ETV Bharat / state

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ - ସୁନ୍ଦରଗଡ ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡରେ ଜଣେ ଯୁବକଙ୍କ ଆସ୍ୱାଭାବିକ ମୃତ୍ୟୁ । ଅଧିକ ପଢନ୍ତୁ...

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

author img

By

Published : Feb 25, 2021, 9:20 PM IST

ସୁନ୍ଦରଗଡ: ଟାଉନ ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ 10 ଭୋଜପୁର ନିକଟରେ ଥିବା ମୋଟେଲ ଇବ ଭେଲିର ରୁମ ନମ୍ବର 106 ରେ ଜଣେ ଯୁବ ବ୍ୟବସାୟୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପ୍ୟାନ କାର୍ଡ ନମ୍ବରରୁ ତାଙ୍କ ନାମ ଅଭିନନ୍ଦନ ରାୟ ଚୌଧୁରୀ ଓ ତାଙ୍କ ବାପାଙ୍କ ନାମ ଅମିୟ ରାୟ ଚୌଧୁରୀ ବୋଲି ଜଣାପଡିଛି । ମୃତ ବ୍ୟକ୍ତିଙ୍କ ଘର କଲିକତା ବୋଲି ହୋଟେଲ ମାଲିକ କହିଛନ୍ତି ।

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ତେବେ ଗତକାଲି ରାତି 10 ଟା ସମୟରେ ସେ ହୋଟେଲକୁ ଆସିଥିଲେ । ରୁମର ଡୋର ଲକ କରିବା ସମୟରେ ସେ ହୋଟେଲ ବୟକୁ ପରଦିନ 11ଟାରେ ଡାକି ଦେବାକୁ କହିଥିଲେ । ହୋଟେଲ ବୟ 11ଟା ସମୟରେ ବାରମ୍ବାର ଡାକି କୌଣସି ଉତ୍ତର ନ ପାଇବାରୁ ହୋଟେଲ ମାଲିକଙ୍କୁ ଏ ନେଇ ଜଣାଇଥିଲା ।

ମାଲିକ ଏହା ଜାଣିବା ପରେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତି କୌଣସି ବ୍ୟବସାୟିକ କାମରେ ଗତ କାଲି ସୁନ୍ଦରଗଡ ଆସିଥିଲେ ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.