ETV Bharat / state

ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବ ମଞ୍ଚର ବିକ୍ଷୋଭ

author img

By

Published : Oct 23, 2021, 9:25 PM IST

ମମିତା ମେହେର ମର୍ଡର ଘଟଣାରେ ସମ୍ବଲପୁରରେ ପ୍ରତିବାଦ କଲା ପଶ୍ଚିମ ଓଡିଶା ଯୁବ ମଞ୍ଚ । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ମଞ୍ଚ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବ ମଞ୍ଚର ବିକ୍ଷୋଭ
ମମିତା ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବିରେ ପଶ୍ଚିମ ଓଡିଶା ଯୁବ ମଞ୍ଚର ବିକ୍ଷୋଭ

ସୁନ୍ଦରଗଡ: ସାରା ରାଜ୍ୟରେ ଏବେ ମମିତା ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦର ନିଆଁ ଜଳିବାରେ ଲାଗିଛି । ଆଉ ଏହି ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମ ଓଡିଶା ଯୁବ ମଞ୍ଚ ରାଜରାସ୍ତାକୁ ଓହ୍ଲାଇଛି । ଏନେଇ ଆଜି(ଶନିବାର) ପଶ୍ଚିମ ଓଡିଶା ଯୁବ ମଞ୍ଚର ଯୁବକ ଯୁବତୀମାନେ ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ଗୁଡ଼ିକର ଉଦାସୀନତା ଉପରେ ପ୍ରଶ୍ନ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମମିତାଙ୍କ ପରିବାରକୁ ନ୍ୟାୟ ଓ ଘଟଣାର CBI ତଦନ୍ତ ଦାବି କରିଛି ପଶ୍ଚିମ ଓଡିଶା ଯୁବ ମଞ୍ଚ ।

ସେପଟେ ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ଯୁବକ ଯୁବତୀମାନେ ଆସି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଦାବି କରିବା ସହ ଏହି ଘଟଣାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଦାବିରେ ପଶ୍ଟିମ ଓଡିଶା ଯୁବ ମଞ୍ଚ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ତେବେ ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡର ବିତୃଷ୍ଣ ବହ୍ନି ଜଳିବାରେ ଲାଗିଥିବା ବେଳେ ପଶ୍ଚିମ ଓଡିଶା ଯୁବ ମଞ୍ଚ ନାରୀର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ସମାଜରେ ସମସ୍ତଙ୍କର ବଞ୍ଚିରହିବାର ଅଧିକାର ଅଛି ହେଲେ ସେମାନଙ୍କୁ ଦୁଷ୍କର୍ମ କରା ନ ଯାଉ କିମ୍ବା ହତ୍ୟା କରା ନ ଯାଉ ବୋଲି ପଶ୍ଚିମ ଓଡିଶା ଯୁବ ମଞ୍ଚର କେତେକ ଯୁବତୀ ସରକାରଙ୍କୁ ନିବେଦନ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.