ETV Bharat / state

ଜଗଦା ପେଟ୍ରୋଲ ପମ୍ପ ଲୁଟ ଘଟଣା, ନାବାଳକ ସହ ୨ ଦୁଇ ଗିରଫ - ପେଟ୍ରୋଲ ପମ୍ପ ଲୁଟ ଘଟଣା, ନାବାଳକ ସହ ୨ ଦୁଇ ଅଭିଯୁକ୍ତ ଗିରଫ

ଗତ 21 ତାରିଖ (ରବିବାର) ବିଳମ୍ବିତ ରାତିରେ ଜଗଦା ଏମ/ଏସ ଓରାମ ଫିଲିଙ୍ଗ ଷ୍ଟେସନ ଲୁଟ ଘଟଣାରେ ରାଉରକେଲା ପୋଲିସ ଜଣେ ନାବାଳକଙ୍କ ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଜଗଦା ପେଟ୍ରୋଲ ପମ୍ପ ଲୁଟ ଘଟଣା, ନାବାଳକ ସହ ୨ ଦୁଇ ଗିରଫ

author img

By

Published : Mar 24, 2021, 9:48 PM IST

ସୁନ୍ଦରଗଡ: ରାଉରକେଲା ଝିରପାଣି ପୋଲିସ ପେଟ୍ରୋଲ ପମ୍ପ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଗତ 21 ତାରିଖ (ରବିବାର) ବିଳମ୍ବିତ ରାତିରେ ଜଗଦା ଏମ/ଏସ ଓରାମ ଫିଲିଙ୍ଗ ଷ୍ଟେସନ ଲୁଟ ଘଟଣାରେ ରାଉରକେଲା ପୋଲିସ ଜଣେ ନାବାଳକଙ୍କ ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜଗଦା ପେଟ୍ରୋଲ ପମ୍ପ ଲୁଟ ଘଟଣା, ନାବାଳକ ସହ ୨ ଦୁଇ ଗିରଫ

ଗତ ରବିବାର ରାତିରେ ଝିରପାଣି ଥାନା ଅନ୍ତର୍ଗତ ଓରାମ ପେଟ୍ରୋଲ ପମ୍ପକୁ ୨ଟି ସ୍କୁଟି ଯୋଗେ ୫ ଜଣ ଦୁର୍ବୃତ୍ତ ଆସି ଏହି ଲୁଟ କାଣ୍ଡ ଘଟାଇଥିଲେ । ଫାଙ୍କା ଗୁଳି ଚାଳନା କରିବା ସହ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ପିସ୍ତଲ ଦେଖାଇ ତାଙ୍କ ଠାରୁ ନଗଦ ୫୨ ହଜାର ୫ ଶହ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ରାଉରକେଲା ଏସପି ମୁକେଶ କୁମାର ଭାମୋ ଝିରପାଣି, ବିଶ୍ରା, ବନ୍ଧମୁଣ୍ଡା, ପ୍ଲାଣ୍ଟ ସାଇଟ ଓ ସେକ୍ଟର-୧୯ ଥାନା ଅଧିକାରୀଙ୍କୁ ମିଶାଇ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିବା ସହ ସିସିଟିଭି ଫୁଟେଜକୁ ଆଧାର କରି ପୁରୁଣା ଦାଗୀଙ୍କୁ ଯାଞ୍ଚ କରି ଜଣେ ନାବାଳକ ଅଭିଯୁକ୍ତ ସହ ମୁଖ୍ୟ ଅଭିଯୁକ୍ତ ଅମନ ଓରଫ ମହମ୍ମଦ ଅମିନ ରାଜା (20) ଓ ଇଜାଜ ଆନସାରୀ (25)ନାମକ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ଦୁହିଁଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ଦୁଇଟି ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ଗୋଟିଏ କଟୁରୀ ଓ ଦୁଇଟି ସ୍କୁଟି ସହିତ ନଗଦ 49 ହଜାର 310 ଟଙ୍କା ଜବତ କରିଥିଲେ । OD-14S-1948 ନମ୍ବର ସ୍କୁଟିଟି ପୂର୍ବରୁ ଚୋରି ହୋଇଥିବା ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା କଥା ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଂଗ୍ରାମ କେଶରୀ ବେହେରା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏହି ଅପରାଧୀମାନେ ଆହୁରି କେତେକ ସଙ୍ଗୀନ ଅପରାଧରେ ଜଡିତ ଥିବା କଥା ସେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.