ETV Bharat / entertainment

ଦୁନିଆକୁ ଅଲବିଦା କହିଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ - Himesh Reshammiya Father Death - HIMESH RESHAMMIYA FATHER DEATH

Himesh Reshammiya's Father Death: ଆରପାରିରେ ହିମେଶ ରେଶମିଆଙ୍କ ବାପା ତଥା ଭେଟେରାନ୍ ସଙ୍ଗୀତ ନିର୍ଦ୍ଦେଶକ ବିପିନ ରେଶମିଆ । ସେ 87 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଦୁନିଆକୁ ଅଲବିଦା କହିଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ
ଦୁନିଆକୁ ଅଲବିଦା କହିଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ (Etv Bharat)
author img

By ETV Bharat Entertainment Team

Published : Sep 19, 2024, 11:35 AM IST

ହାଇଦ୍ରାବାଦ: ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଗାୟକ ତଥା ଅଭିନେତା ହିମେଶ ରେଶମିଆଙ୍କ ବାପା ଓ ଭେଟେରାନ୍ ସଙ୍ଗୀତ ନିର୍ଦ୍ଦେଶକ ବିପିନ ରେଶମିଆଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ, ହିମେଶଙ୍କ ବାପା ଶ୍ୱାସକ୍ରିୟା ଏବଂ ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ଯାହା ଫଳରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ସେପ୍ଟେମ୍ବର 18 (ବୁଧବାର) ରାତି 8:30 ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ହୋଇଥିଲା ।

ହିମେଶ ରେଶମିଆଙ୍କ ବାପାଙ୍କ ଦେହାନ୍ତ

ସେପ୍ଟେମ୍ବର 19 ରେ ମୁମ୍ବାଇର ଜୁହୁରେ ହିମେଶଙ୍କ ବାପା ବିପିନଙ୍କ ଶେଷ ରୀତିନୀତି ଅନୁଷ୍ଠିତ ହେବ । ହିମେଶ ତାଙ୍କ ବାପାଙ୍କୁ ତାଙ୍କର ଗୁରୁ ଭାବରେ ବିବେଚନା କରିଥିଲେ ଏବଂ ତାଙ୍କୁ 'ଭଗବାନ' ମାନ୍ୟତା ଦେଇଥିଲେ । ଏଭଳି ପରିସ୍ଥିତିରେ ବାପାଙ୍କ ମୃତ୍ୟୁ ପରେ ହିମେଶ ଏବଂ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଥିବା ବେଳେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ଅନେକ ସେଲିବ୍ରିଟି ସୋସିଆଲ ମି଼ଡିଆ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରକୁ ସମବେଦନା ଜଣାଉଛନ୍ତି ।

ହିନ୍ଦୀ ଚଳଚ୍ଚିତ୍ରରେ ବିପିନ ରେଶମିଆଙ୍କ ରହିଥିଲା ଅବଦାନ

5 ମେ 1940 ରେ ଗୁଜୁରାଟର ରାଜୁଲାରେ ଜନ୍ମଗ୍ରହଣ କରିଥିବା ବିପିନ ରେଶମିଆ ସଂଗୀତ ଶିଳ୍ପରେ ଏକ ବିଶେଷ ଅବଦାନ ରଖିଛନ୍ତି । ସେ ଜଣେ କମ୍ପୋଜର ହେବା ବ୍ୟତୀତ ସେ ଜଣେ ନିର୍ମାତା ମଧ୍ୟ ଥିଲେ, ଯିଏକି 1988 ରେ ମୁକ୍ତିଲାଭ କରିଥିବା 'ଇନସାଫ୍ କି ଜଙ୍ଗ', 2014 ରେ ମୁକ୍ତିଲାଭ କରିଥିବା 'ଦି ଏକ୍ସପୋଜ' ଏବଂ 2016 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ତେରା ସୁରୁର' ପାଇଁ ବିଶେଷ ଜଣାଶୁଣା । ବଲିଉଡରେ ଗୀତ ରଚନା ବ୍ୟତୀତ ଭିପିନ ରେଶମିଆ ମଧ୍ୟ ଅନେକ ଭକ୍ତି ଗୀତରେ ମଧ୍ୟ ସହଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟୋପି ପାଇଁ ଚର୍ଚ୍ଚାରେ ଥିଲେ ହିମେଶ ରେଶମିଆ, ବାପାଙ୍କ ଇଚ୍ଛା କରାଇ ଦେଲା ମ୍ୟୁଜିସିଆନ୍

2021 ମସିହାରେ, ହିମେଶ ରେଶମିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କ ପିତା ବିପିନ୍ ରେଶମିଆଙ୍କ ରିଲିଜ୍ ହୋଇନଥିବା ଟ୍ରାକ୍ ବିଷୟରେ ଆଲୋଚନା କରିଥିଲେ । ସେ ସେୟାର କରିଥିଲେ ଯେ କି ତାଙ୍କ ବାପା ବର୍ଷେ ପୂର୍ବରୁ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ଏବଂ କିଶୋର କୁମାରଙ୍କ ଦ୍ୱାରା ଏକ ସୁନ୍ଦର ଗୀତ ସୃଷ୍ଟି କରିଥିଲେ । ଦୁର୍ଭାଗ୍ୟବଶତଃ ଏହା ସେତେବେଳେ ମୁକ୍ତ ହୋଇପାରିଲା ନାହିଁ । ଏଥିସହ, ହିମେଶ ପ୍ରକାଶ କରିଥିଲ ଯେ, ବିପିନ ସଲମାନ ଖାନଙ୍କ ଏକ ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଥିଲେ, ସେହି ସମୟରେ ସଲମାନଙ୍କ ସହ ହିମେଶଙ୍କ ସାକ୍ଷାତ ହୋଇଥିଲା । ଏହା ପରେ ସଲମାନଙ୍କ ଫିଲ୍ମ ''ପ୍ୟାର କିୟା ତୋ ଡରନା କ୍ୟା'' ପାଇଁ ସଂଗୀତ ରଚନା ଭାବରେ ହିମେଶ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.