ETV Bharat / state

ରାସ୍ତା ପାର୍ ହେବାବେଳେ ସାଇକେଲକୁ ଧକ୍କା ଦେଲା କାର, ୨ ମୃତ

author img

By ETV Bharat Odisha Team

Published : Nov 15, 2023, 7:19 PM IST

ବଡ଼ଗାଁରେ ସାଇକେଲକୁ ଧକ୍କା ଦେଲା କାର୍ ଦୁଇ ମୃତ । କ୍ଷତି ପୂରଣ ଦାବିରେ ରାସ୍ତା ମୃଦଦେହ ରଖି ରାସ୍ତା ଅବରୋଧ କଲେ ଗ୍ରମବାସୀ । ଅଧିକ ପଢ଼ନ୍ତୁ

ରାସ୍ତା ପାରି ହେଲାବଳେ ସାଇକେଲକୁ ଧକା ଦେଲା କାର , ୨ ମୃତ

ରାସ୍ତା ପାର୍ ହେଲାବେଳେ ସାଇକେଲକୁ ଧକ୍କା ଦେଲା କାର , ୨ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସାଇକଲ ଧକ୍କା 2 ଜଣ ସାଇକଲ ଆରୋହୀ ମୃତ । ରାସ୍ତା ପାର୍ ହେଉଥିବା ବେଳେ ଚଢ଼ିଗଲା କାର । ଦୁର୍ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଚି ହୋଇଥିଲା । ମୃତକଙ୍କୁ କ୍ଷତି ପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ୧୦ନଂ ରାଜ୍ୟ ରାଜପଥ ଅବରୋଧ ସ୍ଥାନୀୟ ଲୋକେ । ଫଳରେ ଘଣ୍ଟାଘଣ୍ଟା ଧରି ଯାତାୟତ ଠପ ହୋଇଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଯୋଗ୍ୟ ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ A9 ଢାବା ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ୨ ଜଣ ଝାରମୁଣ୍ଡା ଗ୍ରାମର ସମ୍ବାରୁ ସାହୁ(୪୦) ଓ କ୍ଷୀରୋଦ ପୃଶେଠ(୪୫) ବୋଲି ଡଣାପଡିଛି । ଉଭୟ ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରିଥିଲେ । କାର୍ଯ୍ୟ ସାରି ସାଇକେଲରେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ସମୟରେ ରାଉରକେଲା ପଟୁ ସୁନ୍ଦରଗଡ଼କୁ ଯାଉଥିବା ଏକ ଦୃତଗାମୀ କାର ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । କାରଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ସଦର ଥାନା ଅନ୍ତର୍ଗତ ଜଗତଗଡ଼ ଠାରେ କାରକୁ ଧରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ ......ରାସ୍ତା କଡରେ ବସି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ, ପିଟିଦେଲା ବାଇକ

ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକେ ୧୦ ନଂ ରାଜ୍ୟ ରାଜପଥ ମୃତଦେହ ରଖି ରାସ୍ତାରୋକ କରିଥିଲେ । ରାସ୍ତାରୋକ ଯୋଗୁଁ ଉଭୟ ପଟରେ ଶହଶହ ଗାଡ଼ି ଅଟକି ରହିଥିଲା, ଫଳରେ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇ ଯାଇଥିଲା । ଘଟଣା ସ୍ଥଳରେ ବଡ଼ଗାଁ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା କିନ୍ତୁ ସ୍ଥାନୀୟ ଲୋକେ ମୃତକ ପରିବାରଙ୍କୁ ଉଚିତ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ କହିଥିଲେ । ପରେ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ସହ ମୃତକଙ୍କ ପରିବାରକୁ ଚାକିରି ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ ...ରାଜଧାନୀରେ ହିଟ୍ ଆଣ୍ଡ ରନ୍: ପର୍ଯ୍ୟଟକଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ମୃତ

ଇଟିଭି ଭାରତ ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.