ETV Bharat / state

ବିକାଶ ଦେଖିନି ବାହମ୍ବା ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

author img

By

Published : Mar 28, 2023, 1:51 PM IST

Updated : Mar 28, 2023, 2:11 PM IST

ମୌଳିକ ସୁବିଧାରୁ ବଞ୍ଚିତ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାହମ୍ବା ଗ୍ରାମବାସୀ । ଏଠାରେ ପାହାଡ ତଳେ ବସବାସ କରନ୍ତି ଭୂୟାଁ ସମ୍ପ୍ରଦାୟର ଲୋକେ । ଏହି ଗ୍ରାମକୁ ଯିବାକୁ ହେଲେ ଘଞ୍ଚ ଜଙ୍ଗଲ ଓ ପାହାଡ ଅତିକ୍ରମ କରିବାକୁ ପଡିଥାଏ । ରାସ୍ତା ଠାରୁ ଆରମ୍ଭ କରି ବିଜୁଳି ପାଣି ସମସ୍ୟା ରହିଛି ଏହି ଗ୍ରାମରେ। ଅଧିକ ପଢନ୍ତୁ

basic facilities not getting  bahamba villagers

ବିକାଶ ଦେଖିନି ବାହମ୍ବା ଗାଁ

ସୁନ୍ଦରଗଡ: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିପରି ଆଦିବାସୀ ଅଞ୍ଚଳ ଗୁଡିକର ବିକାଶ ହୋଇପାରିବ ସେନେଇ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ସ୍ବାଧୀନତାରେ 75 ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଟେନସା ଗ୍ରାମ ପଞ୍ଚାୟତର ବାହାମ୍ବା ଗ୍ରାମବାସୀ । ଏଠାରେ ପାହାଡ଼ ତଳେ ବସବାସ କରୁଛନ୍ତି ପାଉଡି ଭୂୟାଁ ସମ୍ପ୍ରଦାୟର ଲୋକେ । ଆଜିବି ଏହି ଗ୍ରାମର ଲୋକେ ପାଇ ପାରିନାହାନ୍ତି ସରକାରୀ ସୁବିଧା । ଟେନସା ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ କିନ୍ତୁ ଆଜିବି ଅପହଞ୍ଚ ସରକାରୀ ଯୋଜନା ।

ରାସ୍ତା ଖଣ୍ଡେ ନାହିଁ ଗାଁକୁ: ଟେନସା ଟାଉନସିପ ଠାରୁ ଗ୍ରାମକୁ ଯିବାକୁ ନାହିଁ ଭଲ ରାସ୍ତା ଖଣ୍ଡିଏ । ଖାଲ ଖମାର ଭରା ପତଳା ରାସ୍ତାରେ ପ୍ରାୟ ଦୁଇରୁ ତିନି କିଲୋମିଟର ଯିବା ପରେ ଆଉ ତଳକୁ ବାଇକ ଯିବାକୁ ନାହିଁ ସୁବିଧା । ସେଠାରୁ ପୁଣି ଗ୍ରାମ ଭିତରକୁ ଯିବାକୁ ହେଲେ ପାହାଡ଼ ଭିତରେ ଜଙ୍ଗଲ ଭରା ଏକ ପତଳା ରାସ୍ତାରେ ଯିବାକୁ ପଡେ ଗ୍ରାମ ଭିତରକୁ ।

ନା ମିଳୁଛି ପିଇବା ପାଣି, ନା ବିଜୁଳି: ଏହି ଗ୍ରାମରେ ନା ଅଛି ନେଟୱର୍କ । ନା ମିଳୁଛି ପାନୀୟ ଜଳ ସୁବିଧା । । ଏଥିସହ ଗ୍ରାମକୁ ଯୋଗାଯୋଗ ପାଇଁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଲାଗିଛି ଟ୍ରାନ୍ସଫର୍ମର କିନ୍ତୁ ବିଜୁଳି ନାହିଁ । ହୋର୍ଡିଂରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ଗ୍ରାମ ପାଇଁ ଆସିଥିବା ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି କିନ୍ତୁ ବାସ୍ତବରେ କାର୍ଯ୍ୟ ଶୂନ । ଏହି ଗ୍ରାମରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ପାଉଡି ଭୂୟାଁ ସମ୍ପ୍ରଦାୟର ଗ୍ରାମବାସୀ ମାନେ । ଏଣେତେଣେ ମଜୁରୀ କରି କାଠ ବିକି ନିଜର ଜୀବନ ଯାପନ କରୁଛନ୍ତି । ଯାହାଙ୍କ ଜମିରେ ଗଢି ଉଠିଛି ସେଲ, ଜିନ୍ଦଲ ଭଳି ବଡ଼ ବଡ଼ ଖଣି ଖାଦାନ ସେମାନେ ଆଜି ମୌଳିକ ସୁବିଧାରୁ ବଞ୍ଚିତ । ଗ୍ରାମରେ ବିଜୁଳି ନଥିବାରୁ ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସଞ୍ଜ ନଇଁଲେ ହାତୀ, ବାଘ,ଭାଲୁ ବନ୍ୟ ଜନ୍ତୁଙ୍କ ଡର ଲାଗି ରହିଛି । ଏପରି ଅନେକ ସମସ୍ୟା ନେଇ ବାରମ୍ବାର ପ୍ରଶାସନ, ସରପଞ୍ଚ ଏବଂ ବିଧାୟକଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଗ୍ରାମବାସୀ ମାନଙ୍କ ମଧ୍ୟରୁ ଯଦି କାହାର ଦେହ ଅସୁସ୍ଥ ହୁଏ ତେବେ ପାହାଡ଼ ଚଢି ଯିବାକୁ ପଡିଥାଏ ଟେନସା ଟାଉନକୁ । ଆମ୍ବୁଲାନ୍ସ ଗାଡି ଦୂରର କଥା ବାଇକ ଯିବା ମଧ୍ୟ ଅସମ୍ଭବ । ଏଠାରେ ଆଜିକୁ କାହିଁ କେଉଁ କାଳରୁ ବସବାସ କରୁଥିବା ଲୋକଙ୍କ ପାଖରେ ଅପହଞ୍ଚ ବିଜୁ ପକ୍କା ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ଅନ୍ୟପଟେ ଗ୍ରାମବାସୀଙ୍କ ପାଇଁ ସେଲ ଦ୍ୱାରା ପରିଚାଳିତ ବରସୁଆ ଆଇରନ ମାଇନ୍ସ ପକ୍ଷରୁ ପାଣି ବ୍ୟବସ୍ଥା କରାଯାଇଛି । କିନ୍ତୁ ତାହା ବେଳେ ଆସିଲେ ବେଳେ ନାହିଁ ସମ୍ପୂର୍ଣ୍ଣ ଗ୍ରାମ ପାଇଁ ଗୋଟିଏ ଛୋଟ ଟାଙ୍କି ନିର୍ମାଣ କରାଯାଇଛି ଯାହା ଲୋକଙ୍କ ପାଇଁ ନିଅଣ୍ଟ ହେଉଛି । ଶେଷରେ ଚୁଆରୁ ପାଣି ଆଣି ବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆଜିବି ଦୁର୍ଦ୍ଦିନରେ ବିତୁଛି ଏଠାକାର ଲୋକଙ୍କ ଜୀବନ । ଆଜି ମଧ୍ୟ ବିଜୁଳି, ରାସ୍ତା ଘାଟ, ପିଇବା ପାଣି ,ଏବଂ ପକ୍କା ଘର ଖଣ୍ଡିଏ ପାଇଁ ଚାହିଁ ବସିଛନ୍ତି ଲୋକେ ।

ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ସମୟରେ ଏହି ଗାଁ ଭିତରକୁ ନେତା ମନ୍ତ୍ରୀ ଆସନ୍ତି ଏବଂ ପ୍ରତିଶୃତି ମଧ୍ୟ ଦିଅନ୍ତି କିନ୍ତୁ ନିର୍ବାଚନ ସରିଲେ ଏଠାକୁ ଆଉ ପାଦ ପଡିବା ମୁସ୍କିଲ ହୋଇପଡେ । ନେତା ମନ୍ତ୍ରୀ ଏହି ଗ୍ରାମର ବାଟ ଭୁଲି ଯାଆନ୍ତି । ଏଥର ଯଦି ସରକାର କିମ୍ବା ପ୍ରଶାସନ ଯଥା ସମ୍ଭବ ବିଜୁଳି, ପାଣି, ଘର, ଏବଂ ରାସ୍ତା ନିର୍ମାଣ ଏହି ଗ୍ରାମରେ ନକରନ୍ତି ତେବେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

ଅନ୍ୟପକ୍ଷରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଏ ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନଥିଲା । ବଣାଇ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଉତ୍ତର ଦେଇନଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Mar 28, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.