ETV Bharat / state

ସୂତାକଳ ମିଲ ମାଲିକଙ୍କ ବିରୋଧରେ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ - Workers protest against cotton mill owner

ଶ୍ରମିକମାନଙ୍କ ବକେୟା ପାଉଣା ଏବଂ ଇପିଏଫ ଦେୟ ପୈଠ କରିବା ପାଇଁ ମିଲ ମାଲିକଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମଚାରୀ। ସୁନ୍ଦରଗଡରେ ଥିବା ଏହି ସୂତାକଳ ମିଲ ଦେବାଳିୟା ସ୍ଥିତି ପରେ କର୍ମଚାରୀଙ୍କ ବକେୟା ଟଙ୍କା ଦେଉ ନଥିବା ଅଭିଯୋଗ ହୋଇଛି ।

କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
author img

By

Published : Feb 26, 2021, 3:17 PM IST

ସୁନ୍ଦରଗଡ: ଅଶୋକା ସିନ୍ଥେଟିକ୍ସ ନାମକ ଏକ ସୂତାକଳ ମାଲିକଙ୍କ ବିରୋଧରେ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଶ୍ରମିକମାନଙ୍କ ବକେୟା ପାଉଣା ଏବଂ ଇପିଏଫ ଦେୟ ପୈଠ କରିବା ପାଇଁ ମିଲ ମାଲିକଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମଚାରୀ। ସୁନ୍ଦରଗଡରେ ଥିବା ଏହି ସୂତାକଳ ମିଲ ଦେବାଳିୟା ସ୍ଥିତି ପରେ କର୍ମଚାରୀଙ୍କ ବକେୟା ଟଙ୍କା ଦେଉ ନଥିବା ଅଭିଯୋଗ ହୋଇଛି ।

କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଏକଦା ଏହି କମ୍ପାନୀ ଏସିଆର ଏକ ବୃହତ୍ତମ ସୂତା କଳର ମାନ୍ୟତା ପାଇଥିଲା । 25 ବର୍ଷ ଧରି ସଫଳତାର ଶିର୍ଷରେ ଥିବାବେଳେ ହାଠାତ 2013 ରେ ଏହାର ପତ୍ତନ ଆରମ୍ଭ ହୋଇଥିଲା । କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀରେ ଗଣ୍ଡଗୋଳ ଏହାର ମୂଳ କାରଣ ହେବା ପରେ କମ୍ପାନୀ ଦିନକୁ ଦିନ ଦେବାଳିଆ ହୋଇ ୟୁନିୟନ ବ୍ୟାଙ୍କ ଦ୍ବାରା ବିକ୍ରି ହୋଇଥିଲା । ଫଳରେ ଏହି ସମସ୍ୟା ଉପୁଜିଥିଲା ।

ସେମାନଙ୍କର ବକେୟା ପାଉଣା, ଇପିଏଫ ପରି ସମସ୍ତ ଟଙ୍କା ନେଇ କମ୍ପାନୀ ମାଲିକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଅତୀତରେ କେତେଥର ଜିଲ୍ଲାପାଳଙ୍କୁ ଅବଗତ ମଧ୍ୟ କରାଯାଇଛି । ତେବେ ବର୍ତ୍ତମାନର ଜିଲ୍ଲାପାଳ ଏହି ଅଭିଯୋଗ ଶୁଣିବା ପରେ ଗତାକଲି (ଗୁରୁବାର )କମ୍ପାନୀର ତତ୍କାଳୀନ ମାଲିକ (ପବନ କୁମାର ପଟୋଡିଆ)ଙ୍କୁ ଡାକିବା ସହ କର୍ମଚାରୀମାନଙ୍କୁ ମଧ୍ୟ ଡାକିଥିଲେ।

ତେବେ ଆଜି ଯେଉଁ ସମସ୍ୟା ହୋଇଛି ତହା,କେବଳ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପାଇଁ ହୋଇଛି । ତେଣୁ ସେ ଏନେଇ କର୍ମାଚାରୀମାନଙ୍କୁ NCLT ( National Company Law Tribunal ) ଜୟପୁରକୁ ଆବେଦନ କରିବା ପାଇଁ କହିଛନ୍ତି । କମ୍ପାନୀକୁ ଯଦି ସମସ୍ତ ଟଙ୍କା ଓ କ୍ଷମତା ଫେରି ଆସି ତେବେ ସେ ଏହି କର୍ମଚାରୀଙ୍କ ସମସ୍ତ ପାଉଣା ପଇଠ କରି ପୁନର୍ବାର କମ୍ପାନୀକୁ ଚାଲୁ କରି ପାରିବେ ବୋଲି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.