ETV Bharat / state

ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା - ସୁନ୍ଦରଗଡ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା

ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଣି ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ

ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା
ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା
author img

By

Published : Feb 17, 2022, 9:50 PM IST

ସୁନ୍ଦରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଣି ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା । ସୁନ୍ଦରଗଡ ଜିଲ୍ଲା ମେସର୍ସ ଓସିଏଲ (DCBL) ରାଜଗାଙ୍ଗପୁରକୁ ଲୋକଙ୍କ ଜମି ଟେକି ଦେବା ନେଇ ଭୂ-ଅର୍ଜନ ଉପବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୁର୍ନିତୀ ଆପଣେଇଥିବା ଅଭିଯୋଗ କରିଛନ୍ତି ରାଜଗାଙ୍ଗପୁର ଅଲଙ୍ଗ ଗ୍ରାମ ପଞ୍ଚାୟତବାସୀ । ପଞ୍ଚାୟତବାସୀ ଗ୍ରାମ ସଭାରେ ଜମି ନଦେବା ନେଇ ନିଷ୍ପତ୍ତି ନେଇଥିଲେ, ସେହି ନିଷ୍ପତ୍ତିର ନକଲ ମଧ୍ୟ ଜିଲ୍ଲାପାଳଙ୍କୁ ସେମାନେ ଦେଇଛନ୍ତି । ହେଲେ ଗତ କିଛି ଦିନ ଧରି ସେମାନଙ୍କ ଜମିକୁ କଳେ ବଳେ ଓ କୌଶଳେ ଅକ୍ତିଆର କରିବା ନେଇ ପ୍ରଶାସନ ବେଆଇନ ଭାବେ ଗୋଟିକ ପରେ ଟୋଟିଏ ଦୁର୍ନୀତି କରି ଚାଲିଛି ।

ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା

ବହୁ ବର୍ଷରୁ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଜମି ମାଲିକ କରି ଗ୍ରାମବାସୀଙ୍କୁ ବେଆଇନ ନୋଟିସ ଦେବାରେ ଲାଗିଛି । ଦୁର୍ନୀତି ଏତେ ମାତ୍ରାରେ କରୁଛି ଯାହାକୁ ଗ୍ରାମବାସୀ ବରଦାସ୍ତ କରିପାରୁ ନାହାଁନ୍ତି । ମୃତକଙ୍କୁ ଜିବୀତ କରି ତାଙ୍କର ଦସ୍ତଖତ, ଠେପା ବା ଟିପ ଚିହ୍ନ ମାରୁଥିବା ବ୍ୟକ୍ତିଙ୍କ ଦସ୍ତକ୍ଷତ, ଜମିର ମାଲିକ ହୋଇନଥିବା ବ୍ୟକ୍ତିକୁ ଅନ୍ୟ କାହାର ଜମିର ମାଲିକ ବନାଇ ବିନା କାରଣରେ ନୋଟିସ ପରେ ନୋଟିସ ଦେବାରେ ଲାଗିଛି ପ୍ରଶାସନ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଜିଲ୍ଲା ପ୍ରଶାସନ ସେମାନଙ୍କ ନିଷ୍ପତ୍ତି ଶୁଣିବା ପରିବର୍ତ୍ତେ ବଳ ପୂର୍ବକ ଏବଂ ବେଆଇନ ଭାବେ ସେମାନଙ୍କୁ ଜମି ଦେବା ନେଇ ଜିମି ଅଧିଗ୍ରହଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.