ସୁନ୍ଦରଗଡ: ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରମ୍ଭ କରିଛି ଚଢାଉ । 4ଟି ଦଳରେ ଭିଜିଲାନ୍ସ ଜାରି ରଖିଛି ଚଢାଉ । ରାଉରକେଲା, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଭିଜିଲାନ୍ସ ମିଳିତ ଭାବେ ଆରମ୍ଭ କରିଛନ୍ତି ଚଢାଉ ।
ଆଜି ଏକକାଳୀନ ଯନ୍ତ୍ରୀଙ୍କ ରଙ୍ଗାଢିପା ବାସଗୃହ, ଲେଫ୍ରିପଡା ପୈତୃକ ଗୃହ, ଥାନାପଡା ଶ୍ବଶୁରଙ୍କ ଗୃହ ଓ ତାଙ୍କ ବଡଗାଁ ଅଫିସ କାର୍ଯ୍ୟାଲୟରେ ଜାରି ରହିଛି ଚଢାଉ । କେବଳ ରଙ୍ଗାଢିପା ବାସଗୃହର ଆକଳନ ଦୁଇକୋଟିରୁ ଅଧିକ ବୋଲି ଭିଜିଲାନ୍ସ କହିଛି । ଏହାସହ ଯନ୍ତ୍ରୀଙ୍କ ନିଜ ନାଁରେ ଭୁବନେଶ୍ବରରେ ଗୋଟିଏ ବହୁମୂଲ୍ୟ ପ୍ଲଟ ଥିବା କଥା ଭିଜିଲାନ୍ସ ଡିଏସପି କହିଛନ୍ତି ।
ରଙ୍ଗାଢିପା ବାସଗୃହରୁ 2 ଟି କାର , 3 ଟି ମୋଟର ସାଇକେଲ, କେତେକ କମ୍ପାନୀର ଜୀବନ ବୀମା ପଲିସି ଓ କେତେକ ସୁନା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । ତେବେ ଏହି ସବୁର ମୂଲ୍ୟାୟନ କାର୍ଯ୍ୟ ଚାଲିଛି । ରଙ୍ଗାଢିପା ବାସଗୃହର ତଦନ୍ତ ସରିବା ପରେ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କୁ ତାଙ୍କ ବଡଗାଁ କାର୍ଯ୍ୟାଳୟକୁ ନିଆଯିବା ସହ ତାଙ୍କ ଆଲମିରା ଖୋଲାଯିବ ବୋଲି ଭିଜିଲାନ୍ସ ବିଭାଗ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ