ETV Bharat / state

ଦୃତଗତି ପାଇଁ ଜଳାଶୟକୁ ଖସିଲା କାର, ବାଇକକୁ ପିଟିଲା ପିକଅପ ଭ୍ୟାନ

author img

By

Published : Jan 18, 2022, 1:37 PM IST

ସୁନ୍ଦରଗଡରେ ପୃଥକ ପୃଥକ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ, ଜଣେ ଆହତ । ଭାରସାମ୍ୟ ହରାଇ ବ୍ରିଜ ତଳକୁ କାର ଓଲଟିବାରୁ ଜଣେ ଆହତ । ଅଧିକ ପଢନ୍ତୁ

ସୁନ୍ଦରଗଡରେ ପୃଥକ ପୃଥକ ସଡକ ଦୁର୍ଘଟଣା
ସୁନ୍ଦରଗଡରେ ପୃଥକ ପୃଥକ ସଡକ ଦୁର୍ଘଟଣା

ସୁନ୍ଦରଗଡ: ପୃଥକ ପୃଥକ ସଡକ ଦୁର୍ଘଟଣା । ଧରୁଆଡିହି ଥାନା ଗଡିଆ ଜୋର ନିକଟରେ ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ୨ ବାଇକ ଆରୋହୀ ସୁନ୍ଦରଗଡରୁ ବଡକଛାର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ଧକ୍କା ଦେଇଥିଲା । ପିକଅପ ଭ୍ୟାନର ଚକା ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅପରପକ୍ଷେ ବାଇକ ଆରୋହୀ ମଧ୍ୟ ଦ୍ରୁତଗତିରେ ଗାଡି ଚଳାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସୁନ୍ଦରଗଡରେ ପୃଥକ ପୃଥକ ସଡକ ଦୁର୍ଘଟଣା

ମୃତ ଯୁବକ ହେଉଛନ୍ତି ବଡ କଛାର ବାସୁଦେବ ରୋହିଦାସ । ଖବର ପାଇଁ ଘଟଣା ସ୍ଥଳରେ ମୃତକଙ୍କ ମା ପହଞ୍ଚିଥିବା ବେଳେ ଧରୁଆ ଡିହି ପୋଲିସ ପହଞ୍ଚି ମୃତ ଓ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିପରି ଆଜି ସକାଳ ସମୟରେ ଲେଫ୍ରିପଡା ଥାନା ଦେଉଳି ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଏକ କାର ଖସିପଡିଥିଲା । ଏଥିରେ କାର ଚାଳକ ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋପାଳପୁର ସୁନ୍ଦରଗଡ ଅଭିମୁଖେ ଆସୁଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସୁନ୍ଦରଗଡରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.