ETV Bharat / state

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, 6ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ରାଉରକେଲା ଆରଡବ୍ଲୁଡି ବିଭାଗର କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କ ବାସଭବନ ସମେତ 6ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି ( Vigilance raid in junior clerks property) । ଅଧିକ ପଢନ୍ତୁ

author img

By

Published : Jan 10, 2023, 12:23 PM IST

Vigillance raid in junior clerks property
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ରାଉରକେଲା: ବର୍ଷ ଆରମ୍ଭରୁ ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ RWSS(Rural Water Supply and Sanitation )ର କନିଷ୍ଠ କିରାଣୀ । ରାଉରକେଲା RWSS ବିଭାଗର କନିଷ୍ଠ କିରାଣୀ ନନ୍ଦ କିଶୋର ନାଥ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି ( Vigilance raid in junior clerks property) । କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କ ଅଫିସ ସମେତ ୬ଟି ସ୍ଥାନରେ ରେଡ ହୋଇଛି । ଭୁବନେଶ୍ବର, ବରଗଡ଼, ରାଉରକେଲା ଓ ସମ୍ବଲପୁରରେ ଏକକାଳୀନ ଚଢାଉ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଭିଜିଲାନ୍ସ ବିଭାଗ ଛାପା ମାରିଛି । ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରେଡ୍‌ରେ ୩ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଚଢାଉରୁ ବର୍ତ୍ତମାନ ସୁଦ୍ଧା ୪୮୦୦୦ଟଙ୍କା ସହ ଜରୁରୀ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ସହ ସୁନା ଗହଣାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଜବତ କରାଯାଇଛି । ଏହାସହ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତେବେ କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜବତ ହେଲା 11 ଲକ୍ଷ

ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ ପଡିବା ଯେପରି ନିତିଦିନିଆ ଘଟଣା ହେବାରେ ଲାଗିଛି । କଳା ଧନ କାରବାର ନେଇ ଜଣେ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡୁଛନ୍ତି । ଗତକାଲି ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା । ଏହା ପୂର୍ବରୁ ଜାନୁଆରୀ 7 ତାରିଖରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSSର ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲା । ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ 6ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କୁ ଗରିଫ କରିଥିଲା ଭିଜିଲାନ୍ସ ଟିମ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.