ETV Bharat / state

କେନ୍ଦ୍ର ବିରୋଧରେ ଏକାଠି ହେଲେ ଟ୍ରେଡ୍ ୟୁନିଅନ, ୧୫ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ - protest against government

ରାଉରକେଲା ବିଶ୍ରା ଛକଠାରେ ୧୫ ଦଫା ଦାବି ନେଇ ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ଟ୍ରେଡ୍ ୟୁନିଅନ ଏକତ୍ରିତ ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି । ଅଧିକ ପଢନ୍ତୁ

ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ
ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ
author img

By

Published : Aug 10, 2023, 3:52 PM IST

ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

ରାଉରକେଲା: କେନ୍ଦ୍ର ସରକାରଙ୍କ ବିପକ୍ଷରେ ଏକାଠି ହେବାରେ ଲାଗିଛନ୍ତି ସମସ୍ତ ଟ୍ରେଡ଼ ୟୁନିୟନ । ଏନେଇ ଆଜି ରାଉରକେଲା ବିଶ୍ରା ଛକଠାରେ ୧୫ ଦଫା ଦାବି ନେଇ ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ଟ୍ରେଡ୍ ୟୁନିଅନ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଜନବିରୋଧୀ, ଶ୍ରମିକ ବିରୋଧୀ ଏବଂ ଦେଶ ବିରୋଧୀ ନୀତିକୁ ନିନ୍ଦା କରିଛନ୍ତି । ସିଆଇଟିୟୁ ସହ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଜିଏମ୍ଏମ୍, ଏସ୍‌ଇଏଆର ଦଳ ଏକାଠି ହୋଇଛନ୍ତି ।

ଶ୍ରମିକମାନଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି ସମସ୍ତ ଶ୍ରମିକ ସଂଗଠନ । ପ୍ରାଥମିକ ପ୍ରସଙ୍ଗଗୁଡ଼ିକ ମଧ୍ୟରୁ ଭାରତରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ଏକ ପ୍ରମୁଖ ପ୍ରସଙ୍ଗ ରହିଛି । ଏ ଦିଗରେ ସରକାରଙ୍କ ପଦକ୍ଷେପକୁ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୃଢ଼ ବିରୋଧ କରିବା ସହ ଏଭଳି ପଦକ୍ଷେପକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଘରୋଇକରଣ ଦ୍ୱାରା ନିଯୁକ୍ତିରୁ ଆରମ୍ଭ କରି ଦେଶର ସାମଗ୍ରିକ ବିକାଶ, ଅର୍ଥନୈତିକ କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବା କୁହାଯାଇଛି । ଏହାସହ 44ଟି ଶ୍ରମ ଆଇନ ସଂଶୋଧନ ନେଇ ଦାବି ଜୋର ଧରିଛି।

ବର୍ତ୍ତମାନ ଶ୍ରମିକମାନେ ବିଭ୍ରାନ୍ତି ଓ ଶୋଷଣର ଶିକାର ହେଉଥିବାବେଳେ ଶ୍ରମିକମାନଙ୍କର ଅଧିକାର ଏବଂ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବାକୁ ଟ୍ରେଡ ୟୁନିଅନ ପକ୍ଷରୁ ଦାବି କରାଯାଇଛି । CITU ସାଧାରଣ ସମ୍ପାଦକ ବିମଲ ମାଇତି କହିଛନ୍ତି, "ବର୍ତ୍ତମାନର ଦରବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ହେଉଛି ଏବଂ ମୁଦ୍ରାସ୍ଫୀତି ବଢ଼ିବ, ଶେଷରେ ଦେଶରେ ଆର୍ଥିକ ସ୍ଥିତି ମଧ୍ୟ ବିଗିଡିବ ।"

ଏହା ବି ପଢନ୍ତୁ...Kranti Diwas: କେନ୍ଦୁଝରରେ ଏଆଇଟିୟୁସିର ବିକ୍ଷୋଭ, ବିଭିନ୍ନ ଦାବି ନେଇ ବିରୋଧ ପ୍ରଦର୍ଶନ

ଏହାବ୍ୟତୀତ, ଚୁକ୍ତି ଭିତ୍ତିକ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବାଧ୍ୟତାମୂଳକ ସର୍ବନିମ୍ନ ବେତନ ଏବଂ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ନେଇ ଦାବି କରାଯାଇଛି । ଠିକା ଶ୍ରମିକମାନଙ୍କ ଦୁର୍ବଳ ସ୍ଥିତିର ସମାଧାନ ସହ ଯେଉଁମାନେ ପର୍ଯ୍ୟାପ୍ତ ଦରମା ପାଇନାହାନ୍ତି ସରକାର ଯଥା ସମ୍ଭବ ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଠିକା ଓ ଯୋଜନା ଭିତ୍ତିକ ଶ୍ରମିକଙ୍କ ଅଧିକାର ଓ ମଙ୍ଗଳ ସୁରକ୍ଷା ପାଇଁ ବ୍ୟାପକ ଆଇନ ପ୍ରଣୟନ କରିବାକୁ ମଧ୍ୟ ଦାବି କରାଯାଇଛି ।

ରାଉରକେଲା ଶ୍ରମିକ ସଂଘ ସଭାପତି ପ୍ରଶାନ୍ତ ବେହେରା କହିଛନ୍ତି, "ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ବିସ୍ଥାପିତ ହୋଇଥିବା ସମସ୍ତ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ । ଏହାସହ ରାଉରକେଲା ଇସ୍ପାତ କାରଖାନାରେ NJCS ଚୁକ୍ତିନାମା କରାଯାଉ। ଯାହାଫଳରେ ସମସ୍ତ ଶ୍ରମିକମାନେ ଏହାର ସୁଫଳ ପାଇପାରିବେ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.