ETV Bharat / state

MCLରେ ବେଆଇନ କୋଇଲା ପରିବହନ ଅଭିଯୋଗ, ଗ୍ରାମବାସୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jan 30, 2021, 8:32 PM IST

ସୁନ୍ଦରଗଡ ବିଲେଇମୁଣ୍ଡା ଅଞ୍ଚଳରେ MCL ବେଆଇନ କୋଇଲା ପରିବହନ କରୁଥିବା ଅଭିଯୋଗ ଆଣି ଗ୍ରାମବାସୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Villagers demand action against MCL for Illegal coal transportation in Sundergarh
MCLରେ ବେଆଇନ କୋଇଲା ପରିବହନ ଅଭିଯୋଗ, ଗ୍ରାମବାସୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ସୁନ୍ଦରଗଡ଼: ଜିଲ୍ଲାର ବିଲେଇମୁଣ୍ଡା ଅଞ୍ଚଳର ଲୋକମାନେ MCL ଦ୍ବାରା ବେଆଇନ କୋଇଲା ପରିବହନକୁ କେନ୍ଦ୍ରକରି ଟପରିଆ ନିକଟରେ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏସିଆର ବୃହତ୍ତମ କୋଇଲା ଖଣି MCL ସବୁ ସ୍ତରରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ଆଣି ଆନ୍ଦୋଳନକାରୀମାନେ ପ୍ରଶାସନର ଦୃଢ ପଦକ୍ଷେପ ଦାବି କରିଛନ୍ତି ।

ଦୀର୍ଘ 26 ବର୍ଷ ଧରି MCL ବିଭିନ୍ନ ଉପାୟରେ ଅଞ୍ଚଳବାସୀଙ୍କ କ୍ଷତି କରି ଚାଲିଛି । ଅଞ୍ଚଳବାସୀଙ୍କ ଯାତାୟତ ରାସ୍ତା ଦେଇ ଦୈନିକ ହଜାର ହଜାର କୋଇଲା ବୋଝେଇ ଭାରି ଟ୍ରକ ଚଳାଚଳ କରି ଲୋକଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିଥିବା ଆନ୍ଦୋଳନକାରୀମାନେ କହିଛନ୍ତି । ଏ ନେଇ ସେମାନେ ଦୀର୍ଘ 10 ବର୍ଷ ଧରି ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ପ୍ରଶାସନର ହସ୍ତକ୍ଷେପ ଲୋଡି ଆଶାନୁରୂପ ଫଳ ନ ପାଇବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୂଚନା ଅଧିକାର ଆଇନ ବଳରେ MCLର ବେଆଇନ କାରବାର ସମ୍ପର୍କରେ ଲୋକଙ୍କ ନିକଟରେ ତଥ୍ୟ ପହଞ୍ଚିଛି । ସେମାନେ 11 ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି । ଆନ୍ଦୋଳନ କାରୀଙ୍କ ସହ କେତେକ ରାଜନେତା ଓ କେତେକ ଜିଲ୍ଲାର କୃଷକ ନେତା ମଧ୍ୟ ଯୋଗ ଦେଇ ଆନ୍ଦୋଳନ ଯଥାର୍ଥ ଓ ଲୋକଙ୍କ ସ୍ବାର୍ଥରେ ଯିବା ଦରକାର ବୋଲି କହିଛନ୍ତି । ପରିବେଶ ମଞ୍ଜୁରୀ ଆଇନ 4 (1)(c) (III) , ଟରିଂ ରିପୋର୍ଟରେ ସମସ୍ତ ଭୁଲ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାନ କରିଥିବା କଥା ସେମାନେ କହିଛନ୍ତି ।

କୋଇଲା ପରିବହନ ଯୋଗୁଁ ସାରା ଅଞ୍ଚଳରେ କୋଇଲା ଗୁଣ୍ଡ ଉଡ଼ୁଥିବା ଯୋଗୁଁ ଶବ୍ଦ ପ୍ରଦୂଷଣ , ପିଲାଙ୍କ ପାଠ ପଢାରେ କ୍ଷତି, ଚାଷ , ଜଳ ଆଦି ଦୂଷିତ ହେଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିବା ସହ କୋଇଲା ଟ୍ରକ୍‌ର ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.