲା ସହରରେ ଡାଇରିଆ ଏବଂ ହଇଜାରେ ଆକ୍ରାନ୍ତ ହୋଇଥିଲେ ଲୋକେ । ପ୍ରାୟ ୨୦୦୦ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାର କାରଣ ଖୋଜିବା ପାଇଁ ସ୍ୱାସ୍ଥ୍ୟ ସଚିବ ଏବଂ RMRC ସହ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ରାଉରକେଲା ଆସି ତଦନ୍ତ କରିଥିଲେ । ଯାହାର କାରଣ ଦୂଷିତ ଜଳ ବୋଲି କୁହାଯାଉଥିଲା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ହୋଇଥିଲେ ମଧ୍ୟ ଭୟରେ ଅଛନ୍ତି ଲୋକେ । ପୁଣି ଡାଇରିଆ ବ୍ୟାପିବ ବୋଲି ବର୍ତ୍ତମାନ ମଧ୍ୟ ଲୋକଙ୍କ ମନରେ ରହିଛି ଭୟ । ଡାଇରିଆ ଏବଂ ହଇଜାରେ ସରକାରୀ ତଥ୍ୟ ଅନୁଯାୟୀ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Jan 1, 2024, 12:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.