ETV Bharat / state

ବର୍ଷାରେ ବେହାଲ ଡାକ୍ତରଖାନା, ମହିଳା ୱାର୍ଡରେ ପଶିଲା ପାଣି ହନ୍ତସନ୍ତ ରୋଗୀ

author img

By ETV Bharat Odisha Team

Published : Sep 21, 2023, 9:33 PM IST

ବଣାଇ ଉପଖଣ୍ଡ ଡାକ୍ତରଖାନା ମହିଳା ୱାର୍ଡ ଭିତରେ ପଶିଲା ବର୍ଷା ପାଣି । ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ । ଅଧିକ ପଢନ୍ତୁ

ବଣାଇ ଉପଖଣ୍ଡ ଡାକ୍ତରଖାନା ମହିଳା ୱାର୍ଡ ଭିତରେ ପଶିଲା ବର୍ଷା ପାଣି

ରାଉରକେଲା: ଅସରାଏ ବର୍ଷରେ ବେହାଲ ଡାକ୍ତରଖାନା । ଡାକ୍ତରଖାନା ଭିତରେ ପଶିଲା ପାଣି । ବର୍ଷାରେ ବେହାଲ ହୋଇପଡିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା । ଏପରି ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ବଣାଇ ଉପଖଣ୍ଡ ଡାକ୍ତରଖାନା ମହିଳା ୱାର୍ଡରେ ପଶିଲା ପାଣିବା ଫଳରେ ରୋଗୀ ଓ ସମ୍ପର୍କୀୟ ଆନେକ ସମୟଧରି ହନ୍ତସନ୍ତ ହୋଇଥିଲେ ।

ସୂଚନା ଅନୁଯାୟୀ, ଆଜି ସକାଳୁ ବଣାଇରେ ହଠାତ ଘଡ ଘଡି ସହିତ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେବାରୁ ଡାକ୍ତରଖାନାର ମହିଳା ୱାର୍ଡରେ ବାହାରୁ ପାଣି ଆସି ବାରଣ୍ଡା ସମତେ ସମ୍ପୂର୍ଣ୍ଣ ୱାର୍ଡରେ ପଶି ଯାଇଥିଲା । ତେବେ ପାଣି ପଶି ଯାଇ ଥିବାରୁ ରୋଗୀଙ୍କ ସହିତ ରୋଗୀଙ୍କ ସମ୍ପର୍କୀୟ ଲୋକ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ବହୁ ସମୟଧରି ଡାକ୍ତରଖାନାରେ ଆଣ୍ଠୁଏ ଉପରେ ପାଣି ଜମି ରହିଥିଲା । ଦିର୍ଘ ସମୟ ପରେ ଡାକ୍ତରଖାନା କର୍ମଚାରୀ ଆସି ପାଣିକୁ ବାହାର କରିଥିଲେ। କିନ୍ତୁ ଏହାପରେ ମଧ୍ୟ ସ୍ଥିତି ସୁଧୁରି ନଥିଲା ପାଣି ସମ୍ପୂର୍ଣ୍ଣ ୱାର୍ଡରେ ଭରି ରହିଥିଲା ।

ଏନେଇ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ‘‘ହସ୍ପିଟାଲରେ ପାଣି ପଶିବା ଏକ ନିନ୍ଦନୀୟ ଘଟଣା । ମଇଳା ଏବଂ ଅପରିଷ୍କାର ପାଣି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବେଶି ପ୍ରଭାବିତ କରିବ । ମେଡିକାଲରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବା ବେଳେ ବର୍ଷା ଦିନରେ ଏପରି ବାରମ୍ବାର ହଇରାଣ ହେବାକୁ ପଡୁଛି । ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ।’’

ଏହା ମଧ୍ୟ ପଢନ୍ତୁ...ବର୍ଷାରେ ବେହାଲ କଟକ ସହର, କୁତ୍ରିମ ବନ୍ୟାରେ କଲବଲ ଲୋକେ

ସୂଚନା ଅନୁଯାୟୀ, ବଣାଇ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ 5T ଅଧୀନରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଠିକାଦାରଙ୍କ ଅବହେଳା ଏବଂ ଖାମଖିଆଲି ମନୋଭାବ ଯୋଗୁଁ କାର୍ଯ୍ୟଟି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଡ଼ାକ୍ତରଖାନା ପରିସର ମଧ୍ୟରେ ସବୁ ସ୍ଥାନରେ ଠିକାଦାର ଗାତ ଖୋଳି, ମାଟି ଗଦା କରି ଛାଡ଼ି ଦେଇଥିବାରୁ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ପାଣି ବାହାରକୁ ନିଷ୍କାସନ ହୋଇନପାରି ମେଡିକାଲ ଭିତରକୁ ପ୍ରବେଶ କରୁଥିବା ରୋଗୀ ଅଭିଯୋଗ କରିଛନ୍ତି । ଏହିପରି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଏବଂ ବିଭାଗୀୟ ଅଧିକାରୀଙ୍କ ଉଚିତ ତଦାରଖ ଅଭାବରୁ ଚିକିତ୍ସାଳୟ ପରିସର ପାଦେ ପାଦେ ପାଣିରେ ପରିପୂର୍ଣ୍ଣ ଅଭିଯୋଗ ହେଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.