ସୁନ୍ଦରଗଡ: ଟ୍ରାନ୍ସପୋର୍ଟ କମ୍ପାନୀର ବେଆଇନ କାରବାରକୁ ନେଇ ଥାନାରେ ହୋଇଛି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ । ସୂଚନାନୁଯାୟୀ ମା ତାରିଣୀ ଟ୍ରାନ୍ସପୋର୍ଟ କମ୍ପାନୀ ବିରୁଦ୍ଧରେ ଜିଲ୍ଲାର ଶତାଧିକ ଟ୍ରକ ମାଲିକମାନେ ଟାଉନ ଥାନା ଘେରାଉ କରିଛନ୍ତି । ସେପଟେ କୋଭି ମହାମାରୀ ସମୟରେ କମ୍ପାନୀର ମନମାନୀ ଯୋଗୁଁ ଟ୍ରକ ମାଲିକମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ।
ଏନେଇ ଟାଉନ ଥାନା ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ