ETV Bharat / state

ଜୁଆ ଆଡ୍ଡାରେ ଚଢାଉ, 13 ଜୁଆଡି ଗିରଫ

13 ଜୁଆଡିକୁ ଗିରଫ କଲା ସୁନ୍ଦରଗଡ ବୀରମିତ୍ରପୁର ପୋଲିସ । 4ଟି କାର, 10 ଟି ମୋଟର ସାଇକେଲ, 11 ଟି ମୋବାଇଲ ସହ ନଗଦ 5 ଲକ୍ଷ 31 ହଜାର 410 ଟଙ୍କା ଜବତ । ଅଧିକ ପଢନ୍ତୁ ...

ଜୁଆ ଆଡ୍ଡା ଉପରେ ଚଢାଉ, 13 ଜଣ ଜୁଆଡି ଗିରଫ
ଜୁଆ ଆଡ୍ଡା ଉପରେ ଚଢାଉ, 13 ଜଣ ଜୁଆଡି ଗିରଫ
author img

By

Published : May 12, 2021, 8:16 PM IST

ସୁନ୍ଦରଗଡ଼: ଲକଡାଉନର ଫାଇଦା ଉଠାଉଛନ୍ତି ଜୁଆଡି । ମଙ୍ଗଳବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଅନ୍ତର୍ଗତ କପିଳାସ ଅଞ୍ଚଳରେ ଜୁଆ ଆଡ୍ଡାରେ ଚଢାଉ କଲା ବୀରମିତ୍ରପୁର ପୋଲିସ । 13 ଜଣ ଜୁଆଡିଙ୍କୁ ଗିରଫ କରି ସେମାନଙ୍କୁ ଡିଜାଷ୍ଟର ମେନେଜମେଣ୍ଟ ଆକ୍ଟରେ କୋର୍ଟ ଚାଲାଣ କରିଛି ।

ଜୁଆ ଆଡ୍ଡା ଉପରେ ଚଢାଉ, 13 ଜଣ ଜୁଆଡି ଗିରଫ

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ବୀରମିତ୍ରପୁର ଥାନା ଅନ୍ତର୍ଗତ କପିଳାଶ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଖେଳ ଉପରେ ଅଚାନକ ଚଢାଉ କରି 13 ଜଣ ଜୁଆଡିଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ନଗଦ 5 ଲକ୍ଷ 31 ହଜାର 410 ଟଙ୍କା ସହ 4ଟି କାର, 10 ଟି ମୋଟର ସାଇକେଲ, 11 ଟି ମୋବାଇଲ ଫୋନ, 2 ଟି ଘୁଡଘୁଡି ପଟି, 12 ଟି ଡିସ୍କ, ଗୋଟିଏ ଝୁଡି ଓ ଗୋଟିଏ ପଲିଥିନ ଜବତ କରିଛି ।

ଗିରଫ ଜୁଆଡିଙ୍କ ମଧ୍ୟରୁ କେତେକ ବାହାର ରାଜ୍ୟର ଥିଲା ବେଳେ ବାକି ମାନେ ସୁନ୍ଦରଗଡ ସହ ବିଭିନ୍ନ ଜିଲ୍ଲାର ବୋଲି ଏସପି କହିଛନ୍ତି । ତେବେ ଏମାନେ କୋଭିଡ କଟକଣାକୁ ଖାତିର ନକରି ଏକତ୍ର 30ରୁ 35 ଜଣ ଗୋଲେଇ କରି ଖେଳୁଥିଲେ ବୋଲି ଜଣାପଡିଛି । ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.