ETV Bharat / state

ନିର୍ବାଚନ ଆଚରଣ ବିଧିର ଉଲଂଘନ: ନିର୍ବାଚନୀ ରାଲିକୁ ରୋକିଲା - bjd candidate

2019 ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଦଳୀୟ ପ୍ରଚାର ଠାରୁ ଆରମ୍ଭ କରି ନିର୍ବାଚନ ଶୋଭାଯାତ୍ରା କରିବାକୁ ନେଇ ଜାରି ହୋଇଛି ଅନେକ କଟକଣା । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 5, 2019, 1:45 PM IST

ରାଉରକେଲା: 2019 ନିର୍ବାଚନ ବିଗୁଲ ବାଜିବା ପରେ ଏବେ ଜାରି ହୋଇ ଯାଇଛି ନିର୍ବାଚନ ଆଚରଣ ବିଧି । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସବୁ ଦଳ ଏହାକୁ ମାନିବା ପାଇଁ ବାଧ୍ୟ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ।

ଶୁକ୍ରବାର ବିଜେଡି ପକ୍ଷରୁ ଏଠାକାର ଲୋକସଭା ପ୍ରାର୍ଥୀନୀ ସୁନିତା ବିଶ୍ବାଳ ଏବଂ ବୀରମିତ୍ରପୁର ବିଧାନସଭା ପ୍ରାର୍ଥୀ ମକ୍ଲୁ ଏକ୍କା ନୂଆଗାଁ ବ୍ଲକ ଅଞ୍ଚଳରେ ଏକ ବିରାଟ ନିର୍ବାଚନ ଶୋଭାଯାତ୍ରା କରିବା ପାଇଁ ଯାଉଥିଲେ । ବିଜେଡିର ଏହି ନିର୍ବାଚନୀ ରାଲି ବାହାରିବା ପାଇଁ ଯାଉଥିବା ବେଳେ ଏହାକୁ ଅଟକାଇ ଥିଲା ପୋଲିସ । ପ୍ରଶାସନର ବିନା କୌଣସି ଅନୁମତିରେ ବିଜେଡିର ଏପରି ଶୋଭାଯାତ୍ରା କରୁଥିଲା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଦଳୀୟ ଶୋଭାଯାତ୍ରାକୁ ଅଟକାଯିବା ପରେ ବିଜେଡ଼ି ନେତ୍ରୀ ମିନତୀ ଦେବତା ସହ ଦଳର ଅନ୍ୟ ନେତା ପ୍ରଶାସନ ସହ ଯୁକ୍ତିତର୍କ କରିଥିଲେ । ଖୋଲାଖୋଲି ଭାବେ କିପରି ରାଜ୍ୟରେ କ୍ଷମତାସୀନ ଥିବା ଶାସକ ଦଳ କିପରି ଆଗାମୀ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିର ଉଲଘଂନ କରୁଛି ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଈଟିଭି ଭାରତ

Slug - ବେଗୁନିଆରେ ବଦଳିଲା କଂଗ୍ରେସ ଟିକେଟ : ପୃଥ୍ବୀଙ୍କ ବଦଳରେ ପ୍ରଦୀପ ହେଲେ ପାର୍ଥି

Format - AVO

Place- khurda,3.4.19

Visual - WhatsApp

ଆଙ୍କର : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବଲ୍ଲଭ ପଟ୍ଟନାୟକଙ୍କୁ ଦଳୀୟ ଟିକେଟ ମିଳିଥିବା ବେଳେ ସେ ନିର୍ବାଚନ ଲଢ଼ିବାକୁ ମନା କରିବା ଫଳରେ ଆଜି ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ଆମ ଓଡ଼ିଶା ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ସାହୁଙ୍କୁ ଦଳ ପାର୍ଥୀ କରିଛି । ଏହି ନିର୍ବାଚନ ମଣ୍ଡଳୀର ପ୍ରଦୀପଙ୍କର ଭଲ ସଂଗଠନ ଥିବାବେଳେ ଦଳ ତାଙ୍କୁ ପାର୍ଥି କରିଥିବାରୁ ସେ ସେଠାରୁ ବିଜୟୀ ହେବେ ବୋଲି ଦଳ ଆଶା ମଧ୍ୟ ରଖିଛି । ତେବେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ଗତ ନିର୍ବାଚନରେ ପ୍ରାୟ 34 ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ସେହିପରି କଂଗ୍ରେସ ପାର୍ଥି ଦେବାଶିଷ ପଟନାୟକ ପାଖାପାଖି 20 ହଜାର ଭୋଟ ପାଇଥିବାରୁ ଏଠାରେ ଦଳ ଦୁଇ ଭାଗ ହୋଇଯାଇଥିଲା । ମୋଟାମୋଟି ଭାବରେ ଦେଖିବାକୁଗଲେ କଂଗ୍ରେସର ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ 50 ରୁ 60 ହଜାର ଭୋଟ ଅଦ୍ୟାବଧି ରହିଛି । ଏହାକୁ ପାଥେୟ କରି ପ୍ରଦୀପ ଆଗକୁ ଯିବେ ବୋଲି କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.