ETV Bharat / state

ବଡଦିନ ପାଇଁ ଚମକୁଛି ଷ୍ଟିଲସିଟି - X-MASS preparation in steel city rourkela

ବଡଦିନ ପାଇଁ ଚଳଚଞ୍ଚଳ ଗାଁଠୁ ସହର । ସମସ୍ତେ ସାମୁହିକ ଭାବେ ଚର୍ଚ୍ଚରେ ପ୍ରାର୍ଥନା କରିବା ସହ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ନିଜ ନିଜ ଘରେ ମଧ୍ୟ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିବେ ।

X-MASS preparation in steel city rourkela
ବଡଦିନ ପାଇଁ ଚମକୁଛି ଷ୍ଟିଲସିଟି
author img

By

Published : Dec 24, 2019, 6:47 PM IST

ରାଉରକେଲା: ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଦେଶ ପାଳିବ ବଡଦିନ । ଏଥିପାଇଁ ଗାଁଠୁ ସହର ସବୁ ଉତ୍ସବମୁଖର । ସମସ୍ତେ ସାମୁହିକ ଭାବେ ଚର୍ଚ୍ଚରେ ପ୍ରାର୍ଥନା କରିବା ସହ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ନିଜ ନିଜ ଘରେ ମଧ୍ୟ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିବେ । ଏହି କ୍ରମରେ ମଙ୍ଗଳବାର ରାଉରକେଲା ହମିରପୁର ଚର୍ଚ୍ଚରେ ବହୁ ସୁଂଖ୍ୟାରେ ଲୋକ ଆସି ନିଜ ପାପ ସ୍ବୀକାର କରିଥିଲେ । ଯୀଶୁଙ୍କ ନିକଟରେ ନିଜ ଭୂଲର କ୍ଷମା ପ୍ରାର୍ଥନା କଲେ ସେ କ୍ଷମା କରିଦିଅନ୍ତି ବୋଲି ସେମାନଙ୍କ ବିଶ୍ବାସ ରହିଛି ।

ବଡଦିନ ପାଇଁ ଚମକୁଛି ଷ୍ଟିଲସିଟି

ସହରରେ ଖ୍ରୀଷ୍ଟମାସ ପାଇଁ ବିଭିନ୍ନ କେକ୍‌ ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲା । ତେବେ ଲୋକମାନେ ଏହି ଦିନରେ ନିଜ ପରିବାର ତଥା ବନ୍ଧୁବାନ୍ଧବଙ୍କୁ କେକ ବିତରଣ କରିଥାନ୍ତି । ଏହା ସହ x-mass ଟ୍ରି ସହ ଗୁହାଳ ଘରର ସାଜସଜ୍ଜା ପାଇଂ ବିଭିନ୍ନ ସାମଗ୍ରୀ କିଣୁଛନ୍ତି । ପ୍ରଭୁ ଯୀଶୁ ଆଜି ମଧ୍ୟରାତିରେ ଗୁହାଳରେ ଜନ୍ମଗ୍ରହଣ କରିବେ । ଏହା ପରେ ଆରମ୍ଭ ହେବ ପ୍ରାର୍ଥନା । ଲୋକଙ୍କ ସାମୂହିକ ପ୍ରାର୍ଥନା ପାଇଁ ସମସ୍ତ ଚର୍ଚ୍ଚ ଗୁଡିକରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବଡ଼ ଦିନ ଆଜି।ସହର ଠାରୁ ଗାଁ ଠାରୁ ସହର ଉତ୍ସବ ମୁଖର। ଖ୍ରୀଷ୍ଟ ସମ୍ପ୍ରଦାୟ ର ଲୋକ ବହୁତ ସଂଖ୍ୟା ରେ ଅଛନ୍ତି। ସହର ସହିତ ଦୂର ଦୁରାନ୍ତ ଗାଁ ଗୁଡିକରେ ବହୁତ ସଂଖ୍ୟା ରେ ଚର୍ଚ୍ଚ। ଆଜି ସାମୁହିକ ପ୍ରାର୍ଥନା ଚର୍ଚ୍ଚ ରେ କର ଯିବ କିନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ମନେ ତାଙ୍କ ଘରେ ମଧ୍ୟ ଏହି ଉତ୍ସବ ପାଳନ କରନ୍ତି। ଆଜି ହମିରପୁର ଚର୍ଚ୍ଚ ରେ ବହୁତ ସଂଖ୍ୟା ରେ ଲୋକ ଆସି ପାପ ସ୍ୱୀକାର କରି ଥିଲେ। ଏମାନଙ୍କୁ ବିଶ୍ୱାସ ରହିଛି କି ଯୀଶୁ ମଫ କରି ଦିଅନ୍ତି।

Body:ସହର ରେ ଆଜି ଖ୍ରୀଷ୍ଟମାସ ପାଇଁ କେକ ଦୋକାଭି ଗୁଡିକରେ ପ୍ରବଳ ଭିଶ ଦେଖିବାକୁ ମିଳି ଥିଲା। ଲୋକ ମାନେ ନିଜ ପରିବାର ତଥା ବନ୍ଧୁ ବାନ୍ଧବ ମାନଙ୍କ ମଧ୍ୟ ରେ କେକ ବିତରଣ କରନ୍ତି। x mass tree ସହିତ ଗୋହାଲ ଘର ର ସାଜ ସଜ୍ଜା ପାଇଁ ବିଭିନ୍ନ ସାମଗ୍ରୀ ଲୋକ ମାନେ କିଣୁଛନ୍ତି। ଗୋହାଲ ଘରେ ଆଜି ରାତି ରେ ଯୀଶୁ ଜନ୍ମ ଗ୍ରହଣ କରିବେ।

Conclusion:ଆଜି ରାତି ରେ ପ୍ରାର୍ଥନା ଆରମ୍ଭ ହୋଇ ଯିବ। ସାମୁହିକ ଭାବରେ ହମିରପୁର ଚର୍ଚ୍ଚ ରେ ହାଜ଼ାର ଲୋକ ପ୍ରାର୍ଥନା କରିବେ ତାର ସବୁ ପ୍ରକାର ବ୍ୟବସ୍ଥା କରା ଯାଉଛି। ସେହି ଭଳି ଜିଲ୍ଲା ର ବିଭିନ୍ନ ଚର୍ଚ୍ଚ ପରିସର ରେ ପ୍ରାର୍ଥନା ସଭା ରଖ ଯାଇଛି ତଥା ପ୍ରଭୁ ଯୀଶୁଙ୍କ ଧରବତରଣ ପରେ କଲି ମଧ୍ୟ ଚର୍ଚ୍ଚ ରେ ପ୍ରାର୍ଥନା କାର୍ୟ୍ଯକ୍ରମ ରହିଛି।
ବାଇଟ- କିଶୋର କୁଜୁର,ବିଶପ, ହମିରପୁର ପେରିଶ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.