ETV Bharat / state

ବସ‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ୟୁପି ପଠାଇଲା ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ

21 ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ବସ୍‌ ଯୋଗେ ସେମାନଙ୍କ ଗ୍ରାମ ଉତ୍ତରପ୍ରଦେଶର ଫତେପୁର ପଠାଇଛନ୍ତି । ରାଉରକେଲା ବିଶ୍ରା ଛକରେ ପ୍ଲାଣ୍ଟସାଇଟ ଥାନା ପୋଲିସ ସେମାନଙ୍କୁ ଅଟକାଇଥିଲେ ଏବଂ ଖାଦ୍ୟପେୟ ଦେବା ପରେ ବସ୍‌ ଯୋଗେ ଉତ୍ତରପ୍ରଦେଶ ପଠାଇବାର ବ୍ୟବସ୍ଥା କରିଥିଲେ ।

author img

By

Published : May 19, 2020, 12:27 PM IST

Updated : May 19, 2020, 3:53 PM IST

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ବସ୍‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ପଠାଇଲେ ୟୁପି

ରାଉରକେଲା: ଓଡିଶାରେ କାମ କରୁଥିବା 21 ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ବସ୍‌ ଯୋଗେ ସେମାନଙ୍କ ଗ୍ରାମ ଉତ୍ତରପ୍ରଦେଶର ଫତେପୁର ପଠାଇ ଦେଇଛନ୍ତି । ଏହି ଶ୍ରମିକମାନଙ୍କୁ ଜଣେ ଠିକାଦାର ବାରକୋଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଲଗାଇଥିଲେ ।

ବସ‌ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ୟୁପି ପଠାଇଲା ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ

ଲକଡାଉନ ଯୋଗୁଁ ଠିକାଦାର ଶ୍ରମିକମାନଙ୍କ କଥା ନ ବୁଝିବାରୁ ସେମାନେ ଚାଲି ଚାଲି ଉତ୍ତରପ୍ରଦେଶ ଯାଉଥିଲେ । ରାଉରକେଲା ବିଶ୍ରା ଛକରେ ପ୍ଲାଣ୍ଟସାଇଟ ଥାନା ପୋଲିସ ସେମାନଙ୍କୁ ଅଟକାଇଥିଲେ ଏବଂ ଖାଦ୍ୟ ଦେବା ପରେ ବସ୍‌ ଯୋଗେ ଉତ୍ତରପ୍ରଦେଶ ପଠାଇବାର ବ୍ୟବସ୍ଥା କରିଥିଲେ ।

ଓଡିଶା ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶାନୁସାରେ କୌଣସି ପ୍ରବାସୀ ରାଜ୍ୟରେ ଭୋକ ଉପାସରେ ଚାଲି ଚାଲି ଯିବେ ନାହିଁ । ପୋଲିସ ପକ୍ଷରୁ ପ୍ରବାସୀମାନଙ୍କୁ ସେମାନଙ୍କ ନିକଟତର ସୀମାନ୍ତରେ ଛାଡି ଦିଆଯିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : May 19, 2020, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.