ETV Bharat / state

ରାଉରକେଲାରେ ରାବଣ ପୋଡିକୁ ଫିକା କଲା ବର୍ଷା - Rourkela ravan podi

ବର୍ଷା କାରଣରୁ ରାଉରକେଲା ସହରର ଚଳିତ ବର୍ଷର ରାବଣ ପୋଡି ଫିକା ପଡିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 8, 2019, 11:24 PM IST

ରାଉରକେଲା: ଲଗାଣ ବର୍ଷା କାରଣରୁ ରାବଣ ପୋଡି ଏବଂ ମା' ଦୁର୍ଗାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ରାଉରକେଲାବାସୀ । ସୋମବାର ସନ୍ଧ୍ୟାରେ ମଧ୍ୟ ବର୍ଷା କାରଣରୁ ନବମୀ ପୂଜାରୁ ବଞ୍ଚିତ ହୋଇଥିଲେ ସହରବାସୀ । ବର୍ଷା କାରଣରୁ ସବୁ ପୂଜା ପେଣ୍ଡାଲରେ ସାମନାରେ ପାଣି ଭରି ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମଙ୍ଗଳବାର ବିଜୟା ଦଶମୀ ଅବସରରେ ଦିନବେଳା ପୂଜା ମଣ୍ଡପରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ହୋଇଥାଏ । ହେଲେ ବର୍ଷା କାରଣରୁ ଚଳିତ ବର୍ଷର ରାବଣ ପୋଡି ଫିକା ପଡିଯାଇଥିଲା ।

ବୁଧବାର ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେବେ । ସହରର ସେକ୍ଟର-13 ମେଳଣ ପଡିଆରେ ମାଙ୍କ ବିଦାୟକୁ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏବେ ଅପେକ୍ଷା ବୁଧବାରର ପାଣିପାଗ ଉପରେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଲଗାଣ ବର୍ଷା ଯୋଗୁଁ ଆଜି ମଧ୍ୟ ଲୋକମାନେ ରାବଣ ପୋଡା ତଥା ମୂର୍ତି ଦେଖିବାରୁ ବଂଚିତ ହେଲେ। ଲଗାଣ ବର୍ଷା ଲାଗି ରହିଥିବାରୁ କଲି ସନ୍ଧ୍ୟା ରେ ନବମୀ ପୂଜା ଦେଖିବାରଉ ମନେ ବଂଚିତ ହୋଇ ଥିଲେ। ପୂଜା ପେଣ୍ଡଳ ସାମ୍ନା ରେ ସବୁ ପୂଜା ପଣ୍ଡାଲ ସାମ୍ନା ରେ କାଦୁଅ ହୋଇଥିଲା।Body:ଆଜି ଦିନ ରେ ପୂଜା ପଣ୍ଡାଲ ଗୁଡିକରେ ପ୍ରବଳ ଭିଡ ହୋଇ ଥିଲା। ଆଜି ରାବନପୋଡି ସହିତ ପୂଜା ପେଣ୍ଡଳ ଦେଖିବା ପାଇଁ ଲକ୍ଷାଧିକ ଲୋକ ଆସନ୍ତି। ରାବଣ ପୋଡା ହେଲା କିନ୍ତୁ ଲୋକଙ୍କ ଭିଡ଼ ବର୍ଷ ଯୋଗୁ ବହୁତ କମ ଥିଲା ତଥା ପୂଜା ପଣ୍ଡାଲ ରେ ମଧ୍ୟ ଭିଡ଼ କଁ ରହି ଥିଲା।Conclusion:କଲି ମାଆ ନ୍କ ପ୍ରତିମା ବିସର୍ଜନ ସହିତ ସେକ୍ଟର-13 ମେଳଣ ପଡିଆ ରେ କାର୍ଯ୍ୟକ୍ରମ ରଖ ଯାଇଛି। ସମସ୍ତଙ୍କ ନଜର କଲି ର ପାଗ ଉପରେ ରହିଛି। ଦୁଇ ଦିନ ଧରି ପାଗ ଖରାପ ହେବାରୁ ଲୋକ ଅନେ ପୂଜା ତଥା ରାବନପୋଡି କୁ ଉପଭୋଗ କରି ପାରିଲେ ନାହିଁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.