ETV Bharat / state

ମାନସିକ ପୂରଣ ପାଇଁ ରକ୍ତରଞ୍ଜିତ ମା’ ଚାନ୍ଦଲୀ ପାଟ’ଙ୍କ ପୀଠ - thousands of animals slaughtered

ଆସ୍ଥା, ବିଶ୍ବାସ ଓ ହଜାର ହଜାର ବର୍ଷର ପରମ୍ପରା ଅନୁସାରେ ଚାଲିଆସୁଥିବା ମା' ଚାନ୍ଦଲୀ ପାଟ’ଙ୍କ ଆଜି ପବିତ୍ର ଯାତ୍ରା ଉତ୍ସବ । ପୌଷ ପୂର୍ଣ୍ଣମୀ ଦିନ ମା'ଙ୍କ ଆଶୀର୍ବାଦ ମିଳିଲେ ଜୀବନ ଯାତ୍ରାରେ ସବୁ ପ୍ରତିବନ୍ଧକ ଦୂର ହୋଇଥାଏ ।

ମାନସିକ ପୂରଣ ପାଇଁ ପଡୁଛି ବଳି
ମାନସିକ ପୂରଣ ପାଇଁ ପଡୁଛି ବଳି
author img

By

Published : Jan 29, 2021, 8:17 PM IST

ସୁନ୍ଦରଗଡ: ଆଜି(ଶୁକ୍ରବାର) ‘ମା' ଚାନ୍ଦଲୀ ପାଟ’ଙ୍କ ପବିତ୍ର ଯାତ୍ରା ଉତ୍ସବ । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଦର୍ଲିପାଲି-ରାଏଡିହିରେ ହିଛି ପ୍ରସିଦ୍ଧ ମା' ଚାନ୍ଦଲୀ ପାଟଙ୍କ ପୀଠ । ପୌଷ ପୂର୍ଣ୍ଣମୀ ଦିନ ମା'ଙ୍କ ଆଶୀର୍ବାଦ ମିଳିଲେ ଜୀବନ ଯାତ୍ରାରେ କୌଣସି ପ୍ରତିବନ୍ଧକ ଆସି ନଥାଏ ବୋଲି ଭକ୍ତଙ୍କ ବିଶ୍ବାସ ।

ମାନସିକ ପୂରଣ ପାଇଁ ପଡୁଛି ବଳି

ଆଉ ସେହି ବିଶ୍ବାସ ନେଇ କେତେକ ମା'ଙ୍କୁ ଭକ୍ତିର ସହିତ ସାତ୍ତ୍ବିକ ପୂଜାଅର୍ଚ୍ଚନା କରୁଥିବାବେଳେ ଆଉ କେତେକ ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ନୀରିହ ପଶୁ (ବୁଦା) ଓ ପକ୍ଷୀ (କୁକୁଡା ) ଙ୍କୁ ମା'ଙ୍କ ନାମରେ ବଳି ଚଢାଉଛନ୍ତି ।

ମା' ଙ୍କ ଅନେକ ଅଲୌକିକ ଶକ୍ତି ଥିବା କଥା ଏହି ଭକ୍ତମାନେ ବିଶ୍ବାସ କରନ୍ତି । ଯିଏ ମା'ଙ୍କ ନିକଟରେ ସମର୍ପିତ ହୋଇ କିଛି କାମନା କରିଛି, ତାଙ୍କର ସବୁ ମନସ୍କାମନା ପୂରଣ ହୋଇଥିବା କଥା ଭକ୍ତ କହିଛନ୍ତି । ଅନ୍ୟପଟେ ଧର୍ମ ଓ ଧାର୍ମିକ ଚେତନାରେ କେତେକ ଭକ୍ତ ମା'ଙ୍କ ଅଲୌକିକ ଶକ୍ତିକୁ ଅନୁଭବ କରୁଥିବା ବେଳେ ଆଉ କେତେକ ଅନ୍ଧବିଶ୍ବାସରେ ବାନ୍ଧି ହୋଇ ନୀରିହ ଜୀବମାନଙ୍କୁ ବଳି ପକାଉଛନ୍ତି ।

ମା'ଙ୍କ ପ୍ରତ୍ୟକ୍ଷତାକୁ କେହି ଅସ୍ବୀକାର କରୁନାହାଁନ୍ତି ହେଲେ ମା'ଙ୍କ ନାମରେ ପଶୁବଳିକୁ ମଧ୍ୟ ଅନେକ ପସନ୍ଦ କରୁନାହାଁନ୍ତି । ବଳି ପ୍ରଥା ରୋକିବା ନେଇ ପ୍ରାଶାସନ ଯଦି ଦୃଢ ପଦକ୍ଷେପ ନିଆଯଆନ୍ତା, ତାହା ହେଲେ ମାଙ୍କର ଏହି ଯାତ୍ରା ଆହୁରି ସୁନ୍ଦର ଓ ସାତ୍ତ୍ବିକ ହୋଇପାରନ୍ତା ବୋଲି ଅନେକ ଦାବି କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.